ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ବ୍ରୋଞ୍ଜ ପଦକ ବିଜେତା ଭାରତୀୟ ପୁରୁଷ ହକି ଟିମକୁ ଅଭିନନ୍ଦନ ଜଣାଇଲେ ପ୍ରଧାନମନ୍ତ୍ରୀ

प्रविष्टि तिथि: 05 AUG 2021 9:46AM by PIB Bhubaneshwar

ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ବ୍ରୋଞ୍ଜ ପଦକ ବିଜୟୀ ହୋଇଥିବାରୁ ଭାରତୀୟ ପୁରୁଷ ହକି ଟିମକୁ ଅଭିନନ୍ଦନ ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଏହି ସଫଳତା ଯୋଗୁ ସେମାନେ ସମଗ୍ର ଦେଶର, ବିଶେଷ କରି ଯୁବ ପିଢ଼ିର ସ୍ୱପ୍ନକୁ ସଫଳ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି:

ଐତିହାସିକ! ଏକ ଦିନ ଯାହାକି ପ୍ରତ୍ୟେକ ଭାରତୀୟଙ୍କ ମାନସପଟ୍ଟରେ ଲିପିିବଦ୍ଧ ହୋଇ ରହିବ । ବ୍ରୋଞ୍ଜ ବିଜୟୀ ହୋଇଥିବାରୁ ଆମ ପୁରୁଷ ହକି ଟିମକୁ ଅଭିନନ୍ଦନ । ଏହି ସଫଳତା ଫଳରେ ସେମାନେ ସମଗ୍ର ଦେଶର, ବିଶେଷ କରି ଯୁବ ପିଢ଼ିର ସ୍ୱପ୍ନକୁ ସଫଳ କରିଛନ୍ତି । ଆମ ହକି ଟିମ ପାଇଁ ଭାରତ ଗର୍ବିତ ।

 

SR


(रिलीज़ आईडी: 1742697) आगंतुक पटल : 291
इस विज्ञप्ति को इन भाषाओं में पढ़ें: Tamil , Malayalam , English , Urdu , Marathi , हिन्दी , Assamese , Bengali , Manipuri , Punjabi , Gujarati , Telugu , Kannada