ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ସକ୍ରିୟ କରୋନା ମାମଲା ଆହୁରି ହ୍ରାସ ପାଇ ୨୪,୯୫,୫୯୧ ହେଲା

ଦୈନିକ ନୂଆ କରୋନା ମାମଲା କ୍ରମେ ହ୍ରାସ ପାଉଛି, ୨.୦୮ ଲକ୍ଷ ନୂଆ ସଂକ୍ରମିତ

ଗତ ୨୪ ଘଣ୍ଟା ମଧ୍ୟରେ ସକ୍ରିୟ ମାମଲାରେ ୯୧,୧୯୧ ହ୍ରାସ

ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୪୩,୫୦,୮୧୬ । ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩ ଲକ୍ଷ ଲୋକ ସୁସ୍ଥ ହୋଇଛନ୍ତି

କ୍ରମାଗତ ତ୍ରୟୋଦଶ ଦିନରେ ମଧ୍ୟ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ ମାମଲାକୁ ଟପିଯାଇଛି

ସୁସ୍ଥତା ହାର ପୁଣି ବୃଦ୍ଧି ପାଇ ୮୯.୬୬% ହେଲା

ଗୋଟିଏ ଦିନରେ ସର୍ବାଧିକ ୨୨.୧୭ ଲକ୍ଷ ଟେଷ୍ଟ କରାଯାଇଛି

ସାପ୍ତାହିକ ପଜିଟିଭିଟି ହାର ଏବେ ୧୧.୪୫%

ଦୈନିକ ପଜିଟିଭିଟି ହାର ଏବେ ୯.୪୨%; କ୍ରମାଗତ ଦ୍ୱିତୀୟ ଦିନରେ ବି ୧୦%ରୁ କମ୍

ଦେଶବ୍ୟାପୀ ଟିକାକରଣ ଅଭିଯାନରେ ମୋଟ ଟିକାକରଣ ୨୦ କୋଟିକୁ ଅତିକ୍ରମ କରିଛି

Posted On: 26 MAY 2021 11:05AM by PIB Bhubaneshwar

କ୍ରମାଗତ ଦଶମ ଦିନରେ ଭାରତରେ ଦୈନିକ ନୂଆ କରୋନା ମାମଲା ୩ ଲକ୍ଷ ତଳେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨,୦୮,୯୨୧ ନୂଆ ମାମଲା ଚିହ୍ନଟ ହୋଇଛି ।

https://static.pib.gov.in/WriteReadData/userfiles/image/image001I39U.jpg

ମୋଟ ଉପରେ ସକ୍ରିୟ କରୋନା ମାମଲା ଦେଶରେ ଏବେ ୨୪,୯୫,୫୯୧କୁ ହ୍ରାସ ପାଇଛି । ଶେଷ ଥର ପାଇଁ ୨୦୨୧ ମେ ୧୦ ତାରିଖରେ ସକ୍ରିୟ ମାମଲା ଶୀର୍ଷରେ ରହିବା ପରେ ହ୍ରାସ ପାଇ ଚାଲିଛି ।

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲାରେ ସିଧାସଳଖ ୯୧,୧୯୧ ହ୍ରାସ ପାଇଛି । ଏହା ଏବେ ଦେଶର ମୋଟ ପଜିଟିଭ୍ ମାମଲାର ୯.୧୯% ।

https://static.pib.gov.in/WriteReadData/userfiles/image/image0025KZW.jpg

କ୍ରମାଗତ ତ୍ରୟୋଦଶ ଦିନରେ ମଧ୍ୟ ଭାରତରେ ଦୈନିକ ସୁସ୍ଥଙ୍କ ସଂଖ୍ୟା ଦୈନିକ ନୂଆ କରୋନା ମାମଲାଠାରୁ ଅଧିକ ରହିଛି । ଗତ ୨୪ ଘଣ୍ଟା ମଧ୍ୟରେ ୨,୯୫,୯୫୫ ଜଣ ସୁସ୍ଥ ହୋଇଛନ୍ତି । ଗତ ୨୪ ଘଣ୍ଟାରେ ଦୈନିକ ନୂଆ କରୋନା ସଂକ୍ରମଣ ସହ ତୁଳନା କଲେ ୮୭,୦୩୪ ଜଣ ଅଧିକ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image003VY1W.png

ଭାରତରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨,୪୩,୫୦,୮୧୬ରେ ପହଞ୍ଚିଛି । ଏହା ମଧ୍ୟରେ ଅଛନ୍ତି ଗତ ୨୪ ଘଣ୍ଟାରେ ସୁସ୍ଥ ହୋଇଥିବା ୨,୯୫,୯୫୫ ଜଣ ଆକ୍ରାନ୍ତ । ଜାତୀୟ ସୁସ୍ଥ ହାର ପୁଣି ବୃଦ୍ଧି ପାଇ ୮୯.୬୬% ହୋଇଛି ।

https://static.pib.gov.in/WriteReadData/userfiles/image/image004J7WH.jpg

ଗତ ୨୪ ଘଣ୍ଟାରେ ଗୋଟିଏ ଦିନରେ ଦେଶର ସର୍ବାଧିକ ୨୨,୧୭,୩୨୦ ଟେଷ୍ଟ କରାଯାଇଛି । ଦେଶରେ ଏ ପର୍ଯ୍ୟନ୍ତ ମୋଟ ଟେଷ୍ଟ ୩୩,୪୮,୧୧,୪୯୬ରେ ପହଞ୍ଚିଛି ।

ସାପ୍ତାହିକ ପଜିଟିଭିଟି ହାର ଏବେ ୧୧.୪୫% ଥିବା ବେଳେ ଦୈନିକ ପଜିଟିଭିଟି ହାର ହ୍ରାସ ପାଇ ୯.୪୨%ରେ ରହିଛି । କ୍ରମାଗତ ଦ୍ୱିତୀୟ ଦିନରେ ଏହା ୧୦% ତଳେ ରହିଛି ।

https://static.pib.gov.in/WriteReadData/userfiles/image/image005WBPW.jpg

ଦେଶବ୍ୟାପୀ ଚାଲିଥିବା ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟରେ ଦେଶରେ ମୋଟ ଟିକାକରଣ ୨୦ କୋଟିକୁ ଅତିକ୍ରମ କରିଥିବାରୁ ଭାରତ ଟିକାକରଣ କ୍ଷେତ୍ରରେ ଏକ ନୂଆ ମାଇଲଖୁଣ୍ଟ ହାସଲ କରିପାରିଛି ।

ଆଜି ସକାଳ ୭ଟା ସୁଦ୍ଧା ୨୮,୭୦,୩୭୮ ସେସନରେ ମୋଟ ୨୦,୦୬,୬୨,୪୫୬ ଡୋଜ୍ ଟିକା ଦିଆଯାଇଛି । ଏହା ମଧ୍ୟରେ ରହିଛି ୯୭,୯୬,୦୫୮ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୬୭,୨୯,୨୧୩ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ,୫୧,୭୧,୯୫୦ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍, ୮୩,୮୪,୦୦୧ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍, ୧୮-୪୪ ବର୍ଷ ବର୍ଗର ୧,୨୯,୫୭,୦୦୯ ଜଣଙ୍କୁ ପ୍ରଥମ ଡୋଜ୍, ୪୫ରୁ ୬୦ ବର୍ଷ ବୟସର ୬,୨୦,୮୮,୭୭୨ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୦୦,୩୦,୭୨୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ । ୬୦ ବର୍ଷରୁ ଅଧିକ ବୟସର ୫,୭୧,୩୫,୮୦୪ ଜଣଙ୍କୁ ପ୍ରଥମ ଡୋଜ୍ ଏବଂ ୧,୮୩,୬୮,୯୨୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଟିକା ମଧ୍ୟ ଦିଆଯାଇଛି ।

HCWs

1st Dose

97,96,058

2nd Dose

67,29,213

FLWs

1st Dose

1,51,71,950

2nd Dose

83,84,001

Age Group 18-44 years

1st Dose

1,29,57,009

Age Group 45 to 60 years

1st Dose

6,20,88,772

2nd Dose

1,00,30,729

Over 60 years

1st Dose

5,71,35,804

2nd Dose

1,83,68,920

Total

20,06,62,456

SR



(Release ID: 1721986) Visitor Counter : 183