ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
କ୍ରମାଗତ ଦ୍ୱିତୀୟ ଦିନରେ ଭାରତରେ ଦୈନିକ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହିଛି
ଭାରତରେ ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇଁ ୫୭ ଦିନ ପରେ ୧୩ ତଳେ ପହଞ୍ଚିଛି
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ କରୋନା ମାମଲାରେ ୭୨,୨୮୭ ହ୍ରାସ
କ୍ରମାଗତ ୨୭ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି
ସୁସ୍ଥତା ହାର ୯୪.୫୫%କୁ ବୃଦ୍ଧି ପାଇଛି
ଦୈନିକ ପଜିଟିଭିଟି ହାର ଆହୁରି ହ୍ରାସ ପାଇ ୪.୬୬% ହୋଇଛି, କ୍ରମାଗତ ୧୬ ଦିନ ଧରି ଏହା ୧୦୦% ତଳେ ରହିଛି
ଗତ ୨୪ ଘଣ୍ଟା ମଧ୍ୟରେ ୨୭.୭ ଲକ୍ଷରୁ ଅଧିକ ଡୋଜ୍ ଟିକା ଦିଆଯାଇଛି
Posted On:
09 JUN 2021 11:52AM by PIB Bhubaneshwar
ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ୯୨,୫୯୬ ନୂଆ କରୋନା ମାମଲା ଚିହ୍ନଟ ହୋଇଛି । କ୍ରମାଗତ ଦ୍ୱିତୀୟ ଦିନରେ ଦେଶରେ ନୂଆ କରୋନା ମାମଲା ୧ ଲକ୍ଷ ତଳେ ରହିଛି । କେନ୍ଦ୍ର ଏବଂ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କ ମିଳିତ ପ୍ରଚେଷ୍ଟାରେ ଏହା ସମ୍ଭବ ହୋଇପାରିଛି ।

ଭାରତରେ ସକ୍ରିୟ କରୋନା ମାମଲା କ୍ରମାଗତ ଭାବେ ହ୍ରାସ ପାଇବାରେ ଲାଗିଛି । ଆଜି ଏହା ଅଛି ୧୨,୩୧,୪୧୫ । ଗତ ୯ ଦିନ ଧରି ସକ୍ରିୟ ମାମଲା ୨୦ ଲକ୍ଷ ତଳେ ରହିପାରିଛି ।
ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ସିଧାସଳଖ ୭୨,୨୮୭ ହ୍ରାସ ହୋଇଛି ଏବଂ ସକ୍ରିୟ ମାମଲା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ମାତ୍ର ୪.୨୩% ରହିଛି ।

କ୍ରମାଗତ ୨୭ ଦିନ ଧରି ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂୂଆ କରୋନା ସଂକ୍ରମଣ ସଂଖ୍ୟାକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧,୬୨,୬୬୪ ଜଣ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ତୁଳନାରେ ଅଧିକ ୭୦,୦୬୮ ଜଣ ସୁସ୍ଥ ହୋଇପାରିଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଆଜି ପର୍ଯ୍ୟନ୍ତ କୋଭିଡ-୧୯ରୁ ୨,୭୫,୦୪,୧୨୬ ଜଣ ସୁସ୍ଥ ହୋଇପାରିଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୧,୬୨,୬୬୪ ଜଣ ସୁସ୍ଥ ହୋଇଛନ୍ତି । ଏହାଦ୍ୱାରା ମୋଟ ସୁସ୍ଥତା ହାର ୯୪.୫୫%କୁ ବୃଦ୍ଧି ପାଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯,୮୫,୯୬୭ ଟେଷ୍ଟ କରାଯାଇଛି ଏବଂ ଏ ପର୍ଯ୍ୟନ୍ତ ମୋଟ ୩୭ କୋଟି (୩୭,୦୧,୯୩,୫୬୩)ରୁ ଅଧିକ ଟେଷ୍ଟ କରାଯାଇଛି ।
ଦେଶରେ ଏକ ପକ୍ଷରେ ଟେଷ୍ଟିଂ ବୃଦ୍ଧି କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର କ୍ରମାଗତ ଭାବେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୫.୬୬% ରହିଥିବା ବେଳେ ଦୈନିକ ପଜିଟିଭିଟି ହାର ଆଜି ଅଛି ୪.୬୬% । ଏହା କ୍ରମାଗତ ୧୬ ଦିନ ଧରି ୧୦% ତଳେ ରହିଛି ।

ଦେଶବ୍ୟାପୀ ଚାଲିଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୩.୯୦ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭,୭୬,୦୯୬ ଡୋଜ୍ ଟିକା ଦିଆଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ମୋଟ ୩୩,୪୪,୫୩୩ ସେସନରେ ୨୩,୯୦,୫୮,୩୬୦ ଡୋଜ୍ ଟିକା ଦିଆଯାଇଛି ।
HCWs
|
1st Dose
|
99,96,113
|
2nd Dose
|
68,94,206
|
FLWs
|
1st Dose
|
1,63,86,094
|
2nd Dose
|
87,28,340
|
Age Group 18-44 years
|
1st Dose
|
3,18,51,951
|
2nd Dose
|
3,18,313
|
Age Group 45 to 60 years
|
1st Dose
|
7,26,04,407
|
2nd Dose
|
1,15,39,053
|
Over 60 years
|
1st Dose
|
6,12,98,568
|
2nd Dose
|
1,94,41,315
|
Total
|
23,90,58,360
|
SR
(Release ID: 1725604)
Visitor Counter : 236
Read this release in:
English
,
Urdu
,
Hindi
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam