ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଟୋକିଓ ଅଲିମ୍ପିକ୍ସ ପାଇଁ ଭାରତୀୟ କ୍ରୀଡାବିତ୍‌ଙ୍କ ପ୍ରଥମ ଦଳକୁ ଦିଲ୍ଲୀ ବିମାନ ବନ୍ଦରରୁ ଆଜି ରାତିରେ ମେଲାଣି ଦେବେ କେନ୍ଦ୍ର କ୍ରୀଡାମନ୍ତ୍ରୀ ଶ୍ରୀ ଅନୁରାଗ ଠାକୁର ଓ ବିଭାଗୀୟ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିଶୀଥ ପ୍ରମାଣିକ

Posted On: 17 JUL 2021 3:15PM by PIB Bhubaneshwar

ଆଉ ଏକ ସପ୍ତାହ ମଧ୍ୟରେ ଟୋକିଓ ଅଲିମ୍ପିକ୍ସ ଆରମ୍ଭ ହେଉଛି । ଏଥିରେ ଭାଗନେବାକୁ ଯାଉଥିବା ଭାରତୀୟ କ୍ରୀଡାବିତ୍‌ଙ୍କ ପ୍ରଥମ ଦଳକୁ ଆଜି ବିଳମ୍ବିତ ରାତିରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରେ ଆନୁଷ୍ଠାନିକ ଭାବେ ମେଲାଣି ପ୍ରଦାନ କରାଯିବ । ପ୍ରଥମ ଦଫାରେ ଯାଉଥିବା ଦଳରେ ମୋଟ ୮୮ସଦସ୍ୟଙ୍କ ମଧ୍ୟରେ ଅଛନ୍ତି ୫୪ଜଣ କ୍ରୀଡାବିତ୍ । ଅନ୍ୟ ୩୪ଜଣ ହେଲେ ସହାୟକ କର୍ମଚାରୀ ଓ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନରେ ପ୍ରତିନିଧି ।

            ଏହି ଆନୁଷ୍ଠାନିକ ମେଲାଣି ଉତ୍ସବରେ କେନ୍ଦ୍ରୀ କ୍ରୀଡା ଓ ବ୍ୟାପାରମନ୍ତ୍ରୀ ଅନୁରାଗ ସିଂହ ଠାକୁର, ରାଷ୍ଟ୍ରମନ୍ତ୍ରୀ ନିଶୀଥ ପ୍ରମାଣିକ ଯୋଗଦେଇ ଖେଳାଳି ଏବଂ ଅଧିକାରୀ, ପ୍ରତିନିଧିମାନଙ୍କୁ ବିଦାୟ ଜଣାଇବେ । ଏହି କାର୍ଯ୍ୟକ୍ରମରେ ଭାରତୀୟ ଅଲିମ୍ପିକ୍ସ ଆସୋସିଏସନର ସଭାପତି ଶ୍ରୀ ନରିନ୍ଦର ଧ୍ରୁବ ବାତ୍ରା, ମହାସଚିବ ଶ୍ରୀ ରାଜୀବ ମେହେତା ଓ ଭାରତୀୟ କ୍ରୀଡା ପ୍ରାଧିକରଣର ମହାନିର୍ଦ୍ଦେଶକ ଶ୍ରୀ ସନ୍ଦୀପ ପ୍ରଧାନ ପ୍ରମୁଖ ଯୋଗଦେବେ ।

            ପ୍ରଥମ ବ୍ୟାଚରେ ତୀରନ୍ଦାଜି, ହକି,ବ୍ୟାଡମିଣ୍ଟ, ଟେବୁଲ ଟେନିସ, ଜୁଡୋ, ଜିମ୍ନାଷ୍ଟିକ ଓ ଭାରୋତ୍ତନ ଆଦି ଆଠଟି ବିଭାଗର କ୍ରୀଡାବିତ୍‌, ସହାୟକ କର୍ମଚାରୀ ଓ ଅଧିକାରୀ ଆଜି ରାତିରେ ଟୋକିଓ ଅଭିମୁଖେ ଯାଉଛନ୍ତି । ଏହି ଦଳରେ ସର୍ବାଧିକ ସଦସ୍ୟ ଅଛନ୍ତି ହକି ଖେଳାଳୀ ।

            ଖେଳାଳି ମାନଙ୍କ ନିରାପତ୍ତା ଦୃଷ୍ଟିରୁ ଏହି କାର୍ଯ୍ୟକ୍ରମରେ ଯୋଗ ଦେଉଥିବା ସବୁ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କର କୋଭିଡ୍ ଟେଷ୍ଟ କରାଯାଇଛି । ଯେଉଁମାନଙ୍କର ନେଗେଟିଭ ରିପୋର୍ଟ ଆସିଛି ସେମାନଙ୍କୁ ଏହି କାର୍ଯ୍ୟକ୍ରମରେ ଭାଗ ନେବାକୁ ଅନୁମତି ଦିଆଯାଇଛି । ଏଥିପାଇଁ ମଧ୍ୟ ସାମାଜିକ ଦୂରତ୍ୱ ରକ୍ଷା ଓ ଅନ୍ୟାନ୍ୟ  କୋଭିଡ୍ ନିୟମ ପାଳନ କରାଯାଉଛି ।             

            ଟୋକିଓ ଅଲିମ୍ପିକ୍ସରେ ଯୋଗ ଦେବାକୁ ୧୨୭ଭାରତୀୟ କ୍ରୀଡାବିତ ଯୋଗ୍ୟତା ଅର୍ଜନ କରିଛନ୍ତି । ଏହା ଏକ ରେକର୍ଡ । ଏହା ପୂର୍ବରୁ ରିଓ ଅଲିମ୍ପିକ୍ସକୁ ଭାରତ ସବୁଠୁ ବଡ ୧୧୭ଜଣିଆ ଦଳ ପଠାଇଥିଲା ।

 

******

TKM / SLP



(Release ID: 1736473) Visitor Counter : 167