ନୀତି ଆୟୋଗ

ନୀତି ଆୟୋଗ ପକ୍ଷରୁ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍‌ବୋର୍ଡ ୨୦୨୦-୨୧ ପ୍ରକାଶିତ

Posted On: 03 JUN 2021 10:23AM by PIB Bhubaneshwar

  ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍‌ବୋର୍ଡ ୨୦୨୦-୨୧ର ତୃତୀୟ ସଂସ୍କରଣ ନୀତି ଆୟୋଗ ଦ୍ୱାରା ପ୍ରକାଶିତ ହୋଇଛି । ୨୦୧୮ରେ ଏହାର ପ୍ରଥମ ସଂସ୍କରଣ ପ୍ରକାଶ ପାଇଥିଲା ଏବଂ ଏହା ମାଧ୍ୟମରେ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜି )ହାସଲ କରିବାରେ ରାଜ୍ୟ ସମୂହଙ୍କ ପ୍ରୟାସ, ଉପଲବ୍ଧି ଏବଂ ସ୍ଥାନ ଆଦି ସବିଶେଷ  ଉଲ୍ଲେଖ କରାଯାଇଛି । ଏଥର ତୃତୀୟ ବର୍ଷରେ ଯେଉଁ ସୂଚୀ ବା ଇଣ୍ଡେକ୍ସ ପ୍ରସ୍ତୁତ ହୋଇଛି ତାହାକୁ ମୌଳିକ ଆୟୁଧ ଭାବେ ବ୍ୟବହାର କରି ଦେଶର ସେତିକି ଏସ୍‌ଡିଜି  ବିକାଶକୁ ମପାଯିବ । ଏହି ତଥ୍ୟ ମଧ୍ୟ ଅନ୍ୟମାନଙ୍କୁ ନିଜ ନିଜ  ମଧ୍ୟରେ ପ୍ରତିଯୋଗିତା କରିବାକୁ ସହାୟକ ହେବ ।

ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର ଏହି ରିପୋର୍ଟକୁ ଉନ୍ମୋଚନ କରିଛନ୍ତି । ଏହାର ନାମ ରଖାଯାଇଛି ଏସ୍‌ଡିଜି  ଇଣ୍ଡିଆ ଇଣ୍ଡେକ୍ସ ଆଣ୍ଡ ଡାଶ୍‌ବୋର୍ଡ ୨୦୨୦-୨୧: ପାର୍ଟନରସିପ୍ ଇନ୍ ଦି ଡିକେଡ୍ ଅଫ ଆକ୍ସନ । ଏହି କାର୍ଯ୍ୟକ୍ରମରେ ନୀତି ଆୟୋଗର ସ୍ୱାସ୍ଥ୍ୟ ସଦସ୍ୟ ଡକ୍ଟର ଭି.କେ ପାଲ୍‌, ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଅମିତାଭ କାନ୍ତ ଓ ନୀତି ଆୟୋଗର ଏସ୍‌ଡିଜି ପରାମର୍ଶଦାତା ସୁଶ୍ରୀ ସଂଯୁକ୍ତା ସମାଦ୍ଦାର ଉପସ୍ଥିତ ଥିଲେ । ଏହି ରିପୋର୍ଟର ଡିଜାଇନ ଓ ବିକାଶ କାର୍ଯ୍ୟ  ନୀତି ଆୟୋଗ ଦ୍ୱାରା କରାଯାଇଛି । ତଥ୍ୟାବଳୀର ସଂକଳନ ପୂର୍ବରୁ ବ୍ୟାପକ ବିଚାରବିମର୍ଶ, ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭିନ୍ନ ସଂଯୁକ୍ତ ପକ୍ଷଙ୍କ ସହ କରାଯାଇ ନିର୍ଭୁଲ ସୂଚନା ଓ ଡାଟା ସଂଗୃହୀତ ହୋଇଛି । ଏହାଛଡା ଏହି କାର୍ଯ୍ୟରେ ଭାରତରେ ଥିବା ମିଳିତ  ଜାତିସଂଘ ନେତୃତ୍ୱରେ କାର୍ଯ୍ୟ କରୁଥିବା ବିଭିନ୍ନ ସଂସ୍ଥା, କେନ୍ଦ୍ର ପରିସଂଖ୍ୟନ ଓ କାର୍ଯ୍ୟକ୍ରମ ରୂପାୟନ ମନ୍ତ୍ରଣାଳୟ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ୍ଣ ମନ୍ତ୍ରଣାଳୟର ସହାୟତା ନିଆଯାଇଛି ।

ରିପୋର୍ଟ ପ୍ରକାଶନ ଅବସରରେ ନୀତି ଆୟୋଗର ଉପାଧ୍ୟକ୍ଷ ଡକ୍ଟର ରାଜୀବ କୁମାର କହିଛନ୍ତି ଯେ ଦେଶର ବିଭିନ୍ନ ରାଜ୍ୟରେ ଏସ୍‌ଡିଜିର ଅନୁଧ୍ୟାନ ଓ ତଦାରଖ ପାଇଁ ଆମେ ଯେଉଁ ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ଓ ଡାଶ୍‌ବୋର୍ଡ ବ୍ୟବହାର କରୁଛୁ ତାହାର ଦକ୍ଷତା ଓ ନିର୍ଭୁଲତାକୁ ବିଶ୍ୱବ୍ୟାପି ପ୍ରଶଂସା କରାଯାଉଛି । ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ଏସ୍‌ଡିଜି ସଂକ୍ରାନ୍ତ ତଥ୍ୟାବଳୀ ନିର୍ଭୁଲଭାବେ ସଂଗୃହୀତ ହୋଇ ତାହାର ଚୂଡାନ୍ତ ସୂଚକାଙ୍କୁ କମ୍ପ୍ୟୁଟର ବ୍ୟବସ୍ଥାରେ ଲିପିବଦ୍ଧ କରାଯାଇଛି  । ଏହି ତଥ୍ୟ ସବୁ ସମ୍ପୂର୍ଣ୍ଣ ଓ ନିର୍ଭୁଲ ।  ଏହା ଏକ ସଫଳ ନିର୍ଭୁଲ ମୂଲ୍ୟାୟନ ବ୍ୟବସ୍ଥା ହୋଇଥିବାରୁ  ବିଶ୍ୱବ୍ୟାପୀ ଏହା ଏକ ଆଦର୍ଶ ମଡେଲଭାବେ ବ୍ୟବହୃତ ହେବ ବୋଲି ସେ ଆଶାପ୍ରକାଶ କରିଛନ୍ତି ।

 ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ଶ୍ରୀ ଅମିତାଭ କାନ୍ତ କହିଛନ୍ତି ଯେ, ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ପୂରଣ କରିବା ପଥରେ ଭାରତ ଆଗେଇ ଚାଲିଛି ଏବଂ ଏ କ୍ଷେତ୍ରରେ ଆଉ ଏକ ତୃତୀୟାଂଶ କାମ ବାକି ରହିଛି । ଅଂଶୀଦାରୀ ଭିତିରେ ହେଉଥିବା ଏହି କ୍ଷେତ୍ରର କାମ ସମ୍ପର୍କରେ ଏହି ରିପୋର୍ଟରେ ତଥ୍ୟମାନ ରହିଛି । ସହଯୋଗଭିତିକ ଉଦ୍ୟମ ଦ୍ୱାରା କିପରି ଲକ୍ଷ୍ୟ ସାଧନ ଅଧିକ ସହଜ ଓ ସଫଳ ହେଉଛି ସେ କଥା ଏହି ରିପୋର୍ଟ କହୁଛି ।

ନୀତି ଆୟୋଗ ସ୍ୱାସ୍ଥ୍ୟ ସଦସ୍ୟ, ଡକ୍ଟର ବିନୋଦ ପାଲ କହିଥିଲେ ଯେ ମିଳିତଭାବେ କାମ କଲେ ଆମେ ସ୍ଥିତିସ୍ଥାପକ ଓ ଉତମ ଭବିଷ୍ୟତ ନିର୍ମାଣ କରିବାରେ ଯେ ସଫଳ ହେବୁ ତାହା ଏହି ରିପୋର୍ଟ ଦର୍ଶାଉଛି । ଏହାଫଳରେ କେହି ପଛରେ ପଡି ରହିବେ ନାହିଁ ।

ନୀତି ଆୟୋଗର ଏସ୍‌ଡିଜି ପରାମର୍ଶଦାତା ସୁଶ୍ରୀ ସଂଯୁକ୍ତା ସମାଦ୍ଦାର ତାଙ୍କ ବକ୍ତବ୍ୟରେ ରିପୋର୍ଟର ବିଭିନ୍ନ ଦିଗ ସମ୍ପର୍କରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ପ୍ରଥମ ସଂସ୍କରଣରେ ୧୩ଟି ଲକ୍ଷ୍ୟକୁ ବିଚାରକୁ ନେଇ ଏହାର ୬୨ଟି ସୂଚକାଙ୍କୁ  ସନ୍ନିବେଶିତ କରାଯାଇଥିଲା । ତୃତୀୟ ସଂସ୍କରଣରେ ୧୬ଟି ଲକ୍ଷ୍ୟ ବା ଗୋଲ ସମ୍ପର୍କରେ ୧୧୫ଟି ପରିମାଣତ୍ମକ ସୂଚକ ବା ସଙ୍କେତକୁ ଉଲ୍ଲେଖ କରାଯାଇଛି । ସତରଟି ଗୁଣାତ୍ମକ ଲକ୍ଷ୍ୟର ଆକଳନ ଓ ମୂଲ୍ୟାୟନ ଏଥିରେ କରାଯାଇଥିବାରୁ ଏସ୍‌ଡିଜି ହାସଲ କ୍ଷେତ୍ରରେ ଆମ ଉଦ୍ୟମର ଏହା ଏକ ବିଶୁଦ୍ଧ ସାଧନ ପାଲଟିଛି ।

ନୀତି ଆୟୋଗ ଉପରେ ଦେଶର ଏସ୍‌ଡିଜି ପ୍ରବର୍ତ୍ତନ ଓ ସଫଳ କାର୍ଯ୍ୟ କାରିତାର ଦ୍ୱୈତ ଦାୟିତ୍ୱ ନ୍ୟସ୍ତ । ଏହା ମଧ୍ୟ ରାଜ୍ୟଗୁଡିକ ମଧ୍ୟରେ ସହଯୋଗ ଓ ପ୍ରତିଯୋଗିତାମୂଳକ ସଂଘବାଦକୁ ପ୍ରୋତ୍ସାହିତ କରୁଛି । ୨୦୩୦ ସୁଦ୍ଧା ନିରନ୍ତର ବିକାଶ ଲକ୍ଷ୍ୟ ହାସଲ କରିବାକୁ ଯେଉଁ ଲକ୍ଷ୍ୟଧାର୍ଯ୍ୟ କରାଯାଉଛି (ଏସ୍‌ଡିଜି ଗୋଲ) ସେ କ୍ଷେତ୍ରରେ ଭାରତରେ ବାସ୍ତବ ପ୍ରଗତି କେତେ ତାହାର ନିର୍ଭୁଲ ଆକଳନ କରିବାକୁ ଏହି ସୂଚକ ବା ଇଣ୍ଡେକ୍ସକୁ ମାପକଭାବେ ଗ୍ରହଣ କରାଯାଉଛି । ଏହାକୁ ଜାତୀୟ ଆଦର୍ଶଭାବେ ଗ୍ରହଣ କରାଯାଇ ତଦନୁସାରେ ସବୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ସମୂହର ଏସ୍‌ଡିଜିର ପ୍ରଗତି ଓ ପ୍ରଦର୍ଶନକୁ ମପାଯାଉଛି । ଏହି ଲକ୍ଷ୍ୟରେ ସ୍ୱାସ୍ଥ୍ୟ, ଶିକ୍ଷା, ଲିଙ୍ଗଗତ ପ୍ରସଙ୍ଗ, ଅର୍ଥନୈତିକ ଅଭିବୃଦ୍ଧି, ପ୍ରତିଷ୍ଠାନ, ଜଳବାୟୁ ପରିବର୍ତ୍ତନ ଓ ପରିବେଶ  ଆଦି ପ୍ରସଙ୍ଗ ରହିଛି ।

