ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
ବିଶ୍ୱର କୋଣ ଅନୁକୋଣରେ ଯୋଗର ପ୍ରସାର ସୁନିଶ୍ଚିତ କରିବା ଲାଗି ଆମେ ପଦକ୍ଷେପ ନେବା ଉଚିତ୍ : ପ୍ରଧାନମନ୍ତ୍ରୀ ମୋଦୀ
ପୋଷ୍ଟ କରାଯିବା ଦିନାଙ୍କ:
21 JUN 2021 8:11AM by PIB Bhubaneswar
ବିଶ୍ୱର କୋଣ ଅନୁକୋଣରେ ଯୋଗର ପ୍ରସାର ସୁନିଶ୍ଚିତ କରିବା ନିମନ୍ତେ ମିଳିତ ଭାବେ କାର୍ଯ୍ୟ କରିବା ଲାଗି ଯୋଗ ଗୁରୁ, ପ୍ରଚାରକ ଓ ଅନ୍ୟ ସମସ୍ତଙ୍କୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆହ୍ୱାନ କରିଛନ୍ତି। ସେ ସପ୍ତମ ଅନ୍ତର୍ଜାତୀୟ ଯୋଗ ଦିବସ ଅବସରରେ ଉଦବୋଧନ ଦେଇଥିଲେ।
ଭଗବତ୍ ଗୀତାର ଉଦାହାରଣ ଦେଇ ପ୍ରଧାନମନ୍ତ୍ରୀ କହିଥିଲେ ଯେ ଆମ ସମସ୍ତଙ୍କୁ ଯୋଗର ସମ୍ମିଳିତ ଯାତ୍ରାରେ ଆଗେଇବାକୁ ହେବ କାରଣ ଯୋଗ ନିକଟରେ ସମସ୍ତଙ୍କ ପାଇଁ ସମାଧାନର ସୂତ୍ର ରହିଛି। ଯୋଗ ଯନ୍ତ୍ରଣାରୁ ମୁକ୍ତି ଦେଇଥାଏ ଏବଂ ଏହା ସମସ୍ତଙ୍କୁ ସହାୟକ ହୋଇଥାଏ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
ଯୋଗର ବର୍ଦ୍ଧିତ ଲୋକପ୍ରିୟତା ଏବଂ ଏଥିପ୍ରତି ଲୋକମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ କହିଥିଲେ, ଯୋଗ ଏହାର ମୂଳ ଆଦର୍ଶକୁ ବଜାୟ ରଖି ସମସ୍ତଙ୍କ ନିକଟରେ ପହଞ୍ଚିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଯୋଗଗୁରୁ ଏବଂ ଆମେ ସମସ୍ତେ ଯୋଗକୁ ପ୍ରତ୍ୟେକ ଲୋକଙ୍କ ନିକଟକୁ ନେଇଯିବା କ୍ଷେତ୍ରରେ ଯୋଗଦାନ ଦେବା ଉଚିତ୍ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।
**********
P.S
(ରିଲିଜ ଆଡି: 1729101)
ପରିଦର୍ଶକ କାଉଣ୍ଟର : 255
ଏହି ରିଲିଜ ପଢନ୍ତୁ :
English
,
Urdu
,
Marathi
,
हिन्दी
,
Manipuri
,
Assamese
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam