ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ନିମ୍ନମୁଖୀ ଧାରାରେ ଭାରତରେ ସକ୍ରିୟ କରୋନା ମାମଲା ୨୩,୪୩,୧୫୨କୁ ହ୍ରାସ, ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ୭୬,୭୫୫ ହ୍ରାସ

ଗତ ୪୪ ଦିନରେ ସବୁଠାରୁ ସର୍ବନିମ୍ନ, ୧.୮୬ ଲକ୍ଷ ଦୈନିକ ସଂକ୍ରମଣ ଚିହ୍ନଟ

କ୍ରମାଗତ ଦ୍ୱାଦଶ ଦିନରେ ଦୈନିକ ସଂକ୍ରମଣ ତିନି ଲକ୍ଷରୁ କମ୍ ରହିଛି

କ୍ରମାଗତ ପଞ୍ଚଦଶ ଦିନରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ସଂକ୍ରମଣ ଠାରୁ ଅଧିକ ରହିଛି

ସୁସ୍ଥତା ହାର ୯୦.୩୪% କୁ ବୃଦ୍ଧି

ଦୈନିକ ପଜିଟିଭିଟି ହାର ୯.୦୦%, କ୍ରମାଗତ ଚତୁର୍ଥ ଦିନରେ ୧୦%ରୁ କମ୍

Posted On: 28 MAY 2021 10:43AM by PIB Bhubaneshwar

ଭାରତରେ ସକ୍ରିୟ କରୋନା ମାମଲା ଏବେ ୨୩,୪୩,୧୫୨ କୁ ହ୍ରାସ ପାଇଛି । ୨୦୨୧ ମେ ୧୦ରେ କରୋନା ସକ୍ରିୟ ମାମଲା ଶୀର୍ଷରେ ରହିବା ପରେ କ୍ରମେ ହା୍ରସ ପାଇ ଚାଲିଛି ।

ସକ୍ରିୟ ମାମଲାରେ ଗତ ୨୪ ଘଣ୍ଟା ମଧ୍ୟରେ ୭୬,୭୫୫ ହ୍ରାସ ପାଇଥିବା ବେଳେ ଦେଶର ମୋଟ ପଜିଟିଭ୍ ମାମଲାର ଏହା ୮.୫୦% ।

https://static.pib.gov.in/WriteReadData/userfiles/image/image001DTEV.jpg

ଦୈନିକ ନୂଆ ସଂକ୍ରମଣରେ ନିମ୍ନମୁଖୀ ଧାରା ଲାଗି ରହିଥିବା ବେଳେ କ୍ରମାଗତ ଦ୍ୱାଦଶ ଦିନରେ ଦୈନିକ ସଂକ୍ରମଣ ୩ ଲକ୍ଷରୁ କମ୍ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ନୂଆ କରୋନା ମାମଲା ୧,୮୬,୩୬୪ ଆସିଛି ।

https://static.pib.gov.in/WriteReadData/userfiles/image/image002OUZG.jpg

କ୍ରମାଗତ ପଞ୍ଚଦଶ ଦିନ ପାଇଁ ଦୈନିକ କରୋନାରୁ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ କରୋନା ମାମଲାକୁ ପଛରେ ପକାଇ ଦେଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୫୯,୪୫୯ ଜଣ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦୈନିକ ସଂକ୍ରମଣ ତୁଳନାରେ ୭୩,୦୯୫ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003B4PH.jpg

ଦେଶରେ କରୋନା ସଂକ୍ରମଣ ହେବା ପରଠାରୁ ମୋଟ ୨,୪୮,୯୩,୪୧୦ ଜଣ ସୁସ୍ଥ ହୋଇଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨,୫୯,୪୫୯ ଜଣ ସୁସ୍ଥ ହୋଇଛନ୍ତି । ମୋଟ ଉପରେ ସୁସ୍ଥତା ହାର ରହିଛି ୯୦.୩୪% ।

https://static.pib.gov.in/WriteReadData/userfiles/image/image004ZN2Q.jpg

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୦,୭୦,୫୦୮ ଟେଷ୍ଟ ହୋଇଥିବା ବେଳେ ମୋଟ ଟେଷ୍ଟ ହୋଇଛି ୩୩.୯୦ରୁ ଅଧିକ ।

ଦେଶବ୍ୟପୀ ଏକ ପକ୍ଷରେ ଟେଷ୍ଟିଂ ବୃଦ୍ଧି ପାଇଥିବା ବେଳେ ସାପ୍ତାହିକ ପଜିଟିଭିଟି ହାର ହ୍ରାସ ପାଇବାରେ ଲାଗିଛି । ସାପ୍ତାହିକ ପଜିଟିଭିଟି ହାର ଏବେ ୧୦.୪୨% ଥିବା ବେଳେ ଦୈନିକ ପଜିଟିଭିଟି ହାର ହ୍ରାସ ପାଇ ଆଜି ୯.୦୦% ରହିଛି । କ୍ରମାାଗତ ଚତୁର୍ଥ ଦିନରେ ଏହା ୧୦%ରୁ କମ୍ ରହିଛି ।

https://static.pib.gov.in/WriteReadData/userfiles/image/image005654I.jpg

ଦେଶବ୍ୟାପୀ ଚାଲିଥିବା କୋଭିଡ-୧୯ ଟିକାକରଣ ଅଭିଯାନରେ ଏ ପର୍ଯ୍ୟନ୍ତ ମୋଟ ୨୦.୫୭ କୋଟି ଡୋଜ୍ ଟିକା ଦିଆଯାଇଛି । ୨୦ କୋଟି ଡୋଜରୁ ଅଧିକ ଟିକା ଦେବା କ୍ଷେତ୍ରରେ ଯୁକ୍ତରାଷ୍ଟ୍ର ଆମେରିକା ପରେ ଭାରତ ଦ୍ୱିତୀୟ ।

ଆଜି ସକାଳ ୭ଟା ସୁଦ୍ଧା ମୋାଟ ୨୯,୩୮,୩୬୭ ସେସନରେ ୨୦,୫୭,୨୦,୬୬୦ ଡୋଜ୍ ଟିକା ଦିଆଯାଇଛି ।

HCWs

1st Dose

98,28,401

2nd Dose

67,48,360

FLWs

1st Dose

1,53,49,658

2nd Dose

84,25,730

Age Group 18-44 years

1st Dose

1,52,65,022

Age Group 45 to 60 years

1st Dose

6,36,22,329

2nd Dose

1,02,22,521

Over 60 years

1st Dose

5,77,84,682

2nd Dose

1,84,73,957

Total

20,57,20,660

 

 

SR



(Release ID: 1722571) Visitor Counter : 227