ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ଟୋକିଓ-2020ରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଦଳର ସୁବିଧା ପାଇଁ ପ୍ରସ୍ତୁତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ
ଜୁଲାଇ 13 ତାରିଖରେ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା କ୍ରୀଡ଼ାବିତ୍ଙ୍କ ସହ ଆଲୋଚନା କରି ଶୁଭକାମନା ଜଣାଇବେ ପ୍ରଧାନମନ୍ତ୍ରୀ
प्रविष्टि तिथि:
09 JUL 2021 1:51PM by PIB Bhubaneswar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଟୋକିଓ-2020ରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଦଳର ସୁବିଧା ପାଇଁ ପ୍ରସ୍ତୁତି ସମୀକ୍ଷା କରିଛନ୍ତି। ପ୍ରଧାନମନ୍ତ୍ରୀ ମଧ୍ୟ ଜୁଲାଇ 13 ତାରିଖରେ ଅଲିମ୍ପିକ୍ସରେ ଭାଗ ନେବାକୁ ଥିବା କ୍ରୀଡ଼ାବିତ୍ଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଶୁଭକାମନା ଜଣାଇବେ।
ଏକାଧିକ ଟୁଇଟ୍ ଜରିଆରେ ପ୍ରଧାନମନ୍ତ୍ରୀ କହିଛନ୍ତି, “ଟୋକିଓ-2020ରେ ଅଂଶଗ୍ରହଣ କରିବାକୁ ଥିବା ଭାରତୀୟ ଦଳର ସୁବିଧା ପାଇଁ ପ୍ରସ୍ତୁତି ସମୀକ୍ଷା କଲି। ଲଜିଷ୍ଟିକ୍ସ ବିବରଣୀ, ସେମାନଙ୍କର ଟିକାକରଣ ସ୍ଥିତି, ଯୋଗାଇ ଦିଆଯାଉଥିବା ବହୁମୁଖୀ ସହାୟତା ସମ୍ପର୍କରେ ଆଲୋଚନା କଲି।
130 କୋଟି ଭାରତୀୟଙ୍କ ପକ୍ଷରୁ, 13 ଜୁଲାଇରେ ଅଲିମ୍ପିକ୍ସରେ ଅଂଶଗ୍ରହଣ କରିବାକୁ ଥିବା କ୍ରୀଡ଼ାବିତ୍ଙ୍କ ସହିତ ଆଲୋଚନା କରି ସେମାନଙ୍କୁ ଶୁଭକାମନା ଜଣାଇବି। ଚାଲନ୍ତୁ ସମସ୍ତେ ଭାରତୀୟ ଦଳକୁ ଉତ୍ସାହିତ କରିବା।”
********
P.S
(रिलीज़ आईडी: 1734304)
आगंतुक पटल : 249
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Assamese
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam