ଭାରୀ ଉଦ୍ୟୋଗ ମନ୍ତ୍ରଣାଳୟ

ଭାରତର ଅଟୋମୋବାଇଲ କ୍ଷେତ୍ରକୁ ମିଳିଲା ଏସିଆର ସବୁଠାରୁ ଦୀର୍ଘ ଓ ବିଶ୍ୱର ପଞ୍ଚମ ଦୀର୍ଘ ହାଇ ସ୍ପିଡ ଟ୍ରାକ

ଆଗାମୀ ଦିନରେ ଭାରତ ହିଁ ପାଲଟିବ ଅଟୋ ମ୍ୟାନୁଫାକ୍ଚରିଂ ହବ୍: ଶ୍ରୀ ପ୍ରକାଶ ଜାଭଡେକର

Posted On: 29 JUN 2021 2:44PM by PIB Bhubaneshwar

ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଶ୍ରୀ ପ୍ରକାଶ ଜାଭଡେକର ଆଜି ଇନ୍ଦୋର ଠାରେ ଏସିଆର ସବୁଠାରୁ ଦୀର୍ଘ  ଏନଏଟିଆରଏଏକ୍ସ- ହାଇସ୍ପିଡ ଟ୍ରାକ (ଏଚଏସଟି) ଉଦଘାଟନ କରିଛନ୍ତି । ୧ ହଜାର ଏକର ଜମିରେ ବିକଶିତ ଏନଏଟିଆରଏଏକ୍ସରେ ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର୍ଯ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ପରୀକ୍ଷଣ ହୋଇପାରିବ । 

ଭାରତ ଅଟୋମୋବାଇଲ, ନିର୍ମାଣ ଓ ସ୍ପେୟାର ପାର୍ଟସ ମାନୁଫାକ୍ଚରିଂ ହବ ପାଲଟିବ ବୋଲି ବିଶ୍ୱସ୍ତରୀୟ ୧୧.୩ କିଲୋମିଟର ହାଇସ୍ପିଡ ଟ୍ରାକର ଇ-ଉଦଘାଟନ ଅବସରରେ ଶ୍ରୀ ଜାଭଡେକର କହିଛନ୍ତି । ଆତ୍ମନିର୍ଭର ଭାରତ ଦିଗରେ ଆମେ ଅଗ୍ରସର ହେଉଛୁ ଓ ଏ ନେଇ ସବୁପ୍ରକାର ଉଦ୍ୟମ ଜାରି ରହିଛି । ଭାରତକୁ ଅଟୋ ମ୍ୟାନୁଫାକ୍ଚରିଂ ହବ୍ ଭାବେ ଗଢି ତୋଳିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ସ୍ୱପ୍ନକୁ ସାକାର କରିବା ପାଇଁ ମନ୍ତ୍ରାଳୟ ପ୍ରତିଶ୍ରୁତିବଦ୍ଧ । ଅଟୋମୋବାଇଲ ଓ ମାନୁଫାକ୍ଚରିଂ ଶିଳ୍ପର ବିସ୍ତାର ନିଯୁକ୍ତି ସୃଷ୍ଟିରେ ସହାୟକ ହେବ । ଦୃଢ ରାଜନୈତିକ ଇଚ୍ଛାଶକ୍ତି ଯୋଗୁଁ ଦୀର୍ଘଦିନ ଧରି ପଡିରହିଥିବା ରେଳବାଇ, ରାଜପଥ ଓ ଜଳପଥ ପ୍ରକଳ୍ପଗୁଡିକ ସମ୍ପୂର୍ଣ୍ଣ ହେବାକୁ ଯାଉଛି ବୋଲି ମନ୍ତ୍ରୀ କହିଛନ୍ତି ।

ଦେଶର ବ୍ୟାପକ ସଶକ୍ତିକରଣ ପାଇଁ ସରକାର ମାନୁଫାକ୍ଚରିଂ ଓ ଅଟୋମୋବାଇଲ ଉଦ୍ୟୋଗକୁ ପ୍ରୋତ୍ସାହନ ଦେଉଛନ୍ତି ବୋଲି  ଏହି ଅବସରରେ ଭାଷଣ ଦେଇ ଭାରୀ ଶିଳ୍ପ ଓ ସାଧାରଣ ଉଦ୍ୟୋଗ ରାଷ୍ଟ୍ରମନ୍ତ୍ରୀ ଶ୍ରୀ ଅର୍ଜୁନ ରାମ ମେଘଓ୍ୱାଲ କହିଛନ୍ତି ।

