ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମଧ୍ୟପ୍ରଦେଶର ବର୍ଷା ଓ ବନ୍ୟାରେ ପୀଡିତ ବ୍ୟକ୍ତିଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ

Posted On: 04 AUG 2021 8:24PM by PIB Bhubaneshwar

ମଧ୍ୟପ୍ରଦେଶର ବର୍ଷା ଓ ବନ୍ୟାରେ ଯେଉଁ ବ୍ୟକ୍ତିମାନେ ପ୍ରାଣ ହରାଇଛନ୍ତି ସେମାନଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି । ଆହତ ବ୍ୟକ୍ତିମାନଙ୍କୁ 50 ହଜାର ଟଙ୍କା ପ୍ରଦାନ କରାଯିବ ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଟ୍ଵିଟ୍ କରିଛି ଯେ, “ମଧ୍ୟପ୍ରଦେଶର ବର୍ଷା ଓ ବନ୍ୟାରେ ପ୍ରାଣ ହରାଇଥିବା ପ୍ରତ୍ୟେକ ବ୍ୟକ୍ତିଙ୍କ ନିକଟ ସମ୍ପର୍କୀୟଙ୍କୁ ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ରିଲିଫ ପାଣ୍ଠିରୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଦାନକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅନୁମୋଦନ କରିଛନ୍ତି । ସେହିଭଳି ଆହତମାନଙ୍କୁ ମଧ୍ୟ 50 ହଜାର ଟଙ୍କା ଦିଆଯିବ” ।

 

**********

TRP/



(Release ID: 1742601) Visitor Counter : 182