କ୍ୟାବିନେଟ

ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ଲାଗି ଭାରତ ଓ ଆର୍ଜେଣ୍ଟିନା ମଧ୍ୟରେ ବୁଝାମଣାକୁ କ୍ୟାବିନେଟ ମଞ୍ଜୁରି

प्रविष्टि तिथि: 02 JUN 2021 12:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ବୈଠକରେ ଭାରତ ସରକାରଙ୍କ ଖଣି ମନ୍ତ୍ରଣାଳୟ ଓ ଆର୍ଜେଣ୍ଟିନା ଗଣରାଜ୍ୟର ଉତ୍ପାଦକତା ବିକାଶ ମନ୍ତ୍ରଣାଳୟର ଖଣିଜ ନୀତି ସଚିବାଳୟ ମଧ୍ୟରେ ସହଯୋଗ ସମ୍ବନ୍ଧୀୟ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯିବା ପ୍ରସ୍ତାବକୁ ଅନୁମୋଦନ କରାଯାଇଛି।

ଏହି ବୁଝାମଣାପତ୍ର ଖଣିଜ ସମ୍ପଦ କ୍ଷେତ୍ରରେ ସହଯୋଗ ଲାଗି ଏକ ସଂସ୍ଥାଗତ ବ୍ୟବସ୍ଥା ଉପଲବ୍ଧ କରାଇବ।

ଲିଥିୟମ ଉତ୍ତୋଳନ, ଖନନ ଏବଂ ଲାଭ ହାସଲ କରିବା, ବେସ ମେଟାଲ କ୍ଷେତ୍ରରେ ମିଳିତ ଉଦ୍ୟୋଗ ପ୍ରତିଷ୍ଠା କରିବାର ସମ୍ଭାବନା ଖୋଜିବା, ଆପୋସ ଲାଭ ନିମନ୍ତେ ରଣନୈତିକ ଦୃଷ୍ଟିରୁ ଗୁରୁତ୍ବପୂର୍ଣ୍ଣ ଖଣିଜ, ବୈଷୟିକ ଏବଂ ବୈଜ୍ଞାନିକ ସୂଚନା, ବିଚାର ଓ ଜ୍ଞାନର ବିନିମୟ, ପ୍ରଶିକ୍ଷଣ ଓ କ୍ଷମତା ନିର୍ମାଣ ତଥା ଖଣିଜ ଗତିବିଧି କ୍ଷେତ୍ରରେ ନିବେଶ ଓ ବିକାଶକୁ ପ୍ରୋତ୍ସାହନ ସମେତ ଖଣିଜ ଅନ୍ବେଷଣ ଓ ବିକାଶକୁ ପ୍ରୋତ୍ସାହନ ନିମନ୍ତେ ସହଯୋଗ ଜରିଆରେ ଗତିବିଧିକୁ ଆହୁରି ସୁଦୃଢ଼ କରିବା ହେଉଛି ଏହି ବୁଝାମଣାପତ୍ରର ଉଦ୍ଦେଶ୍ୟ। ଏହା ଜରିଆରେ ନବୋନ୍ମେଷର ଲକ୍ଷ୍ୟ ହାସଲ କରାଯାଇପାରିବ।

 

*********

 

P.S

 

 


(रिलीज़ आईडी: 1723876) आगंतुक पटल : 224
इस विज्ञप्ति को इन भाषाओं में पढ़ें: English , Urdu , हिन्दी , Marathi , Assamese , Bengali , Manipuri , Punjabi , Gujarati , Tamil , Telugu , Kannada , Malayalam