ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ

କେନ୍ଦ୍ର ଶିକ୍ଷା ମନ୍ତ୍ରୀଙ୍କ ମଞ୍ଜୁରି କ୍ରମେ ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ ଲାଗି ପରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) 2019-20 ଜାରି

ଓଡ଼ିଶାର ପ୍ରଦର୍ଶନ ଭିତ୍ତିଭୂମି ଓ ସୁବିଧା କ୍ଷେତ୍ରରେ 20 ପ୍ରତିଶତ ଓ ଇକ୍ୟୁଟି କ୍ଷେତ୍ରରେ 10 ପ୍ରତିଶତ ସୁଧାର

Posted On: 06 JUN 2021 12:20PM by PIB Bhubaneshwar

କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଶ୍ରୀ ରମେଶ ପୋଖରିୟାଲ ‘ନିଶଙ୍କ’ଙ୍କ ମଞ୍ଜୁରିକ୍ରମେ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ଫରଫରମାନ୍ସ ଗ୍ରେଡିଂ ଇଣ୍ଡେକ୍ସ (ପିଜିଆଇ) 2019-20 ଜାରି କରାଯାଇଛି। କେନ୍ଦ୍ର ସରକାର ବିଦ୍ୟାଳୟ ଶିକ୍ଷା କ୍ଷେତ୍ରରେ ଆମୂଳଚୁଳ ପରିବର୍ତ୍ତନ ଆଣିବାର ଲକ୍ଷ୍ୟ ନେଇ 70ଟି ମାନଦଣ୍ଡର ଏକ ସେଟ୍ ସହିତ ପ୍ରଦର୍ଶନ ମାନ୍ୟତା ସୂଚକାଙ୍କ ବା ପିଜିଆଇର ପ୍ରାରମ୍ଭ କରିଛନ୍ତି।

ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶଗୁଡ଼ିକ ଲାଗି ପିଜିଆଇ ପ୍ରଥମ ଥର 2019ରେ 2017-18 ବର୍ଷର ପ୍ରଦର୍ଶନକୁ ଆଧାର କରି ପ୍ରକାଶିତ ହୋଇଥିଲା। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ଲାଗି ପିଜିଆଇ 2019-20 ହେଉଛି ଏହି ସିରିଜର ତୃତୀୟ ପ୍ରକାଶନ। ପିଜିଆଇ ମାଧ୍ୟମରେ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ ସରକାରଙ୍କୁ ବହୁମୁଖୀ କାର୍ଯ୍ୟକ୍ରମ କାର୍ଯ୍ୟକାରୀ କରିବା ଲାଗି ଅନୁପ୍ରାଣିତ କରିବା ଲାଗି ଲକ୍ଷ୍ୟ ରଖାଯାଇଛି। ଏହା ଫଳରେ ବହୁ ବାଞ୍ଝିତ ସର୍ବୋତ୍କୃଷ୍ଟ ଶିକ୍ଷା ପରିଣାମ ହାସଲ କରାଯାଇପାରିବ। ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶଗୁଡ଼ିକରେ ଶିକ୍ଷା କ୍ଷେତ୍ରରେ ରହିଥିବା ଅଭାବ ଅସୁବିଧାକୁ ଦର୍ଶାଇବାରେ ପିଜିଆଇ ସହାୟକ ହେବ ଏବଂ ତଦନୁଯାୟୀ କାର୍ଯ୍ୟକ୍ରମର ବିଭିନ୍ନ କ୍ଷେତ୍ରକୁ ପ୍ରାଥମିକତା ଦିଆଯିବ। ଯାହାର ଫଳସ୍ବରୂପ ବିଦ୍ୟାଳୟ ଶିକ୍ଷା ପ୍ରଣାଳୀର ସମସ୍ତ ସ୍ତରକୁ ମଜବୁତ କରାଯିବା ସୁନିଶ୍ଚିତ ହୋଇପାରିବ।

ପଞ୍ଜାବ, ଚଣ୍ଡିଗଡ଼, ତାମିଲନାଡ଼ୁ, ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ତଥା କେରଳକୁ 2019-20 ଲାଗି ସର୍ବୋଚ୍ଚ ଗ୍ରେଡ (A++) ମିଳିଛି।

