ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

କୋଭିଡ-19 ଟିକାକରଣ ସମ୍ପର୍କିତ ସଦ୍ୟତମ ସୂଚନା

ସାର୍ବଜନୀନ ଇମ୍ୟୁନାଇଜେସନ କାର୍ଯ୍ୟକ୍ରମ (ୟୁଆଇପି) ଅଧୀନରେ ଥିବା ଟିକାଗୁଡ଼ିକର ଭଣ୍ଡାର ପରିଚାଳନା ଏବଂ ସଂରକ୍ଷଣ ସ୍ଥାନର ତାପମାତ୍ରା ତଥ୍ୟ ଟ୍ରାକିଂ ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ବ୍ୟବହୃତ ହେଉଛି ଇ-ଭିନ

ବେଆଇନ ବ୍ୟବସାୟିକ ଉଦ୍ଦେଶ୍ୟରେ ଏହି ସମ୍ବେଦନଶୀଳ ଇ-ଭିନ ତଥ୍ୟର ଯେକୌଣସି ପ୍ରକାରର ଅପବ୍ୟବହାରକୁ ରୋକିବା ପାଇଁ କେନ୍ଦ୍ର ସରକାର ପ୍ରତିଶ୍ରୁତିବଦ୍ଧ

କୋଭିଡ-19 ଟିକାକରଣ କାର୍ଯ୍ୟକ୍ରମ ଓ ଏହା ସହ ଜଡିତ ତଥ୍ୟରେ ସ୍ୱଚ୍ଛତା ଆଣିବା ତଥା କୋୱିନରେ ଏହାର ଉପଲବ୍ଧତା ପାଇଁ କେନ୍ଦ୍ର ସରକାର ମଧ୍ୟ ପ୍ରତିଶ୍ରୁତିବଦ୍ଧ

Posted On: 10 JUN 2021 12:29PM by PIB Bhubaneshwar

ଏହି ବର୍ଷ  ଜାନୁୟାରୀ 16 ଠାରୁ “ସମ୍ପୂର୍ଣ୍ଣ ସରକାର” ଆଭିମୁଖ୍ୟରେ ଏକ ପ୍ରଭାବଶାଳୀ ଟିକାକରଣ ଅଭିଯାନ ପାଇଁ ଭାରତ ସରକାର ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳମାନଙ୍କ ଉଦ୍ୟମକୁ ସମର୍ଥନ କରିଆସୁଛନ୍ତି ସମଗ୍ର ଦେଶରେ କୋଭିଡ ଟିକାର ଉପଲବ୍ଧତାକୁ ସୁନିଶ୍ଚିତ କରିବା ପାଇଁ ଅନେକ ପଦକ୍ଷେପ ନିଆଯାଉଛି ଭଣ୍ଡାରଣ ସହିତ ଏହାର ଯୋଗାଣ ଶୃଙ୍ଖଳାକୁ ଶୃଙ୍ଖଳିତ କରିବା ପାଇଁ ମଧ୍ୟ ସମାନଭାବେ ଗୁରୁତ୍ୱପୂର୍ଣ୍ଣ ପ୍ରାଥମିକତା ଦିଆଯାଉଛି

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଲେଖାଯାଇଥିବା ଇ-ଭିନ ଭଣ୍ଡାର ଏବଂ ତାପମାତ୍ରା ତଥ୍ୟ ସମ୍ବନ୍ଧରେ ଚିଠିକୁ କେତେକ ଗଣମାଧ୍ୟମ ସେମାନଙ୍କ ରିପୋର୍ଟରେ ଦର୍ଶାଇଛନ୍ତି

କେନ୍ଦ୍ର ସରକାର ରାଜ୍ୟ / କେନ୍ଦ୍ରଶାସିତ ଅଞ୍ଚଳମାନଙ୍କୁ ପରାମର୍ଶ ଦେଇଛନ୍ତି ଯେ, ସେମାନେ ଟିକାର ଭଣ୍ଡାର ଓ ଭଣ୍ଡାର ସ୍ଥାନର ତାପମାତ୍ରାର ପୁରା ତଥ୍ୟ ଏବଂ ବିଶ୍ଳେଷଣକୁ ଇ-ଭିନ ମାଧ୍ୟମରେ ବାଣ୍ଟିବା ପୂର୍ବରୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଅନୁମତି ନେବା ଜରୁରୀ । ଏହା କରିବାର ଉଦ୍ଦେଶ୍ୟ ଏହିକି ଯେ, କୌଣସି ବାଣିଜ୍ୟିକ ସଂସ୍ଥା ନିଜ ବ୍ୟବସାୟିକ ଲାଭ ପାଇଁ ଯେପରି ଏହି ତଥ୍ୟର ଅପବ୍ୟବହାର କରିନପାରିବେ ।    

ସୂଚନାଯୋଗ୍ୟ ଯେ, ସାର୍ବଜନୀନ ଇମ୍ୟୁନାଇଜେସନ କାର୍ଯ୍ୟକ୍ରମ (ୟୁଆଇପି)ରେ ଏକାଧିକ ଟିକା ବ୍ୟବହାର କରାଯାଉଛି ଏବଂ ସେହି ଟିକାଗୁଡ଼ିକର ତାପମାତ୍ରା ବିଷୟରେ ମଧ୍ୟ ତଥ୍ୟ ଉପଲବ୍ଧ ଅଛି । ଏକ ନିର୍ଦ୍ଦିଷ୍ଟ ଟିକା ବ୍ୟବହାରର ଧାରା ବିଷୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ସୂଚନା ରହିଛି । ନିର୍ଦ୍ଦିଷ୍ଟ ଟିକାର ଅନୁସନ୍ଧାନ ତଥା ଅନ୍ୟ ଟିକା ପ୍ରସଙ୍ଗରେ ବଜାର ହସ୍ତକ୍ଷେପ ପାଇଁ ତଥ୍ୟର ଅପବ୍ୟବହାର କରାଯାଇପାରେ । ଏହା ଗୁରୁତ୍ୱପୂର୍ଣ୍ଣ ଯେ କେନ୍ଦ୍ର ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟ ଦ୍ଵାରା ଇ-ଭିନ ଇଲେକ୍ଟ୍ରୋନିକ ପ୍ଲାଟଫର୍ମ ବ୍ୟବହାର କରାଯାଉଛି, ଯେଉଁଥିରେ ୟୁଆଇପି ଅଧୀନରେ 6 ବର୍ଷରୁ ଅଧିକ ସମୟ ବ୍ୟବହୃତ ଟିକା ଅନ୍ତର୍ଭୁକ୍ତ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ପୂର୍ବ ଅନୁମୋଦନ ବିନା ମହଜୁଦ, ଭଣ୍ଡାର ଏବଂ ତାପମାତ୍ରା ଭଳି ସମ୍ବେଦନଶୀଳ ତଥ୍ୟ ବଣ୍ଟା ଯାଇପାରିବ ନାହିଁ ।

କୋଭିଡ-19 ଟିକାର ମହଜୁଦ, ବ୍ୟବହାର ଏବଂ ଅବଶିଷ୍ଟ ତଥ୍ୟ କୋ-ୱିନ ପ୍ଲାଟଫର୍ମରେ ପ୍ରତିଫଳିତ ହୋଇଛି ଏବଂ ସାପ୍ତାହିକ ସାମ୍ବାଦିକ ସମ୍ମିଳନୀ ତଥା ଦୈନିକ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଦ୍ୱାରା ଗଣମାଧ୍ୟମ ଏବଂ ଜନସାଧାରଣଙ୍କୁ ନିୟମିତ ଓ ସ୍ୱଚ୍ଛ ଭାବେ ଅବଗତ କରାଯାଉଛି । ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଚିଠିର ଉଦ୍ଦେଶ୍ୟ ଥିଲା ଯେ, ଏହି ସମ୍ବେଦନଶୀଳ ତଥ୍ୟକୁ ଅନଧିକୃତ ବ୍ୟବସାୟିକ ଉଦ୍ଦେଶ୍ୟରେ ବ୍ୟବହାରକୁ ରୋକିବା ।

କୋଭିଡ-19 ଟିକାକରଣ କାର୍ଯ୍ୟକ୍ରମରେ ସ୍ୱଚ୍ଛତା ପାଇଁ ଭାରତ ସରକାର ପ୍ରତିଶ୍ରୁତିବଦ୍ଧ ଏବଂ ସେହି କାରଣରୁ ଏହା କୋ-ୱିନ ମାଧ୍ୟମରେ ହିତାଧିକାରୀଙ୍କ ପର୍ଯ୍ୟନ୍ତ ଟିକା ଲଜିଷ୍ଟିକ୍ସର ପ୍ରକୃତ ସମୟ ଆଇଟି ଆଧାରିତ ଟ୍ରାକିଂ ସହିତ ଆସିଛି । ଏହାର ଉଦ୍ଦେଶ୍ୟ ହେଉଛି ନିୟମିତ ଭାବରେ ସମସ୍ତ ସୂଚନାକୁ ସାଧାରଣ ଲୋକଙ୍କ ନିକଟରେ ପହଞ୍ଚାଇବା ।

 

**********

TRP/

 



(Release ID: 1726001) Visitor Counter : 242