ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ବନ୍ୟଜୀବପ୍ରେମୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଭିନନ୍ଦନ

Posted On: 29 JUL 2021 10:32AM by PIB Bhubaneshwar

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ବନ୍ୟଜୀବପ୍ରେମୀଙ୍କୁ ଏବଂ ବିଶେଷକରି ସେହିସବୁ ଲୋକମାନଙ୍କୁ ଯେଉଁମାନେ କି ଦେଶରେ ବ୍ୟାଘ୍ର ସୁରକ୍ଷା ଦିଗରେ କାର୍ଯ୍ୟ କରୁଛନ୍ତି, ସେମାନଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଭିନନ୍ଦନ ଜ୍ଞାପନ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ୱିଟ୍ କରି ସେମାନଙ୍କ କହିଛନ୍ତି:

ଆନ୍ତର୍ଜାତିକ ବ୍ୟାଘ୍ର ଦିବସ ଅବସରରେ ବନ୍ୟଜୀବପ୍ରେମୀମାନଙ୍କ ଅଭିନନ୍ଦନ, ବିଶେଷ କରି ଯେଉଁମାନେ ଦେଶରେ ବ୍ୟାଘ୍ର ସଂରକ୍ଷଣ ଦିଗରେ ଅଧିକ ସଚେତନ ସେମାନଙ୍କୁ ମୁଁ ଅଭିନନ୍ଦନ ଜଣାଉଛି । ବିଶ୍ୱରେ ମୋଟ ଯେତିକି ବାଘ ଅଛନ୍ତି ସେମାନଙ୍କ ମଧ୍ୟରୁ ୭୦ ପ୍ରତିଶତରୁ ଅଧିକ ବାଘ ଭାରତରେ ହିଁ ରହିଛନ୍ତି । ଆମେ ପୁଣି ଥରେ ପ୍ରତିବଦ୍ଧତା ବ୍ୟକ୍ତ କରୁଛୁ ଯେ ଆମେ ଦେଶର ଥିବା ବାଘଙ୍କ ନିମନ୍ତେ ପ୍ରାକୃତିକ ପରିବେଶରେ ସେମାନଙ୍କର ବସବାସକୁ ସୁନିଶ୍ଚିତ କରିବ ଏବଂ ବାଘମାନଙ୍କୁ ଏକ ଅନୁକୂଳ ଇକୋ- ସିଷ୍ଟମରେ ବୃଦ୍ଧି ହେବାକୁ ଦେବୁ ।

ଭାରତରେ ବାଘମାନଙ୍କ ନିମନ୍ତେ ୫୧ଟି ଅଭୟାରଣ୍ୟ ରହିଛି ଯାହା ୧୮ଟି ରାଜ୍ୟରେ ବ୍ୟାପ୍ତ । ୨୦୧୮ ମସିହାରେ ଦେଶରେ ଶେଷ ଥରପାଇଁ ବାଘ ଗଣନା ହୋଇଥିଲା ଯେଉଁଥିରେ ଜଣାପଡ଼ିଥିଲା ଯେ ଦେଶରେ ବାଘଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବାଘମାନଙ୍କ ସଂରକ୍ଷଣ ପ୍ରସଙ୍ଗରେ ସେଣ୍ଟ ପିଟର୍ସବର୍ଗ ଘୋଷଣାନାମାରେ ଯେଉଁ ସମୟସୀମା ନିର୍ଦ୍ଧାରଣ କରାଯାଇଥିଲା, ତାହାକୁ ସ୍ମରଣ ରଖି ଭାରତ ନିଜର ବାଘ ସଂଖ୍ୟାକୁ ଦୁଇଗୁଣ କରିବା ଲକ୍ଷ୍ୟ ବିଗତ ଚାରିବର୍ଷ ପୂର୍ବରୁ ହାସଲ କରିସାରିଛି ।

ବାଘ ସଂରକ୍ଷଣ ପ୍ରସଙ୍ଗରେ ଭାରତର ରଣନୀତିରେ ସ୍ଥାନୀୟ ସମ୍ପ୍ରଦାୟଙ୍କୁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ପ୍ରଦାନ କରାଯାଇଛି । ଆମର ଶହ ଶହ ବର୍ଷର ପରମ୍ପରାକୁ ଆମେ ପରିପାଳନ କରିଆସୁଛୁ ଯାହା ଆମକୁ ଏହି ଶିକ୍ଷା ଦେଇଛି ଯେ ଆମେମାନେ ଜୀବଜନ୍ତୁଙ୍କୁ, ବୃକ୍ଷଲତାଙ୍କୁ ସମଭାବାପନ୍ନ ଦୃଷ୍ଟିରେ ଦେଖିବା ଉଚିତ । କାରଣ ଏମାନେ ସଭିଏଁ ଆମମାନଙ୍କ ସହିତ ଏହି ଧରିତ୍ରୀରେ ଏକତ୍ର ବସବାସ କରିଆସୁଛନ୍ତି ।

 

*****

SS



(Release ID: 1740468) Visitor Counter : 266