ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୪୦ କୋଟିକୁ ଅତିକ୍ରମ କଲା

ସୁସ୍ଥତା ହାର ୯୭.୩୧%କୁ ବୃଦ୍ଧି

ଗତ ୨୪ ଘଣ୍ଟାରେ ୪୧,୧୫୭ ନୂଆ କରୋନା ମାମଲା ଚିହ୍ନଟ

ଭାରତରେ ସକ୍ରିୟ ମାମଲା (୪,୨୨,୬୬୦) ଏବେ ମୋଟ ପଜିଟିଭ ମାମଲାର ୧.୩୬% ରହିଛି

ଦୈନିକ ପଜିଟିଭିଟି ହାର (୨.୧୩%) ଗତ ୨୭ ଦିନ ଧରି ୩% ତଳେ ରହିଛି

Posted On: 18 JUL 2021 10:25AM by PIB Bhubaneshwar

ଭାରତରେ ମୋଟ କୋଭିଡ-୧୯ ଟିକାକରଣ ୪୦ କୋଟିର ମାଇଲଖୁଣ୍ଟକୁ ଅତିକ୍ରମ କରିପାରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୫୦,୪୬,୩୮୭ ସେସନରେ ମୋଟ ୪୦,୪୯,୩୧,୭୧୫ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୫୧,୦୧,୫୬୭ ଡୋଜ୍ ଟିକା ଦିଆଯାଇଛି ।

 

HCWs

1st Dose

1,02,69,092

2nd Dose

75,40,656

FLWs

1st Dose

1,77,92,396

2nd Dose

1,03,48,504

Age Group 18-44 years

1st Dose

12,42,65,428

2nd Dose

48,64,609

Age Group 45-59 years

1st Dose

9,74,79,640

2nd Dose

2,90,71,946

Over 60 years

1st Dose

7,20,87,206

2nd Dose

3,12,12,238

Total

40,49,31,715

୨୦୨୧ ଜୁନ ୨୧ ତାରିଖରୁ କୋଭିଡ-୧୯ ଟିକାକରଣର ସରଳୀକରଣ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଉହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ଦେଶରେ କୋଭିଡ-୧୯ ସଂକ୍ରମଣରୁ ୩,୦୨,୬୯,୭୯୬ ଜଣ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟାରେ ୪୨,୦୦୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ସୁସ୍ଥତା ହାର ୯୭.୩୧% ରହିଛି ଏବଂ ଏହା ଉଦ୍ଧ୍ୱର୍ମୁଖୀ ରହିଛି ।

ଗତ ୨୪ ଘଣ୍ଟାରେ ଭାରତରେ ୪୧,୧୫୭ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୨୧ ଦିନ ଧରି ଦେଶରେ ଦୈନିକ ନୂଆ ସଂକ୍ରମଣ ୫୦ ହଜାର ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ସକ୍ରିୟ କରୋନା ମାମଲା ଏବେ ୪,୨୨,୬୬୦ ରହିଛି ଏବଂ ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧.୩୬% ରହିଛି ।

ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ମୋଟ ୧୯,୩୬,୭୦୯ ଟେଷ୍ଟ କରାଯାଇଛି । ମୋଟ ଉପରେ ଭାରତରେ ୪୪.୩୯ କୋଟି (୪୪,୩୯,୫୮,୬୬୩)ରୁ ଅଧିକ ଟେଷ୍ଟ କରାଯାଇଛି ।

ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୦୮% ଥିବା ବେଳେ ଦୈନିକ ପଜିଟିଭିଟି ହାର ୨.୧୩% ରହିଛି । ଗତ ୨୭ ଦିନ ଧରି ଦୈନିକ ପଜିଟିଭିଟି ହାର ୩%ରୁ ତଳେ ଥିବା ବେଳେ ୪୧ ଦିନ ଧରି ଏହା ୫% ତଳେ ରହିଛି ।

SR



(Release ID: 1736532) Visitor Counter : 239