ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା

ପୋଷ୍ଟ କରାଯିବା ଦିନାଙ୍କ: 11 JUN 2021 9:14AM by PIB Bhubaneswar

ଭାରତର ସକ୍ରିୟ କରୋନା ମାମଲା ଆହୁରି 11,21,671 ତଳକୁ ଖସିଲା ।

ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ 46,281 ସଂଖ୍ୟା ହ୍ରାସ ।

କ୍ରମାଗତ ଚତୁର୍ଥ ଦିନ ମଧ୍ୟରେ ନୂଆ କରୋନା ମାମଲା 1 ଲକ୍ଷରୁ କମ୍ ।

ଗତ 24 ଘଣ୍ଟା ମଧ୍ୟରେ ଭାରତରେ ନୂଆ କରୋନା ମାମଲା ସଂଖ୍ୟା 91,702 ରହିଛି ।

ବର୍ତ୍ତମାନ ସୁଦ୍ଧା ସାରା ଦେଶରେ ମୋଟ 2,77,90,073 ସଂଖ୍ୟକ କରୋନା ରୋଗୀ ସୁସ୍ଥ ହେଲେଣି ।

ଗତ 24 ଘଣ୍ଟା ମଧ୍ୟରେ 1,34,580 ରୋଗୀ ସୁସ୍ଥ ହୋଇଛନ୍ତି ।

କ୍ରମାଗତ ଭାବେ 29 ଦିନ ମଧ୍ୟରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଅଧିକ ହେବାରେ ଲାଗିଛି ।

ସୁସ୍ଥତା ହାର 94.93 ପ୍ରତିଶତ କୁ ବୃଦ୍ଧି ପାଇଛି ।

ସାପ୍ତାହିକ ପଜିଟିଭିଟି ହାର ବର୍ତ୍ତମାନ 5.14 ପ୍ରତିଶତରେ ରହିଛି ।

ଦୈନିକ ପଜିଟିଭିଟି ହାର 4.49 ପ୍ରତିଶତ, ଯାହାକି କ୍ରମାଗତ ଭାବେ 18 ଦିନ ମଧ୍ୟରେ ଏହା 10 ପ୍ରତିଶତ ତଳେ ରହିଛି ।

ପରୀକ୍ଷଣ କ୍ଷମତା ବୃଦ୍ଧି କରାଯାଇଛି – ବର୍ତ୍ତମାନ ସୁଦ୍ଧା ମୋଟ 37.42 କୋଟି ପରୀକ୍ଷା କରାଯାଇଛି ।

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ବର୍ତ୍ତମାନ ସୁଦ୍ଧା ମୋଟ 24.6 କୋଟି ଡୋଜ ଟିକା ଦିଆଯାଇଛି ।

 

**********

TRP/


(ରିଲିଜ ଆଡି: 1726238) ପରିଦର୍ଶକ କାଉଣ୍ଟର : 294