କ୍ୟାବିନେଟ
ମାଳଦୀପର ଅଡ୍ଡୁ ସହରରେ ଭାରତର ଏକ ନୂଆ ବାଣିଜ୍ୟିକ ଦୂତାବାସ ଖୋଲିବା ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରି
ପୋଷ୍ଟ କରାଯିବା ଦିନାଙ୍କ:
25 MAY 2021 1:13PM by PIB Bhubaneswar
2021ରେ ମାଳଦୀପର ଅଡ୍ଡୁ ସହରରେ ଭାରତର ଏକ ନୂତନ ବାଣିଜ୍ୟିକ ଦୂତାବାସ ଖୋଲିବା ପ୍ରସ୍ତାବକୁ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ କେନ୍ଦ୍ର କ୍ୟାବିନେଟ ମଞ୍ଜୁର କରିଛନ୍ତି।
ଭାରତ ଓ ମାଳଦୀପ ମଧ୍ୟରେ ପ୍ରାଚୀନ କାଳରୁ ଜାତୀୟ, ଭାଷାଗତ, ସାଂସ୍କୃତିକ, ଧାର୍ମିକ ଓ ବ୍ୟବସାୟିକ ସମ୍ପର୍କ ରହିଆସିଛି। ଭବିଷ୍ୟତ ପାଇଁ ଭାରତର ଦୂରଦର୍ଶୀ ଚିନ୍ତାଧାରାରେ ‘ପଡ଼ୋଶୀ ପ୍ରଥମ ନୀତି’ ଏବଂ ‘ସାଗର’ (ସିକ୍ୟୋରିଟି ଆଣ୍ଡ ଗ୍ରୋଥ ଫର ଅଲ ଇନ ଦ ରିଜନ ବା କ୍ଷେତ୍ରୀୟ ସ୍ତରରେ ସମସ୍ତଙ୍କ ପାଇଁ ସୁରକ୍ଷା ଏବଂ ବିକାଶ) ଅନ୍ତର୍ଗତ ମାଳଦୀପକୁ ପ୍ରମୁଖ ସ୍ଥାନ ଦିଆଯାଇଛି।
ଅଡ୍ଡୁ ସହରରେ ନୂଆ ବାଣିଜ୍ୟିକ ଦୂତାବାସ ଖୋଲିବା ଫଳରେ ମାଳଦୀପରେ ଭାରତର କୂଟନୈତିକ ଉପସ୍ଥିତି ଆହୁରି ବୃଦ୍ଧି ପାଇବ ଏବଂ ଏହାଫଳରେ ବର୍ତ୍ତମାନର ସମ୍ପର୍କ ଓ ଆକାଂକ୍ଷାକୁ ଆହୁରି ସୁଦୃଢ଼ କରାଯାଇପାରିବ।
ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଏବଂ ମାଳଦୀପର ରାଷ୍ଟ୍ରପତି ସୋଲିହଙ୍କ ନେତୃତ୍ବରେ ଦୁଇ ଦେଶର ଦ୍ବୀପାକ୍ଷିକ ସମ୍ପର୍କ ଅପ୍ରତ୍ୟାଶିତ ଭାବେ ନୂତନ ଦିଗ ଓ ଉଚ୍ଚତାକୁ ସ୍ପର୍ଶ କରୁଛି।
ଏହା ‘ସବକା ସାଥ୍ ସବକା ବିକାଶ’ ପାଇଁ ଆମର ସମୃଦ୍ଧି ଓ ବିକାଶର ରାଷ୍ଟ୍ରୀୟ ପ୍ରାଥମିକତା ନୀତିକୁ ଆଗେଇ ନେବା ଦିଗରେ ମଧ୍ୟ ଏକ ପଦକ୍ଷେପ। ଭାରତର କୂଟନୈତିକ ଉପସ୍ଥିତିରେ ବୃଦ୍ଧି ଫଳରେ ଭାରତୀୟ କମ୍ପାନୀମାନେ ସେଠାକାର ବଜାରରେ ସେମାନଙ୍କର ସ୍ଥିତି ସୁଦୃଢ଼ କରିବା ଏବଂ ଭାରତୀୟ ସାମଗ୍ରୀ ଓ ସେବା ରପ୍ତାନି ବୃଦ୍ଧି କରିବାରେ ସହାୟତା ମିଳିପାରିବ। ଏହା ଆମର ‘ଆତ୍ମନିର୍ଭର’ ଲକ୍ଷ୍ୟ ଅନୁରୂପ ଘରୋଇ ଉତ୍ପାଦନ ଓ ରୋଜଗାର ସୃଜନ ପାଇଁ ଅବସର ଖୋଳିବ।
***********
P.S
(ରିଲିଜ ଆଡି: 1721659)
ପରିଦର୍ଶକ କାଉଣ୍ଟର : 283
ଏହି ରିଲିଜ ପଢନ୍ତୁ :
English
,
Urdu
,
हिन्दी
,
Marathi
,
Bengali
,
Manipuri
,
Assamese
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam