ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ସିଏସଆଇଆର ସୋସାଇଟି ବୈଠକରେ ଅଧ୍ୟକ୍ଷତା କରିବେ ପ୍ରଧାନମନ୍ତ୍ରୀ

Posted On: 03 JUN 2021 9:13PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 4 ଜୁନ୍ 2021 ସକାଳ 11 ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସିଏସଆଇଆର ବୈଠକରେ ଅଧ୍ୟକ୍ଷତା କରିବେ । ଏହି ଅବସରରେ କେନ୍ଦ୍ର ବିଜ୍ଞାନ ଓ ପ୍ରଯୁକ୍ତି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ଏହି ସୋସାଇଟି ବିଜ୍ଞାନ ଏବଂ ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନରେ ଥିବା ବୈଜ୍ଞାନିକ ଏବଂ ଶିଳ୍ପ ଅନୁସନ୍ଧାନ ବିଭାଗର ଏକ ଅଂଶ ବିଶେଷ । 37ଟି ପରୀକ୍ଷାଗାର ଏବଂ 39ଟି ଆଉଟରିଚ ସେଣ୍ଟର ମାଧ୍ୟମରେ ଏହାର କାର୍ଯ୍ୟକଳାପକୁ ସମଗ୍ର ଭାରତରେ କାର୍ଯ୍ୟକାରୀ କରାଯାଉଛି । ପ୍ରତିଷ୍ଠିତ ବୈଜ୍ଞାନିକ, ଶିଳ୍ପପତି ଏବଂ ବିଜ୍ଞାନ ମନ୍ତ୍ରଣାଳୟର ବରିଷ୍ଠ ଅଧିକାରୀମାନେ ସୋସାଇଟିର ଅଂଶୀଦାର ଭାବେ ପ୍ରତିବର୍ଷ ବୈଠକ କରନ୍ତି ।

 

**********

TRP/



(Release ID: 1724259) Visitor Counter : 163