ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ବଜ୍ରପାତ ଜନିତ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀଙ୍କ ଶୋକ
ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା
ପୋଷ୍ଟ କରାଯିବା ଦିନାଙ୍କ:
12 JUL 2021 12:14PM by PIB Bhubaneswar
ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ବଜ୍ରପାତ ଜନିତ ପ୍ରାଣହାନୀ ଯୋଗୁଁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ବ୍ୟକ୍ତ କରିଛନ୍ତି ଏବଂ ପୀଡିତଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ।
ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ତରଫରୁ ଟ୍ଵିଟ୍ କରି କୁହାଯାଇଛି ଯେ, “ମଧ୍ୟପ୍ରଦେଶର କେତେକ ଅଞ୍ଚଳରେ ବଜ୍ରପାତ ଜନିତ ପ୍ରାଣହାନୀ ଘଟଣାରେ ମୁଁ ମର୍ମାହତ । ରାଜ୍ୟ ସରକାର ପ୍ରଭାବିତ ଲୋକଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦେବେ । ପ୍ରତ୍ୟେକ ମୃତକଙ୍କ ନିକଟ ସମ୍ପର୍କୀୟଙ୍କୁ 2 ଲକ୍ଷ ଟଙ୍କାର ଅନୁକମ୍ପା ରାଶି ପ୍ରଧାନମନ୍ତ୍ରୀ ରିଲିଫ ପାଣ୍ଠିରୁ ପ୍ରଦାନ କରାଯିବା ସହିତ ଆହତ ବ୍ୟକ୍ତିଙ୍କୁ ମଧ୍ୟ 50,000 ଟଙ୍କା ଦିଆଯିବ: ପିଏମ ମୋଦୀ” ।
**********
TRP/
(ରିଲିଜ ଆଡି: 1734908)
ପରିଦର୍ଶକ କାଉଣ୍ଟର : 228
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam