କ୍ୟାବିନେଟ

ସ୍ୱାସ୍ଥ୍ୟ ଗବେଷଣା କ୍ଷେତ୍ରରେ ଭାରତ ଓ ମିଆଁମାର ମଧ୍ୟରେ ବୁଝାମଣାକୁ କେନ୍ଦ୍ର କ୍ୟାବିନେଟ୍ ମଞ୍ଜୁରି

Posted On: 30 JUN 2021 4:17PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟକୁ ଭାରତୀୟ ଚିକିତ୍ସା ଗବେଷଣା ପରିଷଦ (ଆଇସିଏମଆର୍) ଏବଂ ମିଆଁମାର ସ୍ୱାସ୍ଥ୍ୟ ଓ ଖେଳ ମନ୍ତ୍ରଣାଳୟର ଚିକିତ୍ସା ଗବେଷଣା ବିଭାଗ (ଡିଏମଆର୍) ମଧ୍ୟରେ ୨୦୨୦ ଫେବ୍ରୁଆରୀରେ ନୂଆଦିଲ୍ଲୀରେ ସ୍ୱାକ୍ଷରିତ ଏକ ବୁଝାମଣାପତ୍ର (ଏମଓୟୁ) ବାବଦରେ ଅବଗତ କରାଯାଇଛି

 

ପାରସ୍ପରିକ ଗବେଷଣା ବିଷୟରେ ସ୍ୱାସ୍ଥ୍ୟ ଗବେଷଣା ସମ୍ପର୍କକୁ ସମୃଦ୍ଧ କରିବା ହେଉଛି ଏହି ଏମ୍ଓୟୁର ଉଦ୍ଦେଶ୍ୟ ଏହାର ପ୍ରମୁଖ ଉଦ୍ଦେଶ୍ୟଗୁଡ଼ିକ ହେଉଛି:

. ସଂକ୍ରାମକ ରୋଗର ମୂଳୋତ୍ପାଟନ (ପାରସ୍ପରିକ ଭାବେ ନିଷ୍ପତ୍ତି ନିଆଯିବ)

. ଆଗାମୀ ତଥା ଭାଇରାଲ୍ ସଂକ୍ରମଣର ନେଟୱର୍କ ପ୍ଲାଟଫର୍ମର ବିକାଶ

. ଗବେଷଣା ପଦ୍ଧତି ପରିଚାଳନା, କ୍ଲିନିକାଲ ପରୀକ୍ଷା, ନୀତିଶାସ୍ତ୍ର ଇତ୍ୟାଦିରେ ତାଲିମ/କ୍ଷମତା ନିର୍ମାଣ

. ନିୟାମକ ବ୍ୟବସ୍ଥାର ସାମଞ୍ଜସ୍ୟ

 

କର୍ମଶାଳା/ବୈଠକ ଏବଂ ଗବେଷଣା ପ୍ରକଳ୍ପଗୁଡ଼ିକ ପାଇଁ ପାଣ୍ଠି ଉପଲବ୍ଧତାର ପ୍ରତିଶ୍ରୁତି ନେଇ ସେହି ସମୟରେ ଉପଲବ୍ଧ ପାଣ୍ଠି ଅନୁସାରେ ବିଭିନ୍ନ ସମୟରେ ନିଷ୍ପତ୍ତି ନିଆଯିବ ଉଭୟ ପକ୍ଷ ପ୍ରତ୍ୟେକ ସଂଗଠନର ପ୍ରତିନିଧିଙ୍କୁ ସାମିଲ କରି ଏକ ସଂଯୁକ୍ତ କାର୍ଯ୍ୟକାରିଣୀ କମିଟି (ଜେଡବ୍ଲୁ୍ଜି) ଗଠନ କରିବେ ଜେଡବ୍ଲୁ୍ଜି ଅଧିବେଶନ ଭାରତ ଓ ମିଆଁମାରରେ ବୈକଳ୍ପିକ ଭାବେ ଆୟୋଜନ କରାଯିବ ଭ୍ରମଣ ସଂକ୍ରାନ୍ତ ଖର୍ଚ୍ଚ, ଯେଉଁଥିରେ ଭିସା ଏଣ୍ଟ୍ରି, ରହଣି, ଦୈନିକ ଭତ୍ତା, ସ୍ୱାସ୍ଥ୍ୟ ବୀମା, ଜେଡବ୍ଲୁ୍ଜି ସଦସ୍ୟଙ୍କ ସ୍ଥାନୀୟ ପରିବହନ ସାମିଲ ରହିଛି, ତାହାକୁ ପଠାଇଥିବା ପକ୍ଷ ବହନ କରିବ, ଯେବେ କି ଜେଡବ୍ଲୁ୍ଜି ବୈଠକଗୁଡ଼ିକର ଆୟୋଜନ ବାବଦ ଖର୍ଚ୍ଚ ଆୟୋଜକ ପକ୍ଷ ଦ୍ୱାରା ବହନ କରାଯିବ

SR



(Release ID: 1731793) Visitor Counter : 152