ତୃତୀୟ ସଂସ୍କରଣ ସମ୍ପର୍କରେ କିଛି

 ଏସ୍‌ଡଜି ଇଣ୍ଡିଆ ଇଣ୍ଡେକ୍ସ ୨୦୨୦-୨୧ ଭାରତରେ ଥିବା ଜାତିସଂଘ  କାର୍ଯ୍ୟାଳୟ  ଓ ସବୁ ରାଜ୍ୟ ତଥା କେନ୍ଦ୍ର ଶାସିତ ଅଞ୍ଚଳରେ ପ୍ରଦର୍ଶନ ରେକର୍ଡ ସହାୟତାରେ ପ୍ରସ୍ତୁତ ଓ ବିକଶିତ ହେଇଛି । ମୋଟ ୧୧୫ଟି ସୂଚକକୁ ଏଥିରେ ବିଚାରକୁ ନିଆଯାଇଛି ଓ କେନ୍ଦ୍ର ପରିସଂଖ୍ୟାନ ଓ  ରୂପାୟନ  ମନ୍ତ୍ରଣାଳୟ ଆବଶ୍ୟକ ତଥ୍ୟାବଳୀ ସହାୟତା ଯୋଗାଇଛି ।ଏଥିପାଇଁ ଏକ ଜାତୀୟ ସୂଚକ ଢାଞ୍ଚା ପ୍ରସ୍ତୁତ କରାଯାଇଛି । ପୂର୍ବ ଦୁଇଟି ସଂସ୍କରଣର ସୂଚକକୁ ଅଧିକ ସଂଶୋଧନ, ବିଶୋଧନ କରାଯାଇ ବିକାଶର ବାସ୍ତବତାକୁ ପରଖିବା ପାଇଁ ଏହାକୁ ଅଧିକ ଯୁକ୍ତିଯୁକ୍ତ  ବା ପ୍ରମାଣସିଦ୍ଧ କରାଯାଇଛି । ଏହି ଆଧାରରେ ଏକ ଅଧିକ ବିଶ୍ୱାସଯୋଗ୍ୟ ଓ ବାସ୍ତବବାଦୀ  ମୂଲ୍ୟାୟନ ଢାଂଚା ବା ମଡେଲ ତିଆରି  କରାଯାଇଛି । ଏହି ସୂଚକାଙ୍କ ପ୍ରସ୍ତୁତିରେ ବହୁପାକ୍ଷିକ ପରାମର୍ଶ ଏବଂ ରାଜ୍ୟ ତଥା ବିଭିନ୍ନ ସମ୍ପୃକ୍ତ ପକ୍ଷଙ୍କ ସହଯୋଗ ନିଆଯାଇଛି ।

