ବୟନ ଶିଳ୍ପ ମନ୍ତ୍ରଣାଳୟ

ହସ୍ତତନ୍ତ ଉତ୍ପାଦନ ବର୍ତ୍ତମାନର ୬୦,୦୦୦ କୋଟିରୁ ଦ୍ୱିଗୁଣିତ ୧,୨୫,୦୦୦ କୋଟି ଟଙ୍କା ହେବା ଆବଶ୍ୟକ ୩ବର୍ଷ ମଧ୍ୟରେ : ଶ୍ରୀ ଗୋଏଲ

• ହସ୍ତତନ୍ତ ଲୁଗା ରପ୍ତାନୀ ଚାରିଗୁଣା କରି ବର୍ତ୍ତମାନର ୨୫୦୦କୋଟିରୁ ଦଶହଜାର କୋଟିକୁ ବୃଦ୍ଧି କରିବାକୁ ଏବେ ଆସିଥିଲା ସମୟ: ଶ୍ରୀ ଗୋଏଲ
• ଦେଶବ୍ୟାପୀ ଜାତୀୟ ହସ୍ତତନ୍ତ ଦିବସ ପାଳିତ
• ଲକ୍ଷ୍ୟ ହାସଲ ତଥା ହସ୍ତତନ୍ତ କ୍ଷେତ୍ରର ସର୍ବାଙ୍ଗୀନ ବିକାଶ ପାଇଁ ବୁଣାକାର, ତାଲିମଦାତା, ଉପକରଣ, ପ୍ରସ୍ତୁତକର୍ତ୍ତା, ବଜାର ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶଗ୍ରହଣକାରୀଙ୍କୁ ନେଇ କମିଟି ଗଠିତ ହେବ
• ହସ୍ତତନ୍ତର ଅଭିବୃଦ୍ଧି ସ୍ତର ଉନ୍ନୀତ କରିବାକୁ ପଡିବ: ଶ୍ରୀ ପୀୟୁଷ ଗୋଏଲ
• ରାଜ୍ୟ ଉପରେ ନିର୍ଭରଶୀଳ ନ ହୋଇ ହସ୍ତତନ୍ତ କ୍ଷେତ୍ର ମଜବୁତ ହେବା ସହ ସମୃଦ୍ଧ ହେବା ଦରକାର: ଶ୍ରୀ ଗୋଏଲ

• ହସ୍ତତନ୍ତ କଳାଗ୍ରାମ ଜମ୍ମୁ ଓ କଶ୍ମୀର, କାନିହାମା, କେରଳର କୋଭାଲମ ଏବଂ ଆସାମ ଗୋଲାଘାଟର ମୋପଡାରେ ସ୍ଥାପିତ
• ସପ୍ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଶ୍ରୀ ଗୋଏଲ ଓ ଶ୍ରୀମତୀ ଦର୍ଶନ ଜାରାଦାଷ ତାମିଲନାଡୁର କାଞ୍ଚିପୁରମ, ଛତିଶଗଡର ରାୟଗଡରେ ବୁଣାକାର ସେବା କେନ୍ଦ୍ର କଲେ ଉଦ୍‌ଘାଟନ

