ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କୋଭିଡ-19 ସମ୍ପର୍କିତ ସଦ୍ୟତମ ସୂଚନା
प्रविष्टि तिथि:
10 JUN 2021 9:46AM by PIB Bhubaneshwar
60 ଦିନ ପରେ ଭାରତର ସକ୍ରିୟ କରୋନା ମାମଲା 12 ଲକ୍ଷ (11,67,952) ତଳକୁ ଖସିଲା
ଗତ 24 ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ 63,463 ସଂଖ୍ୟା ହ୍ରାସ
ଭାରତରେ କ୍ରମାଗତ ତୃତୀୟ ଦିନ ମଧ୍ୟରେ ନୂଆ କରୋନା ମାମଲା 1 ଲକ୍ଷ ତଳେ ରହିଛି
ଗତ 24 ଘଣ୍ଟା ମଧ୍ୟରେ 94,052 ସଂଖ୍ୟକ ନୂଆ କରୋନା ମାମଲା ଆସିଛି
ସେହିଭଳି ଗତ 24 ଘଣ୍ଟା ମଧ୍ୟରେ 1,51,367 ସଂଖ୍ୟକ କରୋନା ରୋଗୀ ସୁସ୍ଥ ହୋଇଛନ୍ତି
କ୍ରମାଗତ ଭାବେ ବିଗତ 28 ଦିନ ମଧ୍ୟରେ ଦୈନିକ ନୂତନ ସଂକ୍ରମଣ ସଂଖ୍ୟା ଠାରୁ ଦୈନିକ ସୁସ୍ଥ ହେଉଥିବା ରୋଗୀଙ୍କ ସଂଖ୍ୟା ଅଧିକ ରହି ଆସୁଛି ।
ଦେଶରେ ଏ ପର୍ଯ୍ୟନ୍ତ ମୋଟ 2,76,55,493 ଜଣ ସୁସ୍ଥ ହୋଇଛନ୍ତି
ସୁସ୍ଥତା ହାର 94.77 ପ୍ରତିଶତକୁ ବୃଦ୍ଧି ପାଇଛି
ସାପ୍ତାହିକ ପଜିଟିଭିଟି ହାର 5.43 ପ୍ରତିଶତ ରହିଛି
ଦୈନିକ ପଜିଟିଭିଟି ହାର 4.69 ପ୍ରତିଶତ, ଯାହାକି କ୍ରମାଗତ ଭାବେ 17 ଦିନ ଧରି ଏହା 10 ପ୍ରତିଶତ ତଳେ ରହିଛି
ପରୀକ୍ଷଣ କ୍ଷମତା ବୃଦ୍ଧି କରାଯାଇଛି – ବର୍ତ୍ତମାନ ସୁଦ୍ଧା ମୋଟ 37.21 କୋଟି ପରୀକ୍ଷା କରାଯାଇଛି
ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ମୋଟ 24 କୋଟି (24,27,26,693)ରୁ ଅଧିକ ଡୋଜ ଟିକା ଦିଆଯାଇଛି
**********
TRP/
(रिलीज़ आईडी: 1726007)
आगंतुक पटल : 206
इस विज्ञप्ति को इन भाषाओं में पढ़ें:
English
,
Urdu
,
Marathi
,
हिन्दी
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam