ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ କୋଭିଡ-୧୯ ଟିକାକରଣ ୩୦ କୋଟିକୁ ଅତିକ୍ରମ କରିଛି

ଗତ ୨୪ ଘଣ୍ଟା ମଧ୍ୟରେ ୬୪.୮୯ ଲକ୍ଷ ଡୋଜ୍ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟାରେ ୫୪,୦୬୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି

ଭାରତରେ ସକ୍ରିୟ କରୋନା ମାମଲା ୬,୨୭,୦୫୭କୁ ହ୍ରାସ ପାଇଛି

କ୍ରମାଗତ ୪୨ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ସଂକ୍ରମଣକୁ ପଛରେ ପକାଇଛି

ସୁସ୍ଥତା ହାର ୯୬.୬୧%କୁ ବୃଦ୍ଧି ପାଇଛି

ଦୈନିକ ପଜିଟିଭିଟି ହାର ୨.୯୧% ରହିଛି, ଗତ ୧୭ ଦିନ ଧରି ଏହା ୫% ତଳେ ରହିଛି

Posted On: 24 JUN 2021 11:06AM by PIB Bhubaneshwar

ସଫଳତାରେ ଆଉ ଏକ ମାଇଲଖୁଣ୍ଟରେ ଭାରତରେ କୋଭିଡ-୧୯ ଟିକାକରଣ ଗତକାଲି ୩୦ କୋଟିକୁ ଅତିକ୍ରମ କରିଛି । ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ରିପୋର୍ଟ ଅନୁସାରେ ୪୦,୪୫,୫୧୬ ସେସନରେ ମୋଟ ୩୦,୧୬,୨୬,୦୨୮ ଡୋଜ୍ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟାରେ ୬୪,୮୯,୫୯୯ ଡୋଜ୍ ଟିକା ଦିଆଯାଇଛି ।

୨୦୨୧ ଜୁନ୍ ୨୧ରୁ ଦେଶବ୍ୟାପୀ କୋଭିଡ-୧୯ ଟିକାକରଣର ସରଳୀକରଣ ପର୍ଯ୍ୟାୟ ଆରମ୍ଭ ହୋଇଛି । ଦେଶବ୍ୟାପୀ କୋଭିଡ-୧୯ ଟିକାକରଣକୁ ବ୍ୟାପକ ଓ ତ୍ୱରାନ୍ୱିତ କରିବାକୁ କେନ୍ଦ୍ର ସରକାର ପ୍ରତିବଦ୍ଧ ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୫୪,୦୬୯ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

ଗତ ୧୭ ଦିନ ଧରି ଦେଶରେ ଦୈନନ୍ଦିନ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହିଛି । ଏହା କେବଳ କେନ୍ଦ୍ର ସରକାର ଓ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସରକାରମାନଙ୍କୁ ମିଳିତ ପ୍ରଚେଷ୍ଟାର ଫଳ ।

ଭାରତରେ ସକ୍ରିୟ କରୋନା ମାମଲା ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି । ଦେଶରେ ଆଜି ସକ୍ରିୟ ମାମଲା ରହିଛି ୬,୨୭,୦୫୭ ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୧୬,୧୩୭ ହ୍ରାସ ହୋଇଛି ଏବଂ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୨.୦୮% ରହିଛି ସକ୍ରିୟ ମାମଲା ।

ଅଧିକରୁ ଅଧିକ ଲୋକ କୋଭିଡ-୧୯ ସଂକ୍ରମଣରୁ ସୁସ୍ଥ ହେଉଥିବାରୁ ଭାରତରେ ଗତ ୪୨ ଦିନ ଧରି ଦୈନିକ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ନୂଆ ଆକ୍ରାନ୍ତଙ୍କ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟାରେ ୬୮,୮୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ନୂଆ କରୋନା ମାମଲା ତୁଳନାରେ ୧୪ ହଜାର(୧୪,୮୧୬)ରୁ ଅଧିକ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ କୋଭିଡ-୧୯ ସଂକ୍ରମଣରୁ ୨,୯୦,୬୩,୭୪୦ ଜଣ ଆକ୍ରାନ୍ତ ସୁସ୍ଥ ହେଲେଣି ଏବଂ ଗତ ୨୪ ଘଣ୍ଟାରେ ୬୮,୮୮୫ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହା ଯୋଗୁ ମୋଟ ସୁସ୍ଥତା ହାର ୯୬.୬୧%କୁ ବୃଦ୍ଧି ପାଇଛି ଏବଂ ଏହା କ୍ରମେ ବୃଦ୍ଧି ପାଉଛି ।

ଦେଶବ୍ୟାପୀ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ଗତକାଲି ମୋଟ ୧୮,୫୯,୪୬୯ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୯.୭୮ କୋଟି (୩୯,୭୮,୩୨,୬୬୭)ରୁ ଅଧିକ ଟେଷ୍ଟ କରାଯାଇଛି ।

ଦେଶରେ ଏକ ପକ୍ଷରେ ଟେଷ୍ଟିଂ ବୃଦ୍ଧି ହେଉଥିବା ବେଳେ ଅନ୍ୟ ପକ୍ଷରେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୩.୦୪% ଥିବା ବେଳେ ଦୈନିକ ପଜିଟିଭିଟି ହାର ରହିଛି ୨.୯୧% । ଗତ ୧୭ ଦିନ ଧରି ଦୈନିକ ପଜିଟିଭିଟି ହାର ୫%ରୁ ତଳେ ରହିଛି ।

SR



(Release ID: 1730239) Visitor Counter : 209