ପୂର୍ବ ବର୍ଷ ତୁଳନାରେ ଅଧିକାଂଶ ରାଜ୍ୟ/କେନ୍ଦ୍ରଶାସିତ ପ୍ରଦେଶ ନିଜର ଗ୍ରେଡିଂରେ ସୁଧାର ଆଣିପାରିଛନ୍ତି।

ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ, ଅରୁଣାଚଳ ପ୍ରଦେଶ, ମଣିପୁର, ପୁଡ୍ଡୁଚେରୀ, ପଞ୍ଜାବ ଏବଂ ତାମିଲନାଡ଼ୁ ସାମଗ୍ରୀକ ପିଜିଆଇ ସ୍କୋରରେ 10 ପ୍ରତିଶତ ସୁଧାର କରିପାରିଛନ୍ତି, ଅର୍ଥାତ 100 କିମ୍ବା ତତୋଧିକ ପଏଣ୍ଟ ହାସଲ କରିଛନ୍ତି।

ପିଜିଆଇର କାର୍ଯ୍ୟକ୍ଷେତ୍ର (ଡୋମେନ) ଆକ୍ସେସ କ୍ଷେତ୍ରରେ ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଲାକ୍ଷାଦ୍ବୀପ ଓ ପଞ୍ଜାବ 10 ପ୍ରତିଶତ (8ପଏଣ୍ଟ) କିମ୍ବା ତତୋଧିକ ସୁଧାର ଆଣିପାରିଛନ୍ତି।

ପିଜିଆଇର ଭିତ୍ତିଭୂମି ଓ ସୁବିଧା ଡୋମେନରେ 13ଟି ରାଜ୍ୟ ଓ କେନ୍ଦ୍ର ଶାସିତ ପ୍ରଦେଶ 10 ପ୍ରତିଶତ (15 ପଏଣ୍ଟ) କିମ୍ବା ତତୋଧିକ ସୁଧାର ପ୍ରଦର୍ଶନ କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପସମୂହ ଏବଂ ଓଡ଼ିଶା 20 ପ୍ରତିଶତ କିମ୍ବା ତା’ଠାରୁ ଅଧିକ ପ୍ରଦର୍ଶନରେ ସୁଧାର ଆଣିପାରିଛନ୍ତି।

ସେହିପରି ପିଜିଆଇର ଇକ୍ୟୁଟି ଡୋମେନରେ ଅରୁଣାଚଳ ପ୍ରଦେଶ, ମଣିପୁର ଓ ଓଡ଼ିଶା 10 ପ୍ରତିଶତ ପ୍ରଦର୍ଶନ ସୁଧାର କରିପାରିଛନ୍ତି।

ପିଜିଆଇର ଡୋମେନ ଗର୍ଭନାନ୍ସ ପ୍ରୋସେସରେ 19ଟି ରାଜ୍ୟ ଓ କେନ୍ଦ୍ରଶାସିତ ପ୍ରଦେଶ 10 ପ୍ରତିଶତ (36 ପଏଣ୍ଟ) କିମ୍ବା ଏହାଠାରୁ ଅଧିକ ପ୍ରଦର୍ଶନ ସୁଧାର କରିପାରିଛନ୍ତି। ଆଣ୍ଡାମାନ ଓ ନିକୋବାର ଦ୍ବୀପ ସମୂହ, ଆନ୍ଧ୍ରପ୍ରଦେଶ, ଅରୁଣାଚଳ ପ୍ରଦେଶ, ମଣିପୁର, ପଞ୍ଜାବ, ରାଜସ୍ଥାନ ଏବଂ ପଶ୍ଚିମବଙ୍ଗ ଅତିକମରେ 20 ପ୍ରତିଶତ (72 ପଏଣ୍ଟ କିମ୍ବା ଅଧିକ) ସୁଧାର ପ୍ରଦର୍ଶନ କରିଛନ୍ତି।

ବିସ୍ତୃତ ବିବରଣୀ ଲାଗି ନିମ୍ନ ଲିଙ୍କ ଦେଖନ୍ତୁ:

https://www.education.gov.in/hi/statistics-new?shs_term_node_tid_depth=391

 

********

P.S



(Release ID: 1724994) Visitor Counter : 270