ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ପି.ଏମ୍ କେୟାର୍ସ ପାଣ୍ଠିରୁ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କଲ୍ୟାଣୀରେ ୨୫୦ ଶଯ୍ୟା ବିଶିଷ୍ଟ କୋଭିଡ୍ ହସ୍‌ପିଟାଲ

Posted On: 16 JUN 2021 2:14PM by PIB Bhubaneshwar

ଜରୁରୀକାଳୀନ ପ୍ରଧାନମନ୍ତ୍ରୀ ନାଗରିକ ସହାୟତା ଓ ରିଲିଫ (ପିଏମ କେୟାର୍ସ) ପାଣ୍ଠିରୁ ୨୫୦ଶଯ୍ୟା ବିଶିଷ୍ଟ ଦୁଇଟି କାମଚଳା କୋଭିଡ୍ ହସ୍‌ପିଟାଲ ପଶ୍ଚିମବଙ୍ଗର ମୁର୍ଶିଦାବାଦ ଓ କଲ୍ୟାଣୀରେ ସ୍ଥାପନ ପାଇଁ ୪୧.୬୨ କୋଟି ଟଙ୍କା ମଞ୍ଜୁର ହୋଇଛି । ଡିଆରଡିଓ ଦ୍ୱାରା ତିଆରି ହେବାକୁ ଥିବା ଏହି ହସ୍‌ପିଟାଲ ନିମନ୍ତେ କେତେକ ଭିତ୍ତିଭୂମି ସହାୟତା ମଧ୍ୟ ରାଜ୍ୟ ସରକାର ଓ ଭାରତ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଯୋଗାଇଦେବେ ।

କୋଭିଡ ପରିସ୍ଥିତିରେ ସୁଧାର ଆଣିବା ପାଇଁ ଏହି ପ୍ରସ୍ତାବିତ ଯୋଜନା ପଶ୍ଚିମବଙ୍ଗର ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ଦିଗରେ ମଧ୍ୟ ସହାୟକ ହେବ ।

ସ୍ୱାସ୍ଥ୍ୟ ଭିତ୍ତିଭୂମି ବୃଦ୍ଧି ପାଇଁ ପିଏମ୍ କେୟାର୍ସ ପାଣ୍ଠି ପକ୍ଷରୁ ବିହାର, ଦିଲ୍ଲୀ, ଜମ୍ମୁ ଓ ଶ୍ରୀନଗରରେ ମଧ୍ୟ କୋଭିଡ ହସ୍‌ପିଟାଲମାନ ସ୍ଥାପନ କରାଯାଇଛି ।

 

****

SM



(Release ID: 1727695) Visitor Counter : 165