Posted On: 07 AUG 2021 5:13PM by PIB Bhubaneshwar

ଗାମୀ ତିନିବର୍ଷ ମଧ୍ୟରେ ହସ୍ତତନ୍ତ ଲୁଗା ଉତ୍ପାଦନ ବର୍ତ୍ତମାନର ୬୦ହଜାର କୋଟିରୁ ୧ଲକ୍ଷ ୨୫ହଜାର କୋଟିକୁ ବୃଦ୍ଧି କରିବାକୁ ପଦକ୍ଷେପ ନିଆଯିବା ଦରକାର ବୋଲି କେନ୍ଦ୍ର ବୟନ,ବାଣିଜ୍ୟ ଏବଂ ଶିଳ୍ପ, ଖାଉଟି ବ୍ୟାପାର ଏବଂ ଖାଦ୍ୟ ଏବଂ ସାଧାରଣ ବଣ୍ଟନ  ମନ୍ତ୍ରୀ ଶ୍ରୀ ପୀୟୁଷ ଗୋଏଲ କହିଛନ୍ତି । ହସ୍ତତନ୍ତ ସାମଗ୍ରୀ ରପ୍ତାନୀ ୨୫୦୦କୋଟିରୁ ଆସନ୍ତା ତିନିବର୍ଷ ମଧ୍ୟରେ ଦଶହଜାର କୋଟିକୁ ବୃଦ୍ଧି କରିବା ପାଇଁ ଲକ୍ଷ୍ୟଧାର୍ଯ୍ୟ କରିବାକୁ ସେ କହିଛନ୍ତି । ସପ୍ତମ ଜାତୀୟ ହସ୍ତତନ୍ତ ଦିବସ ଅବସରରେ ଆଜି ନୂଆଦିଲ୍ଲୀଠାରେ ଉଦ୍‌ବୋଧନ ଦେଇ ଶ୍ରୀ ଗୋଏଲ କହିଛନ୍ତି ଯେ ହସ୍ତତନ୍ତ କ୍ଷେତ୍ରର ନିରନ୍ତର ବିକାଶ ନିମନ୍ତେ ସରକାର ଅଙ୍ଗୀକାରବଦ୍ଧ । ସେ ଦୃଷ୍ଟିରୁ  ହସ୍ତତନ୍ତ ବୁଣାକାର ଓ ଶ୍ରମିକମାନଙ୍କୁ ଆର୍ଥିକ ଦୃଷ୍ଟିକୁ ସଶକ୍ତ କରିବା ସହ ସେମାନଙ୍କ ଅନନ୍ୟ କଳାକୃତି ପ୍ରତି ସମ୍ମାନ ବ୍ୟକ୍ତ କରିବା ଦରକାର ।

            ହସ୍ତତନ୍ତ କ୍ଷେତ୍ରରେ ସର୍ବାଙ୍ଗୀନ ବିକାଶ ପାଇଁ ବୁଣାକାର, ତାଲିମଦାତା, ଉପକରଣ, ପ୍ରସ୍ତୁତକର୍ତ୍ତା, ବଜାର ବିଶେଷଜ୍ଞ ଓ ଅନ୍ୟାନ୍ୟ ଅଂଶୀଦାରୀମାନଙ୍କୁ ନେଇ ଏକ କମିଟି ଗଠିତ ହେବ ବୋଲି ମନ୍ତ୍ରୀ ଶ୍ରୀ ଗୋଏଲ କରିଛନ୍ତି । ସେ କହିଥିଲେ ଯେ ହସ୍ତତନ୍ତ କ୍ଷେତ୍ରର ସାଂସ୍କୃତିକ ଐତିହ୍ୟ କ୍ଷେତ୍ରରେ ଅନନ୍ୟ ସ୍ଥାନ ରହିଛି । ବୁଣାକାର କୌଶଳ ଓ ଲୁଗାପଟା ଡିଜାଇନ ଶତାବ୍ଦୀ ଶତାବ୍ଦୀ ବ୍ୟାପୀ ବଂଶାନୁକ୍ରମିକ ଭାବେ ରହିଆସିଛି ।