 

ଏନଏଟିଆରଏଏକ୍ସ କେନ୍ଦ୍ରରେ ସର୍ବାଧିକ ଗତି, ଆକ୍ସଲେରସନ, ନିରନ୍ତର ଗତିରେ ଇନ୍ଧନ ଖର୍ଚ୍ଚ, ରିଅଲ ରୋଡ ଡ୍ରାଇଭିଂ ସିମୁଲେସନ ମାଧ୍ୟମରେ ପ୍ରଦୂଷଣ ପରୀକ୍ଷଣ ଓ ଉଚ୍ଚ ଗତି ନିୟନ୍ତ୍ରଣ ଓ ଲେନ ବଦଳାଇବା ବେଳେ ଗାଡିର ସ୍ଥିରତା ମାପିବା ଭଳି  ବହୁମୁଖୀ ପରୀକ୍ଷଣ ହୋଇପାରେ ଓ ଯାନବାହାନ ଗତିଶୀଳତା ମାପିବା ପାଇଁ ଏହା ସେଣ୍ଟର ଅଫ ଏକ୍ସଲେନ୍ସ ।

ବିଏମଡବ୍ଲୁ, ମର୍ସିଡିସ, ଅଡି, ଫେରାରି, ଲାମ୍ବୋରଗିନି, ଟେସଲା ଭଳି ହାଇ-ଏଣ୍ଚ କାରର ସର୍ବାଧିକ ଗତି କ୍ଷମତା ମାପିବା ପାଇଁ ଏଚଏସଟି ବ୍ୟବହାର କରାଯାଏ । କୌଣସି ଭାରତୀୟ ପରୀକ୍ଷଣ  ଟ୍ରାକରେ ଏହା ଏପର୍ଯ୍ୟନ୍ତ ମପା ଯାଇ ପାରୁନାହିଁ । ମଧ୍ୟପ୍ରଦେଶର କେନ୍ଦ୍ର ସ୍ଥଳରେ ଥିବାରୁ ପ୍ରମୁଖ ଓଇଏମଗୁଡିକ ଏହାକୁ ସହଜରେ ବ୍ୟବହାର କରିପାରିବେ । ବିଦେଶୀ ଓଇଏମଗୁଡିକ ଭାରତୀୟ ପରିବେଶରେ ପ୍ରୋଟୋଟାଇପ କାରର ବିକାଶ ପାଇଁ ଏନଏଟିଆରଏଏକ୍ସ-ଏଚଏସଟି ପ୍ରତି ଆଗ୍ରହୀ ହେବେ । ଏବେ ବିଦେଶୀ ଓଇଏମ ଉଚ୍ଚ ଗତି ପରୀକ୍ଷଣ ଆବଶ୍ୟକତା ପୂରଣ ପାଇଁ ବିଦେଶରେ ଥିବା ନିଜର ହାଇ ସ୍ପିଡ ଟ୍ରାକକୁ ଯାଉଛନ୍ତି ।

ବିଶ୍ୱର ସବୁଠାରୁ ବଡ ଏଚଏସଟି ଭାବେ ସମସ୍ତ ପ୍ରକାର ଉଚ୍ଚ ଗତି ପ୍ରଦର୍ଶନ ପରୀକ୍ଷଣ ପାଇଁ ଏହା ସମାଧାନ ଆଣିଦେଇଛି । ଦୁଇ ଚକିଆ ଠାରୁ ଆରମ୍ଭ କରି ଓଜନିଆ ଟ୍ରାକ୍ଟର ଟ୍ରେଲର ପର୍ଯ୍ୟନ୍ତ ବିସ୍ତୃତ ବାହାନ ଶ୍ରେଣୀର ସମସ୍ତ ପ୍ରକାର ହାଇସ୍ପିଡ କ୍ଷମତା ପରୀକ୍ଷଣ ହୋଇପାରିବ । ଗାଡିଗୁଡିକ ସର୍ପିଳ ରାସ୍ତାରେ ୩୭୫ କିଲୋମିଟର ସର୍ବାଧିକ ସ୍ପିଡ ହାସଲ କରିପାରିବେ ଓ ଏହାର ଲିଏଟ୍ରାକ ଅଣ୍ଡାକୃତି ହୋଇଥିବାରୁ ଏହା ବିଶ୍ୱର ସବୁଠାରୁ ସୁରକ୍ଷିତ ପରୀକ୍ଷଣ ଟ୍ରାକ ହୋଇପାରିଛି ।

SR



(Release ID: 1731283) Visitor Counter : 256