ଯୁବ ବ୍ୟାପାର ଓ କ୍ରୀଡା ମନ୍ତ୍ରଣାଳୟ

ଟୋକିଓ ଅଲିମ୍ପିକ୍ସ-୨୦୨୦ରେ ଅଂଶଗ୍ରହଣ କରୁଥିବା ଭାରତୀୟ ଦଳର ପ୍ରସ୍ତୁତିର ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଶ୍ରୀ ଅନୁରାଗ ଠାକୁରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ

ପୋଷ୍ଟ କରାଯିବା ଦିନାଙ୍କ: 12 JUL 2021 5:05PM by PIB Bhubaneswar

କେନ୍ଦ୍ର କ୍ରୀଡା ଓ ଯୁବବ୍ୟାପାର ମନ୍ତ୍ରୀ  ଶ୍ରୀ ଅନୁରାଗ ଠାକୁର ଟୋକିଓ ଅଲିମ୍ପିକ୍ସ-୨୦୨୦ ନିମନ୍ତେ ଅଂଶଗ୍ରହଣ କରୁଥିବା ଭାରତୀୟ ଖେଳାଳୀମାନଙ୍କ ପ୍ରସ୍ତୁତି ନେଇ ସପ୍ତମ ଉଚ୍ଚସ୍ତରୀୟ ବୈଠକରେ ଅଧ୍ୟକ୍ଷତା କରି ଏ ସମ୍ପର୍କରେ ସମୀକ୍ଷା କରିଛନ୍ତି । କେନ୍ଦ୍ର କ୍ରୀଡା ଯୁବ ବ୍ୟାପାର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନିତୀଶ ପରମାଣିକ ଏଥିରେ ଯୋଗ ଦେଇଥିବାବେଳେ, କ୍ରୀଡା ସଚିବ ଶ୍ରୀ ରବି ମିତଲ, ଭାରତୀୟ ଅଲିମ୍ପିକ ସଂଘ ସଭାପତି ଶ୍ରୀ ନରିନ୍ଦର ବାତ୍ରା ଓ କ୍ରୀଡା ବିଭାଗର ଅନ୍ୟାନ୍ୟ ବରିଷ୍ଠ ଅଧିକାରୀଗଣ ଏଥିରେ ଯୋଗ ଦେଇଥିଲେ ।

ବୈଠକରେ  ମନୋନୀତ କ୍ରୀଡାବିତ୍‌ମାନଙ୍କ ବିଶ୍ୱସ୍ତରୀୟ ତାଲିମ ସମେତ ଅନ୍ୟାନ୍ୟ ବିଷୟରେ ଆଲୋଚନା ହୋଇଥିଲା ।

  ଶ୍ରୀ ଅନୁରାଗ ଠାକୁର ଅଧିକାରୀମାନଙ୍କ ସହ ଚିୟର ଫର ଇଣ୍ଡିଆ ଅଭିଯାନର ପ୍ରଗତି ଓ ଆସନ୍ତାକାଲି  ଅପରାହ୍ନ ୫ଟାରେ ଟୋକିଓ ଯାଇଥିବା କ୍ରୀଡାବିତ୍‌ମାନଙ୍କ ସହ ପ୍ରଧାନମନ୍ତ୍ରୀଙ୍କ ବାର୍ତ୍ତା ବିନିମୟ  ତଥା ସେମାନଙ୍କୁ ଉତ୍ସାହିତ କରିବା ନେଇ ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ଆଲୋଚନା କରିଥିଲେ । ଏହି ବାର୍ତ୍ତା  ବିନିମୟ କାର୍ଯ୍ୟକ୍ରମ ଦୂରଦର୍ଶନରେ ସିଧା ପ୍ରସାରିତ ହେବା ସହ ଅନ୍ୟାନ୍ୟ ସରକାରୀ ସାମାଜିକ ଗଣମାଧ୍ୟମ ପ୍ଲାଟଫର୍ମ ଜରିଆରେ ମଧ୍ୟ ପ୍ରସାରିତ ହେବ ।

 

****

SM /SLP


(ରିଲିଜ ଆଡି: 1734902) ପରିଦର୍ଶକ କାଉଣ୍ଟର : 253