            ସେ କହିଥିଲେ ଅଗଷ୍ଟ ୭, ୧୯୦୫ ମସିହାରେ କୋଲକାତା ଟାଉନହଲ ବୈଠକରେ ସ୍ୱଦେଶ ଆନ୍ଦୋଳନ ଆରମ୍ଭ କରାଯାଇଛି । ଦେଶୀୟ ସାମଗ୍ରୀର ପୁନରୁଥାନ ଓ ଉତ୍ପାଦନ ପ୍ରକ୍ରିୟା ଆରମ୍ଭ ଲକ୍ଷ୍ୟ ନେଇ ଏହା କରାଯାଇଥଲା । ଏହି ଐତିହାସିକ  କ୍ଷଣ ତଥା ଆମର ହସ୍ତତନ୍ତ ପରମ୍ପରାକୁ ସମ୍ମାନ ଜଣାଇବା ଲାଗି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ୨୦୧୫ ମସିହା ଅଗଷ୍ଟ ୭ତାରିଖକୁ ଜାତୀୟ ହସ୍ତତନ୍ତ ଦିବସଭାବେ ପାଳନ କରିବାକୁ ଘୋଷଣା କରିଥିଲେ । ସ୍ୱାଧୀନତାର ୭୫ତମ ବାର୍ଷକୀ ଅବସରରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦୀ ସମସ୍ତଙ୍କୁ ହସ୍ତତନ୍ତ ସାମଗ୍ରୀ କିଣିବା ସହ  ମୋ ହସ୍ତତନ୍ତ, ମୋ ଗର୍ବସହ ନିଜକୁ ପରିଚିତ କରିବାକୁ ଆହ୍ୱାନ ଦେଇଥିଲେ । ବୁଣାକାର ଓ ହସ୍ତତନ୍ତ କ୍ଷେତ୍ରକୁ ପ୍ରୋତ୍ସାହନ ଦେବା ଲାଗି ପ୍ରତ୍ୟେକ ଅନ୍ତତଃ ଗୋଟିଏ ଲେଖାଏଁ ହସ୍ତତନ୍ତ ସାମଗ୍ରୀ କ୍ରୟ କରିବାକୁ ଶ୍ରୀ ଗୋଏଲ ଅନୁରୋଧ କରିଥିଲେ ।

            କେରଳର ତିରୁଅନନ୍ତପୁରମ୍‌, କୋଭାଲମ୍‌, ଆସାମର ଗୋଲାଘାଟ ଜିଲ୍ଲାରେ ମୋପଡା ଗ୍ରାମ, ଶ୍ରୀନଗର ବଡଗାମ୍ କାନିହାମାରେ ରାଜ୍ୟ ସରକାରଙ୍କ ସମନ୍ୱୟରେ ତିନିଟି ହସ୍ତତନ୍ତ କଳାଗ୍ରାମ ପ୍ରତିଷ୍ଠା କରିଥିବାରୁ ଶ୍ରୀ ଗୋଏଲ ଏନଏଚଡିସିକୁ  ଅଭିନନ୍ଦନ ଜଣାଇଥିଲେ । ତାହା  କେବଳ ଘରୋଇ ଓ ଆନ୍ତର୍ଜାତିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ ନାହିଁ  ବରଂ ସେ ଅଞ୍ଚଳରେ ଖ୍ୟାତିଲାଭ କରିଥିବା ହସ୍ତତନ୍ତ ଓ ହସ୍ତକଳା ସାମଗ୍ରୀକୁ ଲୋକପ୍ରିୟ କରିବା ସହ ବୁଣାକାରମାନଙ୍କ ଆୟ ବୃଦ୍ଧିରେ ମଧ୍ୟ ସହାୟକ ହେବ ବୋଲି ସେ କହିଛନ୍ତି । ପରିବର୍ତ୍ତିତ ଆବଶ୍ୟକତା ଅନୁଯାୟୀ ନୂତନ ଚିନ୍ତାଧାରା ଓ ବୈଷୟିକ ବିକାଶକୁ ଏ କ୍ଷେତ୍ରରେ ଉପଯୋଗ କରିବା ପାଇଁ ଶ୍ରୀ ଗୋଏଲ ହସ୍ତତନ୍ତ ବିକାଶ ନିଗମକୁ ପରାମର୍ଶ ଦେଇଥିଲେ ।

