ପୋଷ୍ଟ କରାଯିବା ଦିନାଙ୍କ:
05 AUG 2021 6:59PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୭, ୨୦୨୧ ପୂର୍ବାହ୍ନ ୧୧ଟା ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ମଧ୍ୟପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ହିତାଧିକାରୀଙ୍କ ସହ ଆଲୋଚନା କରିବେ ।
ଯୋଜନାର ସୁଫଳ ପାଇବାରୁ ଯେପରି କୌଣସି ଯୋଗ୍ୟ ହିତାଧିକାରୀ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ସାରା ରାଜ୍ୟରେ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ । ଅଗଷ୍ଟ ୭, ୨୦୨୧କୁ ରାଜ୍ୟ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଦିବସ ଭାବେ ପାଳନ କରିବ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ମଧ୍ୟପ୍ରଦେଶର ୪.୮୩ କୋଟି ହିତାଧିକାରୀ ୨୫ ହଜାରରୁ ଅଧିକ ସୁଲଭ ମୂଲ୍ୟ ଦୋକାନରୁ ମାଗଣାରେ ରାସନ ସାମଗ୍ରୀ ପାଉଛନ୍ତି ।
ମଧ୍ୟପ୍ରଦେଶ ରାଜ୍ୟପାଳ ଶ୍ରୀ ମଙ୍ଗୁଭାଇ ପଟେଲ ଓ ମୁଖ୍ୟମନ୍ତ୍ରୀ ଶ୍ରୀ ଶିବରାଜ ସିଂହ ଚୌହାନ ଏହି ଅବସରରେ ଉପସ୍ଥିତ ରହିବେ । ଏହି କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡ, ହିମାଚଳ ପ୍ରଦେଶ, ଅରୁଣାଚଳ ପ୍ରଦେଶ, ଆସାମ, ତ୍ରିପୁରା, ହରିଆନା ଓ ଗୋଆର ଖାଦ୍ୟ ବିଭାଗର ମନ୍ତ୍ରୀ ଓ ଅଧିକାରୀମାନେ ଅଂଶଗ୍ରହଣ କରିବେ ।
SR