ପୋଷ୍ଟ କରାଯିବା ଦିନାଙ୍କ:
26 JUN 2021 10:46AM by PIB Bhubaneswar
ଏକ ଉଲ୍ଲେଖନୀୟ ସଫଳତାରେ ଭାରତରେ କୋଭିଡ-୧୯ ଟିକାକରଣ ଗତକାଲି ୩୧ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୨,୦୦,୮୩୯ ସେସନରେ ମୋଟ ୩୧,୫୦,୪୫,୯୨୬ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୬୧,୧୯,୧୬୯ ଡୋଜ୍ ଟିକା ଦିଆଯାଇଛି ।
|
HCWs
|
1st Dose
|
1,01,83,459
|
|
2nd Dose
|
71,75,222
|
|
FLWs
|
1st Dose
|
1,74,05,275
|
|
2nd Dose
|
93,02,922
|
|
Age Group 18-44 years
|
1st Dose
|
7,91,80,154
|
|
2nd Dose
|
17,15,458
|
|
Age Group 45-59 years
|
1st Dose
|
8,59,69,905
|
|
2nd Dose
|
1,40,81,556
|
|
Over 60 years
|
1st Dose
|
6,70,95,979
|
|
2nd Dose
|
2,29,35,996
|
|
Total
|
31,50,45,926
|
କୋଭିଡ-୧୯ ଟିକାକରଣର ବୈଶ୍ୱିକରଣର ନୂତନ ପର୍ଯ୍ୟାୟ ୨୧ ଜୁନ୍ ୨୦୨୧ରୁ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।
ଗତ ୨୪ ଘଣ୍ଟାରେ ଭାରତରେ ୪୮,୬୯୮ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।
କ୍ରମାଗତ ଗତ ୧୯ ଦିନ ଧରି ଦୈନିକ ନୂଆ ମାମଲା ୧ ଲକ୍ଷରୁ ତଳେ ରହୁଛି । ଏହା କେବଳ କେନ୍ଦ୍ର ସରକାର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଆଜି ଦେଶରେ ସକ୍ରିୟ ମାମଲା ରହିଛି ୫,୯୫,୫୬୫ । ସକ୍ରିୟ ମାମଲା ୮୬ ଦିନ ପରେ ୧ ଲକ୍ଷରୁ ତଳକୁ ହ୍ରାସ ପାଇଛି ।
ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ୧୭,୩୦୩ ହ୍ରାସ ପାଇଥିବା ବେଳେ ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୧.୯୭% ରହିଛି ସକ୍ରିୟ ମାମଲା ।

କୋଭିଡ-୧୯ ସଂକ୍ରମଣରୁ ଦୈନିକ ଅଧିକରୁ ଅଧିକ ଲୋକ ସୁସ୍ଥ ହେଉଥିବାରୁ ଭାରତରେ ଗତ ୪୪ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖଖ୍ୟା ଦୈନିକ ନୂଆ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୬୪,୮୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଚିହ୍ନଟ ହୋଇଥିବା ନୂଆ ମାମଲା ତୁଳନାରେ ୧୬ ହଜାର (୧୬,୧୨୦)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ ଏ ପର୍ଯ୍ୟନ୍ତ ୨,୯୧,୯୩,୦୮୫ ଜଣ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୬୪,୮୧୮ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଫଳରେ ମୋଟ ସୁସ୍ଥତା ହାର ୯୬.୭୨%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମାଗତ ଭାବେ ବୃଦ୍ଧି ପାଇ ଚାଲିଛି ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ଗତ ୨୪ ଘଣ୍ଟାରେ ମୋଟ ୧୭,୩୫,୭୮୧ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୯.୭୮ କୋଟି (୩୯,୯୫,୬୮,୪୪୮)ରୁ ଅଧିକ ଟେଷ୍ଟ କରାଯାଇଛି ।
ଏକ ପକ୍ଷରେ ଦେଶବ୍ୟାପୀ ଟେଷ୍ଟିଂ କ୍ଷମତା ବୃଦ୍ଧି ପାଉଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୨.୯୭% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୭୯% । ଦୈନିକ ପଜିଟିଭିଟି ହାର ଗତ ୧୯ ଦିନ ଧରି ୫%ରୁ ତଳେ ରହିଛି ।

SR