ପୋଷ୍ଟ କରାଯିବା ଦିନାଙ୍କ:
04 AUG 2021 9:27AM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଗଷ୍ଟ ୫, ୨୦୨୧ ମଧ୍ୟାହ୍ନ ଗୋଟାଏ ବେଳେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଉତ୍ତର ପ୍ରଦେଶର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନାର ହିତାଧିକାରୀଙ୍କ ସହ ଆଲୋଚନା କରିବେ ।
ଅଗଷ୍ଟ ୫, ୨୦୨୧କୁ ଉତ୍ତର ପ୍ରଦେଶ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଯୋଜନା ଦିବସ ଭାବେ ପାଳନ କରିବ । ଏହି ଯୋଜନାର ସୁଫଳରୁ ଯେପରି କୌଣସି ହିତାଧିକାରୀ ବଞ୍ଚିତ ନହୁଅନ୍ତି ତାହା ସୁନିଶ୍ଚିତ କରିବାକୁ ସାରା ରାଜ୍ୟରେ ଏକ ବିଶାଳ ସଚେତନତା କାର୍ଯ୍ୟକ୍ରମ ଆୟୋଜିତ ହେବ ।
ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅନ୍ତର୍ଗତ ରାଜ୍ୟର ପ୍ରାୟ ୧୫ କୋଟି ହିତାଧିକାରୀ ମାଗଣାରେ ରାସନ ସାମଗ୍ରୀ ପାଉଛନ୍ତି । ରାଜ୍ୟର ପ୍ରାୟ ୮୦ ହଜାର ସୁଲଭ ମୂଲ୍ୟ ଦୋକାନରେ ଏହି ଯୋଜନାରେ ହିତାଧିକାରୀମାନଙ୍କୁ ଖାଦ୍ୟଶସ୍ୟ ବଣ୍ଟନ କରାଯାଉଛି ।
ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଶ୍ରୀ ଯୋଗୀ ଆଦିତ୍ୟନାଥ ମଧ୍ୟ ଏହି ଅବସରରେ ଉପସ୍ଥିତ ରହିବେ ।
SR