ପୂର୍ବ ଦୁଇଟି ସଂସ୍କରଣ ଅପେକ୍ଷା ତୃତୀୟ ସୂଚକ ବା ଇଣ୍ଡେକ୍ସଟି ଅଧିକ ବ୍ୟାପକ, ଲକ୍ଷ୍ୟଭିତ୍ତିନ ଓ ନିର୍ଭୁଲ ହୋଇଛି। ମୋଟ ୧୭ଟି ଏସ୍‌ଡିଜି ମଧ୍ୟରୁ ୧୬ଟି ସମ୍ପର୍କରେ ୧୧୫ଟି ସୂଚକ ଏଥିର ସ୍ଥାନିତ । ଲକ୍ଷ୍ୟଗୁଡିକର ଗୁଣାତ୍ମକ ମୂଲ୍ୟାୟନ ସ୍ଥାନ ପାଇଛି । ଏହାଛଡା ୭୦ଟି ଟାର୍ଗେଟ ସମ୍ପର୍କରେ ତଥ୍ୟାବଳୀ ଏଥିରେ ରହିଛି । ପୂର୍ବ ଦୁଇଟି ଇଣ୍ଡେକ୍ସଠାରୁ ଏହା ଅଧିକ ଉନ୍ନତ ଓ ସମୃଦ୍ଧ । ୨୦୧୮-୧୯ ରିପୋର୍ଟରେ ୧୩ଟି ଲକ୍ଷ୍ୟ, ୩୯ଟି ଟାର୍ଗେଟ (ନିର୍ଦ୍ଦିଷ୍ଟ ଲକ୍ଷ୍ୟ) ଏବଂ ୬୨ ସୂଚକ ସ୍ଥାନିତ ହୋଇଥିଲା । ସେହିଭଳି ୨୦୧୯-୨୦ ଇଣ୍ଡେକ୍ସରେ ୧୬ଟି ଲକ୍ଷ୍ୟ ୫୪ ଟାର୍ଗେଟ ପାଇଁ ୧୦୦ ସୂଚକ ହିସାବକୁ ନିଆଯାଇଥିଲା ।

ଏସ୍‌ଡିଜି ଇଣ୍ଡିଆ ଇଣ୍ଡେକ୍ସ ୧୬ଟି ଏସ୍‌ଡିବି ସମ୍ପର୍କରେ ରାଜ୍ୟମାନଙ୍କର ଲକ୍ଷ୍ୟଭିତ୍ତିକ ପ୍ରଦର୍ଶନକୁ ହିସାବକୁ ନେଇଛି । ଏଥିପାଇଁ ଶୂନ୍ୟରୁ ୧୦୦ଯାଏ ପ୍ରଦର୍ଶନ ବା ସ୍କୋର ପଏଣ୍ଟ ବ୍ୟବସ୍ଥା କରାଯାଇଛି । ୨୦୩୦ ସୁଦ୍ଧା ଏସ୍‌ଡିଜି ଲକ୍ଷ୍ୟପୂରଣ କରିବା କ୍ଷେତ୍ରରେ ପ୍ରତ୍ୟେକ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଲକ୍ଷ୍ୟଧାର୍ଯ୍ୟ କ୍ଷେତ୍ରରେ କେତେ ଅଙ୍କ ହାସଲ କରିଛନ୍ତି ତାହାକୁ ହିସାବକୁ ନେଇ ସେମାନଙ୍କର ପ୍ରଦର୍ଶନକୁ ମପାଯାଇଛି । ଯେଉଁ ରାଜ୍ୟଙ୍କର ମୋଟ ଅଙ୍କ ଅଧିକ ସେମାନେ ଲକ୍ଷ୍ୟହାସଲ କ୍ଷେତ୍ରରେ ସେତେ ଆଗୁଆ । ପ୍ରଦର୍ଶନ ଆଧାରରେ ରାଜ୍ୟମାନଙ୍କୁ ଆକାଙ୍‌କ୍ଷୀ (ଆସପିରାଣ୍ଟ), ପ୍ରଦର୍ଶନକାରୀ (ପରଫରମର),ଆଗଧାଡି (ଫ୍ରଣ୍ଟ ରନ୍‌ର) ଓ ଲକ୍ଷ୍ୟ ହାସଲକାରୀ (ଆଚିଭର)ବର୍ଗରେ ବିଭକ୍ତ କରାଯାଇଛି ।