ସେ କହିଥିଲେ ଯେ କିପରି ଏହି କ୍ଷେତ୍ର ରାଜ୍ୟ ସରକାରଙ୍କ ସହାୟତା ବିନା ନିଜ ଗୋଡରେ ନିଜେ ଠିଆ ହେବ ତାହା ବର୍ତ୍ତମାନ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ । ଆମେ ନିଜକୁ ଆତ୍ମନିର୍ଭର କରିବା ସହ ଭାରତକୁ ମଧ୍ୟ ଆତ୍ମନିର୍ଭର କରିପାରିବା ।

            ଶ୍ରୀ ଗୋଏଲ ଏବଂ ଶ୍ରୀମତୀ ଦର୍ଶନା ଜାରଦୋଷ ମିଳିତଭାବେ ତାମିଲନାଡୁର କାଂଚିପୁରମରେ ଡିଜାଇନ ସମ୍ବଳ କେନ୍ଦ୍ର ଓ ଛତିଶଗଡର ରାୟଗଡରେ ବୁଣାକାର ସେବା କେନ୍ଦ୍ରର ଉଦ୍‌ଘାଟନ କରିଥିଲେ । ଜାତୀୟ ହସ୍ତତନ୍ତ ଉନ୍ନୟନ ନିଗମ ଦ୍ୱାରା ମଧ୍ୟ ଭର୍ଚୁଆଲ କ୍ରେତାବିକ୍ରେତା ମିଟ୍ ମଧ୍ୟ ଆୟୋଜିତ ହୋଇଥିଲା ।

ଏହି ଅବସରରେ ଉଦ୍‌ବୋଧନ ଦେଇ ବୟନ ଓ ରେଳବାଇ ରାଷ୍ଟ୍ରମନ୍ତ୍ରୀ ଶ୍ରୀମତୀ ଦର୍ଶନା ଜାରଦୋଷ ଦେଶର ହସ୍ତତନ୍ତ କ୍ଷେତ୍ରରେ ଶତକଡା ୭୦ଭାଗ ମହିଳା କାମ କରୁଥିବାରୁ ଏହା ମହିଳା ସଶକ୍ତିକରଣରେ ମଧ୍ୟ ସହାୟକ ହେବ ବୋଲି କହିଥିଲେ । ଲୋକାଲ ଫର ଭୋକାଲ ପଦକ୍ଷେପ ପାଇଁ ସ୍ଥାନୀୟ କଳାକାରଙ୍କୁ ପ୍ରୋତ୍ସାହିତ କରିବା ଆମ ସମସ୍ତଙ୍କ ଦାୟିତ୍ୱ ବୋଲି କହିଥିଲେ ।

ଏଥିରେ ଉଦ୍‌ବୋଧନ ଦେଇ ବୟନ ସଚିବ ଶ୍ରୀ ୟ.ପି. ସିଂହ କହିଥିଲେ ଯେ (MEITY) ଅଧୀନ ଡିଜିଟାଲ ଇଣ୍ଡିଆ ନିଗମ ହସ୍ତତନ୍ତ ବୁଣାକାରଙ୍କ ନିମନ୍ତେ ଏକ ଇ-କମର୍ସ ପୋର୍ଟାଲ ବିକଶିତ କରିଛନ୍ତି । ଏହା ଫଳରେ ବୁଣାକାର କାରିଗରମାନେ ସିଧାସଳଖ ସେମାନଙ୍କ ସାମଗ୍ରୀ ବିଭିନ୍ନ ସରକାରୀ ବିଭାଗ ଓ ସଂଗଠନକୁ ବିକ୍ରୀ କରିପାରିବେ । ଏହି ପୋର୍ଟାଲରେ ଅଦ୍ୟାବଧି ଦେଢଲକ୍ଷ ବୁଣାକାର ପଞ୍ଜୀକୃତ ହୋଇସାରିଛନ୍ତି ।

