ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ
ଭାରତରେ ଦୈନିକ ନୂଆ ସଂକ୍ରମଣ ଆଜି ଅଛି ୧.୩୨ ଲକ୍ଷ
କ୍ରମାଗତ ଷଷ୍ଠ ଦିନରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ
ମୋଟ ସକ୍ରିୟ କରୋନା ମାମଲା ଅଛି ୧୭,୯୩,୬୪୫, କ୍ରମାଗତ ଦ୍ୱିତୀୟ ଦିନରେ ୨୦ ଲକ୍ଷ ତଳେ ରହିଛି
କ୍ରମାଗତ ୨୦ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି
ସୁସ୍ଥତା ହାର ବୃଦ୍ଧି ପାଇ ୯୨.୪୮% ହୋଇଛି
ଦୈନିକ ପଜିଟିଭିଟି ହାର ରହିଛି ୬.୫୭%, କ୍ରମାଗତ ନବମ ଦିନରେ ୧୦% ତଳେ ଅଛି
Posted On:
02 JUN 2021 11:28AM by PIB Bhubaneshwar
ଭାରତରେ କରୋନାର ଦୈନିକ ନୂଆ ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଉଥିବା ବେଳେ ଗତ ୨୪ ଘଣ୍ଟାରେ ୧,୩୨ ଲକ୍ଷ ନୂଆ ମାମଲା ଆସିଛି । ଗତ ୨୪ ଘଣ୍ଟା ମଧ୍ୟରେ ୧,୩୨,୭୮୮ ନୂଅ କରୋନା ମାମଲା ଆସିଛି ।
ଦେଶରେ କ୍ରମାଗତ ଷଷ୍ଠ ଦିନରେ ଦୈନିକ ନୂଆ କରୋନା ମାମଲା ୨ ଲକ୍ଷ ତଳେ ରହିଛି ।

ସକ୍ରିୟ କରୋନା ମାମଲା ମଧ୍ୟ ଦେଶରେ କ୍ରମାଗତ ଭାବେ ହ୍ରାସ ପାଇଚାଲିଛି । ଆଜି ସକ୍ରିୟ ମାମଲା ରହିଛି ୧୭,୯୩,୬୪୫ ।
ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୧,୦୧,୮୭୫ ହ୍ରାସ ହୋଇଛି । ଦେଶର ମୋାଟ ପଜିଟିଭ୍ ମାମଲାର ୬.୩୪% ରହିଛି ସକ୍ରିୟ ମାମଲା ।

ଭାରତରେ କରୋନାରୁ ସୁସ୍ଥ ହେଉଥିବା ଲୋକଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ଠାରୁ ଗତ ୨୦ ଦିନ ଧରି ଅଧିକ ରହିଆସୁଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୧,୪୫୬ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।
ଗତ ୨୪ ଘଣ୍ଟାରେ ଦୈ÷ନିକ ସଂକ୍ରମଣ ତୁଳନାରେ ୯୮,୬୬୮ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରେ ଏ ପର୍ଯ୍ୟନ୍ତ ମୋଟ ୨,୬୧,୭୯,୦୮୫ ଜଣ ସୁସ୍ଥ ହୋଇଛନ୍ତି ଏବଂ ଗତ ୨୪ ଘଣ୍ଟା ମଧ୍ୟରେ ୨,୩୧,୪୫୬ ଜଣ ସୁସ୍ଥ ହୋଇଛନ୍ତି । କ୍ରମାଗତ ବୃଦ୍ଧି ପାଉଥିବା ଧାରାରେ ସୁସ୍ଥତା ହାର ଏବେ ରହିଛି ୯୨.୪୮% ।

ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦,୧୯,୭୭୩ ଟେଷ୍ଟ କରାଯାଇଛି । ଭାରତରେ ଏ ପର୍ଯ୍ୟନ୍ତ ମୋଟ ୩୫ କୋଟି (୩୫,୦୦,୫୭,୩୩୦)ରୁ ଅଧିକ ଟେଷ୍ଟ କରାଯାଇଛି ।
ଦେଶରେ ଏ ପକ୍ଷରେ ଟେଷ୍ଟ କ୍ଷମତା ବୃଦ୍ଧି କରାଯାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର କ୍ରମେ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ସାପ୍ତାହିକ ପଜିଟିଭିଟି ହାର ୮.୨୧% ଥିବା ବେଳେ ଏବେ ଦୈନିକ ପଜିଟିଭିଟି ହାର ହ୍ରାସ ପାଇ ୬.୫୭% ହୋଇଛି । କ୍ରମାଗତ ନବମ ଦିନରେ ଏହା ୧୦% ତଳେ ରହିଛି ।

ଦେଶବ୍ୟାପୀ ଚାଲିଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ମୋଟ ୨୧.୮୫ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି ।
ଆଜି ସକାଳ ୭ଟା ସୁଦ୍ଧା ମୋଟ ୩୦,୯୧,୫୪୩ ସେସନରେ ୨୧,୮୫,୪୬,୬୬୭ ଡୋଜ୍ ଟିକା ଦିଆଯାଇଛି ।
HCWs
|
1st Dose
|
98,99,574
|
2nd Dose
|
68,03,865
|
FLWs
|
1st Dose
|
1,57,63,082
|
2nd Dose
|
85,56,719
|
Age Group 18-44 years
|
1st Dose
|
2,13,73,965
|
2nd Dose
|
39,443
|
Age Group 45 to 60 years
|
1st Dose
|
6,72,19,095
|
2nd Dose
|
1,08,65,046
|
Over 60 years
|
1st Dose
|
5,91,55,780
|
2nd Dose
|
1,88,70,098
|
Total
|
21,85,46,667
|
SR
(Release ID: 1723798)
Visitor Counter : 257
Read this release in:
English
,
Urdu
,
Hindi
,
Marathi
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam