ଆୟୁଷ

ଅନ୍ତର୍ଜାତୀୟ ଯୋଗଦିବସ ଅବସରରେ ଦେଶର ସର୍ବବୃହତ୍ ଡାକ ମୋହର ଉନ୍ମୋଚନ କାର୍ଯ୍ୟକ୍ରମ

Posted On: 19 JUN 2021 2:46PM by PIB Bhubaneshwar

 ଜୁନ ୨୧ତାରିଖ ଦିନ ସପ୍ତମ ଯୋଗଦିବସ ପାଳନ ଅବସରରେ ଭାରତୀୟ ଡାକବିଭାଗ (ଇଣ୍ଡିଆ ପୋଷ୍ଟ)ପକ୍ଷରୁ ଏ ସ୍ୱତନ୍ତ୍ର ସ୍ମାରକୀ ମୋହର ଉନ୍ମୋଚନ କାର୍ଯ୍ୟକ୍ରମ ଆୟୋଜନ ହେଉଛି । ସମଗ୍ର ଦେଶରେ ୮୧୦ଟି ମୁଖ୍ୟ ଡାକଘରେ ଏହି ମୋହରଗୁଡିକ ଏକସଙ୍ଗେ ଉନ୍ମୋଚନ ହେବ । ସ୍ମାରକୀ ଡାକଟିକଟ ଏବଂ ମୋହର ଉନ୍ମୋଚନ କ୍ଷେତ୍ରରେ ଏହା ହେଉଛି ଦେଶର ସର୍ବବୃହତ୍ ଆୟୋଜନ ।

ଡେଲିଭେରି ଏବଂ ଅଣଡେଲିଭରି ନିର୍ବିଶେଷରେ ଦେଶର ସମସ୍ତ ମୁଖ୍ୟ ଡାକଘରଗୁଡିକରେ ଜୁନ୨୧ତାରିଖ ଦିନ ଏହି ଉନ୍ମୋଚନ ଉତ୍ସବ ପାଳନ କରାଯିବ । ଏହିଦିନ ଚିଠିଗୁଡିକ ଉପରେ ଉଭୟ ହିନ୍ଦୀ ଏବଂ ଇଂରାଜୀ ଭାଷାରେ ଟିକଟଗୁଡିକର ପୁନଃ ବ୍ୟବହାର ନ ହେବା ପାଇଁ ସ୍ୱତନ୍ତ୍ର ମୋହର ମରାଯିବ । ଡାକ ଟିକଟ ସମ୍ପର୍କୀତ ଅଧ୍ୟୟନ ନିମନ୍ତେ ଏହି ମୋହରର ଯଥେଷ୍ଟ ମୂଲ୍ୟ ରହିଛି ଏବଂ ଏ କ୍ଷେତ୍ରରେ ଏହା ବେଶ୍ ଉପଯୋଗୀ ମଧ୍ୟ ହେବ । 

କିଛିବର୍ଷ ହେଲା ଡାକଟିକଟ ସଂଗ୍ରହ ଇଚ୍ଛା ଲୋକମାନଙ୍କଠାରେ କମିଯାଉଥିବା ଲକ୍ଷ୍ୟ କରାଯାଉଛି । ପୁନର୍ବାର ଏହି ଇଚ୍ଛାର ସୃଷ୍ଟି ପାଇଁ ଡାକ ବିଭାଗ ପକ୍ଷରୁ ଏକ ଯୋଜନା ଆରମ୍ଭ ହୋଇଛି । ଡାକଟିକଟ ସଂଗ୍ରହକାରୀମାନଙ୍କ ପାଇଁ ହୋଇଥିବା ଏହି ଯୋଜନାରେ କେତେକ ନିର୍ଦ୍ଦିଷ୍ଟ ଡାକଘରମାନଙ୍କରେ ଡାକଟିକଟ ମିିଳିପାରିବ । ଏଥିପାଇଁ ଯେକୌଣସି ମୁଖ୍ୟ ଡାକଘରେ ୨ଶହ ଟଙ୍କା ଜମା କରି ଏକ ଫିଲାଟେଲିକ୍ ଆକାଉଂଟ ଖୋଲିଲେ ସ୍ୱତନ୍ତ୍ର ଲଫାପା ଏବଂ ଡାକଟିକଟ ମିଳିପାରିବ । ସ୍ମାରକୀ ଡାକଟିକଟ ଗୁଡିକ ସୀମିତ ପରିମାଣରେ ଛପା ଯାଉଥିବାରୁ ଏସବୁ ଏହି ଯୋଜନାରେ ଫିଲାଟେଲିକ ବ୍ୟୁରୋ ଏବଂ କାଉଂଟରମାନଙ୍କରୁ ମିଳିିପାରିବ ।

ଗତବର୍ଷ ମାନଙ୍କରେ ଡାକଟିକଟ ସଂଗ୍ରହକାରୀମାନଙ୍କ ମଧ୍ୟରେ ଆନ୍ତର୍ଜାତିକ ଯୋଗଦିବସ ସମ୍ପର୍କରେ ଡାକ ଟିକଟ ସଂଗ୍ରହ ବେଶ୍ ଲୋକପ୍ରିୟ ହୋଇଛି । 

୨୦୧୫ ମସିହାରେ ଡାକବିଭାଗ ଦୁଇଟି ଟିକଟର ଏକ ସେଟ୍ ଏବଂ ସମ୍ପର୍କୀତ ଏକ ବିବରଣୀ ଆର୍ନ୍ତଜାତିକ ଯୋଗଦିବସ ଅବସରରେ ଜାରି କରିଥିଲା । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୂର୍ଯ୍ୟ ନମସ୍କାର ସମ୍ବଳିତ ଡାକଟିକଟ ୨୦୧୬ ମସିହାରେ ‌ଆର୍ନ୍ତଜାତିକ ଯୋଗଦିବସ ଅବସରରେ ଉନ୍ମୋଚନ କରିଥିଲେ । ମିଳିତ ଜାତିସଂଘର ଡାକ ପ୍ରଶାସନ ପକ୍ଷରୁ ୨୦୧୭ ମସିହାରେ ନ୍ୟୁୟର୍କଠାରେ ୧୦ଟି ଯୋଗାସନ ସମ୍ବଳିତ ଟିକଟର ଏକ ସେଟ୍ ଉନ୍ମୋଚନ କରାଯାଇଥିଲା । 

ଗତ ୬ବର୍ଷ ହେଲା ସମଗ୍ର ବିଶ୍ୱରେ ବିଭିନ୍ନ ଶୈଳୀରେ ଆର୍ନ୍ତଜାତିକ ଯୋଗ ଦିବସ ପାଳନ କରାଯାଇଛି । ଆମ ଦେଶରେ ଅତୀତର ବିଭିନ୍ନ ଶୈଳୀକୁ ନେଇ ଆର୍ନ୍ତଜାତିକ ଯୋଗଦିବସ ପାଳନ କରାଯାଇଛି । ହିମାଳୟର ବରଫାବୃତ ଅଂଚଳରେ ସ୍ଥଳସେନା ଯବାନମାନଙ୍କ ଯୋଗାଭ୍ୟାସ, ସେବା ନିବୃତ ଆଇ.ଏନ.ଏସ. ବିରାଟ ଉପରେ ନୌସେନା ଯବାନମାନଙ୍କ ଯୋଗାଭ୍ୟାସ, ଏ ସମ୍ପର୍କୀତ ବାଲୁକାକଳା ଏବଂ ବାର୍ତା, ଆଇ.ଏନ.ଏସ ସିନ୍ଧୁରତ୍ନ ବୁଡାଜାହାଜ ଉପରେ ନୌସେନା ଯବାନମାନଙ୍କର ଯୋଗାଭ୍ୟାସ ଆଦିର ଚିତ୍ରକୁ ଚଳିତବର୍ଷ ଆର୍ନ୍ତଜାତିକ ଯୋଗଦିବସ ଅବସରରେ ଡାକବିଭାଗ ପକ୍ଷରୁ ଉନ୍ମୋଚନ କରାଯିବ । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ୨୦୧୪ମସିହା ଡିସେମ୍ବର ୧୧ତାରିଖ ଦିନ ମିଳିତ ଜାତିସଂଘର ସାଧାରଣ ଅଧିବେଶନରେ ଜୁନ ୨୧ତାରିଖରୁ ଆର୍ନ୍ତଜାତିକ ଯୋଗଦିବସ ଭାବରେ ବିଶ୍ୱବ୍ୟାପୀ ପାଳନ କରାଯିବା ନିମନ୍ତେ ଘୋଷଣା କରାଯାଇଥିଲା । ସମଗ୍ର ବିଶ୍ୱରେ ଏହି ଦିବସଟିକୁ ୨୦୧୫ମସିହାଠାରୁ ଆର୍ନ୍ତଜାତିକ ଯୋଗଦିବସ ଭାବରେ ପାଳନ କରାଯାଉଛି । 

ଚଳିତବର୍ଷ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ‘ଘରେ ରୁହ, ଯୋଗ ଅଭ୍ୟାସ କର’ ନୀତିକୁ ଉତ୍ସାହିତ କରିବା ପାଇଁ ଭର୍ଚୁଆଲ ମାଧ୍ୟମରେ ଆର୍ନ୍ତଜାତିକ ଯୋଗଦିବସ ପାଳନ କରାଯିବ । ସମଗ୍ର ଦେଶ ବର୍ତ୍ତମାନ ଲକ୍‌ଡାଉନ ପରିସ୍ଥିତିର ସମ୍ମୁଖୀନ ହୋଇଥିବାରୁ ଦେଶର ୮୧୦ଟି ଡାକଘରେ ଭର୍ଚୁଆଲ ମାଧ୍ୟମରେ ଡାକଟିକଟ ସଂଗ୍ରହ କ୍ଷେତ୍ରରେ ଏହି ଦିନ ନୂଆ ମୋହର ଉନ୍ମୋଚନ ସହ ନୂଆ ସୁଯୋଗ ସୃଷ୍ଟିର ଉଦ୍ୟମ ହେଉଛି ।

 

****

SSD / SLP



(Release ID: 1728669) Visitor Counter : 182