ଜାତୀୟ ହସ୍ତତନ୍ତ ଦିବସ ପାଳନ ନିମନ୍ତେ ଦେଶର ବିଭିନ୍ନ ପ୍ରାନ୍ତରୁ ଆସିଥିବା ବୁଣାଗାରମାନଙ୍କ ସହ ମଧ୍ୟ ଶ୍ରୀ ଗୋଏଲ ଓ ଶ୍ରୀମତୀ ଦର୍ଶନା ଜାରଦୋଷ ମତ ବିନିମୟ କରିଥିଲେ । ଅଶୋକ ହୋଟେଲ ଅଧିôବେଶନ ପ୍ରକୋଷ୍ଠରେ ଦେଶର ସମୃଦ୍ଧ ହସ୍ତତନ୍ତ ପରମ୍ପରା ଉପରେ ପର୍ଯ୍ୟବସିତ ଏକ ପ୍ରଦର୍ଶନୀ ମଧ୍ୟ ଆୟୋଜିତ ହୋଇଥିଲା ।

ସପ୍ତମ ଜାତୀୟ ହସ୍ତତନ୍ତ ଦିବସ ପାଳନରେ ଜାତୀୟ ହସ୍ତତନ୍ତ ବିକାଶ ନିଗମ ପକ୍ଷରୁ ଅଗଷ୍ଟ ୧ରୁ ୧୫ତାରିଖ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀଙ୍କ ଉଦାତ୍ତ ଘୋଷଣା ଅନୁସାରେ ମାଇଁ ହ୍ୟାଣ୍ଡଲୁମ୍‌, ମାଇଁ ପ୍ରାଇଡ୍ ଏକ୍ସପେନୂଆଦିଲ୍ଲୀର ଆଇଏନଏ ମାର୍କେଟ ସ୍ଥିତ ଦିଲ୍ଲୀ ହାଟରେ ଆୟୋଜିତ ହେଉଛି । ଦେଶର ବିଭିନ୍ନ ପ୍ରାନ୍ତରୁ ହସ୍ତତନ୍ତ ଉତ୍ପାଦନକାରୀ କମ୍ପାନୀମାନେ ସେମାନଙ୍କ ସାମଗ୍ରୀ ପ୍ରଦର୍ଶନ କରୁଛନ୍ତି । ଜାତୀୟ ପୁରସ୍କାରପ୍ରାପ୍ତ ଦେଶର ୨୨ଟି ରାଜ୍ୟରୁ ୧୨୫ରୁ ଅଧିକ ହସ୍ତତନ୍ତ ସଂସ୍ଥା ଏଥିରେ ଅଂଶଗ୍ରହଣ କରୁଛନ୍ତି । ଏହି ପ୍ରଦର୍ଶନୀ ଅଗଷ୍ଟ ୧୫ତାରିଖ ପର୍ଯ୍ୟନ୍ତ ଦିନ ୧୧ଟାରୁ ରାତି ୮ଟା ପର୍ଯ୍ୟନ୍ତ  ଖୋଲାରହୁଛି । ଦଶହଜାରରୁ ଅଧିକ ପରିଦର୍ଶକ ଏହା ପରିଦର୍ଶନ କରିବା ଆଶା କରାଯାଉଛି । ଅଗଷ୍ଟ ୭ରୁ ୧୧ ତାରିଖ ପର୍ଯ୍ୟନ୍ତ ଦିଲ୍ଲୀର ହୋଟେଲ ଲୀଲା ପ୍ୟାଲେସ ନିକଟ ନୂଆ ମୋତିବାଗ ଗୋଷ୍ଠୀ କେନ୍ଦ୍ରରେ ମାଇଁ ହ୍ୟାଣ୍ଡଲୁମ, ମାଇଁ ପ୍ରାଇଡ୍ ଏକ୍ସପେମଧ୍ୟ ଆୟୋଜିତ ହେବାର କାର୍ଯ୍ୟକ୍ରମ ରହିଛି ।

 

****

SM / SLP



(Release ID: 1743735) Visitor Counter : 240