କ୍ୟାବିନେଟ

ମହଙ୍ଗା ଭତ୍ତା ଓ ମହଙ୍ଗା ସହାୟତା ବୃଦ୍ଧିକୁ କ୍ୟାବିନେଟ୍ ଅନୁମୋଦନ

Posted On: 14 JUL 2021 4:03PM by PIB Bhubaneshwar

ମାନନୀୟ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କ୍ୟାବିନେଟ ସମିତି ଆଜି କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଗୀଙ୍କ ପାଇଁ ମହଙ୍ଗା ସହାୟତା (ଡିଆର)କୁ ବୃଦ୍ଧି କରିଛନ୍ତି। ମୂଳ ଦରମା/ପେନସନରେ ଡିଏ/ଡିଆର ପରିମାଣକୁ ପୂର୍ବ ହାର 17%ରୁ ବୃଦ୍ଧି କରି 28% କରି ଦିଆଯାଇଛି, ଅର୍ଥାତ୍ ଏଥିରେ 11% ବୃଦ୍ଧି ହୋଇଛି। ଏହି ବୃଦ୍ଧି 01.07.2021 ଠାରୁ ଲାଗୁ ହେବ।

କୋଭିଡ-19 ମହାମାରୀ କାରଣରୁ ଦେଖାଦେଇଥିବା ଅଭୂତପୂର୍ବ ପରିସ୍ଥିତି କାରଣରୁ କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ସହାୟତା (ଡିଆର)ର ତିନୋଟି ଅତିରିକ୍ତ କିସ୍ତିକୁ ସ୍ଥଗିତ ରଖିଥିଲେ। ଯାହାକି 01.01.2020, 01.07.2020 ଏବଂ 01.01.2021ରେ ପ୍ରଦାନ କରାଯିବାକୁ ଥିଲା।

ବର୍ତ୍ତମାନ, କେନ୍ଦ୍ର ସରକାରୀ କର୍ମଚାରୀଙ୍କୁ ଦିଆଯାଉଥିବା ମହଙ୍ଗା ଭତ୍ତା (ଡିଏ) ଓ ପେନସନଭୋଗୀଙ୍କୁ ଦିଆଯାଉଥିବା ମହଙ୍ଗା ସହାୟତା (ଡିଆର)ରେ 11% ବୃଦ୍ଧି ପାଇଁ ନିଷ୍ପତ୍ତି ନେଇଛନ୍ତି। ମୂଳ ଦରମା/ପେନସନରେ ଏହାର ହାର 17%ରୁ ବୃଦ୍ଧି ପାଇଁ 28% ହେବ। ଏହି ବୃଦ୍ଧିରେ 01.01.2020, 01.07.2020 ଏବଂ 01.01.2021ରେ ଦେୟଯୋଗ୍ୟ ତିନୋଟି ଅତିରିକ୍ତ କିସ୍ତି ପ୍ରତିଫଳିତ ହେବ। 01.01.2020 ଠାରୁ ଆରମ୍ଭ କରି 30.06.2021 ପର୍ଯ୍ୟନ୍ତ ଅବଧି ଲାଗି ମହଙ୍ଗା ଭତ୍ତା/ମହଙ୍ଗା ସହାୟତା ହାର ପୂର୍ବବତ୍  17% ରହିବ।

 

*******

P.S.



(Release ID: 1735659) Visitor Counter : 491