ସଂସ୍କୃତି ମନ୍ତ୍ରଣାଳୟ
ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କଳାକୃତି ସଂପର୍କରେ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ
ପୋଷ୍ଟ କରାଯିବା ଦିନାଙ୍କ:
27 JUN 2021 8:42PM by PIB Bhubaneswar
କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟୀକରଣ ଦିଆଯାଇଛି ଯେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ କେତେକ କଳାକୃତି ଗାଏବ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମରେ ପ୍ରକାଶ ପାଇଥିବା ସମ୍ବାଦ ସମ୍ପୂର୍ଣ୍ଣ ଅସତ୍ୟ । ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ ଚଳିତବର୍ଷ ଜାନୁଆରୀ ୨୩ ତାରିଖରେ ଭିକ୍ଟୋରିଆ ମେମୋରିଆଲଠାରେ ଏକ ପ୍ରଦର୍ଶନୀର ଉଦ୍ଘାଟନ କରାଯାଇଥିଲା ଯାହାକି ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜନ୍ମ ବାର୍ଷିକୀ ପାଳନ ଅବସରରେ କରାଯାଇଥିଲା ଏବଂ ସେଠାରେ ସେହିସବୁ ସାମଗ୍ରୀ ପ୍ରଦର୍ଶନ କରାଯାଇଥିଲା । ସେହିସବୁ ସାମଗ୍ରୀ ଭାରତୀୟ ପୁରାତତ୍ତ୍ୱ ସର୍ଭେର ଲାଲକିଲ୍ଲା ସଂଗ୍ରହାଳୟ ପକ୍ଷରୁ ଭିକ୍ଟୋରିଆ ମେମୋରିଆଲକୁ ଲୋନ୍ ଆଧାରରେ ଯୋଗାଇ ଦିଆଯାଇଥିଲା । ବିଧିବଦ୍ଧ ଭାବେ ପ୍ରଚଳିତ ଧାରାକୁ ଅନୁସରଣ ପୂର୍ବକ ସେହିସବୁ ସାମଗ୍ରୀ ଉଧାର ସୂତ୍ରରେ ପ୍ରଦାନ କରାଯାଇଥିଲା ଏବଂ ସେଥିପାଇଁ ଦୁଇ ଅନୁଷ୍ଠାନଙ୍କ ମଧ୍ୟରେ ଏକ ଆନୁଷ୍ଠାନିକ ବୁଝାମଣା ପତ୍ର ମଧ୍ୟ ସ୍ୱାକ୍ଷରିତ ହୋଇଥିଲା । ଏହି ବୁଝାମଣା ପତ୍ରର ଅବଧିର ମାସ ପର୍ଯ୍ୟନ୍ତ ବଳବତ୍ତର ରହିବ ଯାହାକି ଏକ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇପାରିବ । ସେହିସବୁ ସାମଗ୍ରୀ କୋଲକାତାକୁ ଉପଯୁକ୍ତ ସୁରକ୍ଷା ବ୍ୟବସ୍ଥା ଏବଂ ବୀମାକରଣ ସହ ପଠାଯାଇଥିଲା । ମନ୍ତ୍ରଣାଳୟ ପକ୍ଷରୁ ଆହୁରି କୁହାଯାଇଛି ଯେ ଦେଶର ବିଭିନ୍ନ ସଂଗ୍ରହାଳୟ ମଧ୍ୟରେ ପୁରାତନ ସାମଗ୍ରୀ ଆଦାନ ପ୍ରଦାନ ଓ ପ୍ରଦର୍ଶନୀ ଆୟୋଜନ ଏକ ପ୍ରଚଳିତ ନିୟମିତ ଧାରା । ଆଲୋଚିତ କ୍ଷେତ୍ରରେ, ଉଭୟ ଏଏସଆଇ ଏବଂ ଭିଏମଏଚ କେନ୍ଦ୍ର ସଂସ୍କୃତି ମନ୍ତ୍ରଣାଳୟର ପ୍ରଶାସନିକ ନିୟନ୍ତ୍ରଣାଧୀନ ରହିଛନ୍ତି ।
*****
SS
(ରିଲିଜ ଆଡି: 1730776)
ପରିଦର୍ଶକ କାଉଣ୍ଟର : 218