 ଏସ୍‌ଡିଜି ଇଣ୍ଡିଆ ସ୍କୋରର ବର୍ଗୀକରଣ ନିମ୍ନମତେ ହୋଇଛି ।

            ବର୍ଗ               ଅଙ୍କ

୧)      ଆସପିରାଣ୍ଟ:     ୦-୪୯

୨)      ପରଫରମର୍ :   ୫୦-୬୪

୩)      ଫ୍ରଣ୍ଟ ରନର :    ୬୫-୯୯

୪)      ଆଚିଭର:         ୧୦୦

 

ଚୂଡାନ୍ତ ଫଳଫଳ ଓ ତଥ୍ୟ: ଦେଶର ଚୂଡାନ୍ତ ଏସ୍‌ଡିଜି ସ୍କୋର ୨୦୧୯ ତୁଳନାରେ  ୬ ପଏଣ୍ଟ  ବଢି ୨୦୨୦ -୨୧ରେ ୬୬ ପଏଣ୍ଟ  ହୋଇଛି । ବିଶେଷକରି ପାନୀୟ ଜଳ ଓ ପରିମଳ ବ୍ୟବସ୍ଥା (ଗୋଲ-୬), ସୁଲଭ ସ୍ୱଚ୍ଛ ଇନ୍ଧନ (ଗୋଲ-୭) କ୍ଷେତ୍ରରେ ଭାରତର ପ୍ରଦର୍ଶନ ଭଲ ହୋଇ ଯଥାକ୍ରମେ ୫୩ ଓ ୯୮ ପଏଣ୍ଟ ରେ ପହଞ୍ଚିଛି ।

 

ଶ୍ରେଷ୍ଠ ପାଞ୍ଚ ଓ ପଛୁଆ ୫ରାଜ୍ୟ

 

ଶ୍ରେଷ୍ଠ ପ୍ରଦର୍ଶନକାରୀ- କେରଳ                        -୭୫ପଏଣ୍ଟ

                        -ହିମାଚଳ ପ୍ରଦେଶ ଓ

                        ତାମିଲନାଡୁ                          -୭୪ପଏଣ୍ଟ

                        -ଆନ୍ଧ୍ର, ଗୋଆ, କର୍ଣ୍ଣାଟକ

                        ଓ ଉତ୍ତରାଖଣ୍ଡ                        -୭୨ପଏଣ୍ଟ

                        -ସିକ୍କିମ                                -୭୧ପଏଣ୍ଟ

                        -ମହାରାଷ୍ଟ୍ର                            -୭୦ପଏଣ୍ଟ

 

ତାଲିକାରେ ତଳେ ରହିଥିବା ପାଞ୍ଚ ରାଜ୍ୟ

 

            -ଛତିଶଗଡ, ନାଗାଲାଣ୍ଡ ଓ ଓଡିଶା            -୬୧ ପଏଣ୍ଟ

            - ଅରୁଣାଚଳ ପ୍ରଦେଶ, ମେଘାଳୟ

            ରାଜସ୍ଥାନ ଓ ଉତ୍ତରପ୍ରଦେଶ                  -୬୦ପଏଣ୍ଟ

            -ଆସାମ                                        -୫୭ପଏଣ୍ଟ

            -ଝାଡଖଣ୍ଡ                                      -୫୬ପଏଣ୍ଟ

            -ବିହାର                                         -୫୨ପଏଣ୍ଟ

 

ସର୍ବାଧିକ ତ୍ୱରିତ ଗତିଶୀଳର ପାଞ୍ଚ ରାଜ୍ୟ ମଧ୍ୟରେ ମିଜୋରାମ , ହରିୟାଣା ଓ ଉତ୍ତରାଖଣ୍ଡ ରହିଥିବାବେଳେ ସେମାନଙ୍କର ସ୍କୋର ଯଥାକ୍ରମେ ପୂର୍ବବର୍ଷ ଅପେକ୍ଷା ୧୨,୧୦ ଓ ୮ ଅଧିକ ରହିଛି ।

 

*****

 



(Release ID: 1724258) Visitor Counter : 388