ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ବାରାବାଙ୍କି ସଡକ ଦୁର୍ଘଟଣାରେ ମୃତ୍ୟୁ ଘଟଣାରେ ପ୍ରଧାନମନ୍ତ୍ରୀଙ୍କ ଶୋକ

ପିଏମଏନଆରଏଫରୁ ଅନୁକମ୍ପାମୂଳକ ରାଶି ଘୋଷଣା

Posted On: 28 JUL 2021 9:40AM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଉତ୍ତର ପ୍ରଦେଶର ବାରାବାଙ୍କିରେ ସଡକ ଦୁର୍ଘଟଣା ଯୋଗୁଁ ହୋଇଥିବା ମୃତ୍ୟୁ ଘଟଣାରେ ଦୁଃଖ ବ୍ୟକ୍ତ କରିଛନ୍ତି ।

ଏକ ଟ୍ୱିଟରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଉତ୍ତର ପ୍ରଦେଶର ବାରାବାଙ୍କିରେ ହୋଇଥିବା ସଡକ ଦୁର୍ଘଟଣା ଖବରରେ ମର୍ମାହତ । ଶୋକାକୂଳ ପରିବାରଙ୍କ ପ୍ରତି ସମବେଦନା । ଏବେ ମୁଖ୍ୟମନ୍ତ୍ରୀ ଯୋଗୀଜୀଙ୍କ ସହ ଆଲୋଚନା କରିଛି । ସମସ୍ତ ଆହତ ବ୍ୟକ୍ତିଙ୍କ ଉପଯୁକ୍ତ ଚିକିତ୍ସାର ବ୍ୟବସ୍ଥା କରାଯାଉଛି ।”

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ।

ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ହୋଇଥିବା ଟ୍ୱିଟରେ କୁହାଯାଇଛି, PM @narendramodi ବାରାବାଙ୍କିରେ ହୋଇଥିବା ମର୍ମନ୍ତୁଦ ଦୁର୍ଘଟଣାରେ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ ୨ଲକ୍ଷ ଟଙ୍କା ଓ ଆହତଙ୍କୁ ୫୦ ହଜାର ଟଙ୍କା ଅନୁକମ୍ପାମୂଳକ ରାଶି ପ୍ରଦାନ କରିବାକୁ ଘୋଷଣା କରିଛନ୍ତି ।

SR


(Release ID: 1740039) Visitor Counter : 207