ରସାୟନ ଓ ସାର ମନ୍ତ୍ରଣାଳୟ

ମ୍ୟୁକୋରମାଏକୋସିସ୍ ସଂକ୍ରମଣ ବଢୁଥିବାରୁ ରାଜ୍ୟମାନଙ୍କୁ ଅତିରିକ୍ତ ଆମ୍ଫୋଟେରିସିନ୍‌-ବି ଔଷଧ ପଠାଯାଇଛି: ସଦାନନ୍ଦ ଗୌଡା

Posted On: 22 MAY 2021 11:47AM by PIB Bhubaneshwar

 କେନ୍ଦ୍ର ରସାୟନ ଓ ସାରମନ୍ତ୍ରୀ ଶ୍ରୀ ଡି.ଭି. ସଦାନନ୍ଦ ଗୌଡା ଶନିବାର ଦେଶରେ କ୍ରମବର୍ଦ୍ଧିଷ୍ଣୁ ମ୍ୟୁକୋରମାଏକୋସିସ୍ ରୋଗର ସବିଶେଷ ସମୀକ୍ଷା କରିଛନ୍ତି । ସମୀକ୍ଷା ପରେ ସେ କହିଛନ୍ତି ଯେ ଏହି ରୋଗର ଚିକିତ୍ସା ପାଇଁ ଉଦ୍ଦିଷ୍ଟ ଆମ୍ଫୋଟେରିସିନ- ବି ଅତିରିକ୍ତ ୨୩୬୮୦ ଭାଏଲ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଂଚଳକୁ ଯୋଗାଇ ଦିଆଯାଇଛି । ସେ କହିଛନ୍ତି ରୋଗୀଙ୍କ ସଂଖ୍ୟାକୁ ଦୃଷ୍ଟିରେ ରଖି ବିଭିନ୍ନ ରାଜ୍ୟକୁ ଏହି ଅତିରିକ୍ତ ଔଷଧ ପ୍ରଦାନ କରାଯାଇଛି । ଏଯାବତ୍ ଦେଶର ବିଭିନ୍ନ ରାଜ୍ୟରେ ପ୍ରାୟ ୮୮୪୮ଜଣ ମ୍ୟୁକୋରମାଏକୋସିସ୍ ରୋଗରେ ଆକ୍ରାନ୍ତ ହେଇଛନ୍ତି ।

ଓଡିଶାରେ ଏହି ରୋଗରେ ଆକ୍ରାନ୍ତଙ୍କ ସଂଖ୍ୟା ଶନିବାର ସୁଦ୍ଧା ୧୫ଥିଲା । ଓଡିଶା ଏହି ଅତିରିକ୍ତ ସହାୟତାରେ ୫୦ଭାଏଲ ଆମ୍ଫୋଟେରିସିନ-ବି ପାଇଛି ।

ମ୍ୟୁକୋରମାଏକୋସିସ୍ ଏକ କବକ ବା ଫଙ୍ଗସ୍ ସଂକ୍ରମଣ ଜନିତ ରୋଗ । ଏହା କୋଭିଡ୍ ରୋଗୀଙ୍କ ମଧ୍ୟରେ ଦେଖାଯାଉଛି । ଗୁଜରାଟରେ ସର୍ବାଧିକ ୨୨୮୧, ମହାରାଷ୍ଟ୍ରରେ ୨୦୦୦, ଆନ୍ଧ୍ରପ୍ରଦେଶର ୯୧୦, ମଧ୍ୟପ୍ରଦେଶର ୭୨୦ ଓ ରାଜସ୍ଥାନରେ ୭୦୦ ଲୋକ ଏହି ବ୍ୟାଧିରେ ଆକ୍ରାନ୍ତ ହୋଇଛନ୍ତି । ଅନ୍ୟାନ୍ୟ ରାଜ୍ୟରେ ସଂକ୍ରମିତ ଲୋକଙ୍କ ସଂଖ୍ୟା ଅପେକ୍ଷା ଅପେକ୍ଷାକୃତ କମ୍ ରହିଛି ।

*****

 

TKM/SLP



(Release ID: 1720962) Visitor Counter : 267