ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ଦୈନିକ ସଂକ୍ରମଣ ହ୍ରାସ ପାଇଚାଲିଛି ଏବଂ ଗତ ୨୪ ଘଣ୍ଟାରେ ରହିଛି ୧.୫୨ ଲକ୍ଷ

ଦୈନିକ ନୂଆ ସଂକ୍ରମଣ ୫୦ ଦିନରେ ସର୍ବନିମ୍ନ

ଗତ ୨୪ ଘଣ୍ଟାରେ ସକ୍ରିୟ କରୋନା ମାମଲାରେ ୮୮,୪୧୬ ହ୍ରାସ ହୋଇ ମୋଟ ସକ୍ରି୍ରୟ ମାମଲା ୨୦,୨୬,୦୯୨କୁ ହ୍ରାସ

କ୍ରମାାଗତ ୧୮ ଦିନ ଧରି ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି

ସୁସ୍ଥତା ହାର ପୁଣି ୯୧.୬୦%କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ୯.୦୭% ରହିଛି, କ୍ରମାାଗତ ୭ ଦିନ ଧରି ଏହା ୧୦% ତଳେ ରହିଛି

ଟେଷ୍ଟିଂ କ୍ଷମତା ବୃଦ୍ଧି ପାଇଛି ଏବଂ ମୋଟ ୩୪.୪୮ କୋଟି ଟେଷ୍ଟ ହୋଇଛି

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ମୋଟ ୨୧.୩ କୋଟି ଡୋଜରୁ ଅଧିକ ଟିକା ଦିଆଯାଇଛି

Posted On: 31 MAY 2021 10:38AM by PIB Bhubaneshwar

ଦେଶରେ ଦୈନିକ କରୋନା ସଂକ୍ରମଣ କ୍ରମାଗତ ଭାବେ ହ୍ରାସ ପାଇ ଚାଲିଛି ଏବଂ ୫୦ ଦିନ ମଧ୍ୟରେ ସର୍ବନିମ୍ନ ୧.୫୨ ଲକ୍ଷ ନୂଆ ମାମଲା ଚିହ୍ନଟ ହୋଇଛି ।

ଦେଶରେ କ୍ରମାଗତ ଚତୁର୍ଥ ଦିନରେ ଦୈନିକ ସଂକ୍ରମଣ ୨ ଲକ୍ଷ ତଳେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ୧,୫୨,୭୩୪ ନୂଆ କରୋନା ମାମଲା ଚିହ୍ନଟ ହୋଇଛି ।

https://static.pib.gov.in/WriteReadData/specificdocs/photo/2021/may/ph202153101.jpg

ସକ୍ରିୟ କରୋନା ମାମଲା ଦେଶରେ କ୍ରମାଗତ ଭାବେ ହ୍ରାସ ପାଉଛି । ସକ୍ରିୟ କରୋନା ମାମଲା ଆଜି ହ୍ରାସ ପାଇ ୨୦,୨୬,୦୯୨ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୮୮,୪୧୬ ହ୍ରାସ ପାଇଛି ଏବଂ ଦେଶର ମୋଟ ପଜିଟିଭ ମାମଲାର ୭.୨୨% ରହିଛି ସକ୍ରିୟ ମାମଲା ।

https://static.pib.gov.in/WriteReadData/userfiles/image/image002U3ZM.jpg

କ୍ରମାଗତ ୧୮ ଦିନରେ ଦୈନିକ କରୋନାରୁ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣକୁ ପଛରେ ପକାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୩୮,୦୨୨ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ତୁଳନାରେ ୮୫,୨୮୮ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/specificdocs/photo/2021/may/ph202153121.jpg

ଦେଶରେ କରୋନା ମହାମାରୀ ଆରମ୍ଭ ହେବା ପରଠାରୁ କୋଭିଡ-୧୯ରୁ ଏ ପର୍ଯ୍ୟନ୍ତ ୨,୫୬,୯୨,୩୪୨ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟା ମଧ୍ୟରେ ୨,୩୮,୦୨୨ ଜଣ ସୁସ୍ଥ ହୋଇଛନ୍ତି । ଏହା ଫଳରେ ଦେଶରେ ସୁସ୍ଥତା ହାର ଏବେ ରହିଛି ୯୧.୬୦% ।

https://static.pib.gov.in/WriteReadData/specificdocs/photo/2021/may/ph202153131.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୬,୮୩,୧୩୫ ହୋଇଥିବା ବେଳେ ଭାରତରେ ମୋଟ ୩୪.୪୮ କୋଟି ଟେଷ୍ଟ ହୋଇଛି ।

ଦେଶରେ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିିଟି ହାର କ୍ରମାଗତ ହ୍ରାସ ପାଉଥିବା ପରିଲକ୍ଷିତ ହୋଇଛି । ଏବେ ସାପ୍ତାହିକ ପଜିଟିଭିଟି ହାର ୯.୦୪% ରହିଛି । ଦୈନିକ ପଜିଟିଭିଟି ହାର ମଧ୍ୟ ହ୍ରାସ ପାଇ ଆଜି ୯.୦୭% ରହିଛି । କ୍ରମାଗତ ସପ୍ତମ ଦିନରେ ଏହା ୧୦% ତଳେ ରହିଛି ।

https://static.pib.gov.in/WriteReadData/specificdocs/photo/2021/may/ph202153141.jpg

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ୨୧.୩୧ କୋଟି ଡୋଜରୁ ଅଧିକ ଟିକା ଦିଆଯାଇପାରିଛି ।

ଆଜି ସକାଳ ୭ଟା ସୁଦ୍ଧା ୩୦,୨୮,୨୯୫ ସେସନରେ ମୋଟ ୨୧,୩୧,୫୪,୧୨୯ ଡୋଜ୍ ଟିକା ଦିଆଯାଇଛି । 

HCWs

1st Dose

98,67,310

2nd Dose

67,76,644

FLWs

1st Dose

1,55,92,325

2nd Dose

84,97,120

Age Group 18-44 years

1st Dose

1,89,64,595

2nd Dose

10,058

Age Group 45 to 60 years

1st Dose

6,56,60,693

2nd Dose

1,05,74,441

Over 60 years

1st Dose

5,85,28,448

2nd Dose

1,86,82,495

Total

21,31,54,129

 

SR



(Release ID: 1723151) Visitor Counter : 217