ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେଡିକାଲ ପାଠ୍ୟକ୍ରମରେ ଅନ୍ୟାନ୍ୟ ଅନଗ୍ରସର ଓ ଆର୍ଥିକ ଦୁର୍ବଳ ଶ୍ରେଣୀ ନିମନ୍ତେ ସଂରକ୍ଷଣ ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀଙ୍କ ପ୍ରଶଂସା

Posted On: 29 JUL 2021 4:54PM by PIB Bhubaneshwar

ନିମ୍ନ ସ୍ନାତକ ଓ ସ୍ନାତକୋତ୍ତର ମେଡିକାଲ ଓ ଡେଣ୍ଟାଲ ପାଠ୍ୟକ୍ରମରେ ଚଳିତ ଶିକ୍ଷାବର୍ଷରୁ ଶତକଡା ୨୭ଭାଗ ଅନ୍ୟାନ୍ୟ ଅନଗ୍ରସର ଓ ଶତକଡା ଦଶଭାଗ ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ନିମନ୍ତେ ସଂରକ୍ଷଣ ନିଷ୍ପତିକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସା କରିଛନ୍ତି ।

ଧାରାବାହିକ ଟ୍ୱିଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଆମ ସରକାର ଚଳିତ ଶିକ୍ଷାବର୍ଷଠାରୁ ଅନ୍ୟାନ୍ୟ ଅନଗ୍ରସରର ଶ୍ରେଣୀଙ୍କ ନିମନ୍ତେ ଶତକଡା ୨୭ ଓ ଆର୍ଥିକ ଦୁର୍ବଳଶ୍ରେଣୀଙ୍କ ନିମନ୍ତେ ଶତକଡା ଦଶଭାଗ ସଂରକ୍ଷଣ ସର୍ବଭାରତୀୟ  କୋଟା ଯୋଜନା ଅଧୀନରେ ନିମ୍ନସ୍ନାତ୍ତକ ଓ ସ୍ନାତକୋତ୍ତର ଶ୍ରେଣୀ  ମେଡିକାଲ ପାଠ୍ୟକ୍ରମ ନିମନ୍ତେ ଏକ ଐତିହାସିକ ନିଷ୍ପତ୍ତି ନେଇଛି ।

ଏହା ଆମର ହଜାର ହଜାର ଛାତ୍ରଛାତ୍ରୀଙ୍କୁ ଯଥେଷ୍ଟ ସାହାଯ୍ୟ ଓ ଉନ୍ନତ ସୁଯୋଗ ଦେବା ସହ ଦେଶର ସାମାଜିକ ନ୍ୟାୟ କ୍ଷେତ୍ରରେ ଏକ ଆଦର୍ଶ ସୃଷ୍ଟି କରିବ ।

 

*****

SM / SLP



(Release ID: 1740465) Visitor Counter : 207