ରସାୟନ ଓ ସାର ମନ୍ତ୍ରଣାଳୟ

କୋଭିଡ-19 ପାଇଁ ଜରୁରି ପ୍ରତ୍ୟେକ ଔଷଧ ଯୋଗାଣକୁ ଅନୁଧ୍ୟାନ କରୁଛନ୍ତି ସରକାର

ସମସ୍ତ କୋଭିଡ-19 ଔଷଧ ବର୍ତ୍ତମାନ ଭାରତରେ ଉପଲବ୍ଧ ରହିଛି

Posted On: 19 MAY 2021 1:44PM by PIB Bhubaneshwar

କୋଭିଡ-19 ପାଇଁ ଜରୁରି ପ୍ରତ୍ୟେକ ଔଷଧ ଯୋଗାଣକୁ ସରକାର ଅନୁଧ୍ୟାନ କରୁଛନ୍ତି ବୋଲି କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ମନସୁଖ ମାଣ୍ଡଭ୍ୟ ଆଜି ସୂଚନା ଦେଇଛନ୍ତି। କୋଭିଡ-19 ଚିକିତ୍ସା ପାଇଁ ବ୍ୟବହୃତ ସମସ୍ତ ଔଷଧ ଉତ୍ପାଦନ ଓ ଆମଦାନୀ ବୃଦ୍ଧି କରାଯାଇ ବର୍ତ୍ତମାନ ଭାରତରେ ସେଗୁଡ଼ିକର ଉପଲବ୍ଧତା ସୁନିଶ୍ଚିତ କରାଯାଉଛି। ଯୋଗାଣ ଶୃଙ୍ଖଳ ପରିଚାଳନା, ଚାହିଦା ଆଧାରିତ ପରିଚାଳନା ଏବଂ ସୁଲଭତା ଆଦି ତ୍ରିସ୍ତରୀୟ ରଣନୀତି ଜରିଆରେ ଏହିସବୁ ଔଷଧର ଉପଲବ୍ଧତା ସମୀକ୍ଷା କରାଯାଉଛି।

 

ପ୍ରୋଟୋକଲ ଔଷଧ:

  1. ରେମଡିସିଭିର
  2. ଏନୋକ୍ସାପାରିନ
  3. ମିଥାଇଲପ୍ରେଡନିଜୋଲୋନ
  4. ଡେକ୍ସାମିଥାସୋନ
  5. ତୋସିଲିଜୁମାବ
  6. ଆଇଭରମେକ୍ଟିନ

 

ଅଣ-ପ୍ରୋଟୋକଲ ଔଷଧ

  1. ଫାଭିପିରାଭିର
  2. ଆମ୍ଫୋଟେରିସିନ
  3. ଆପିକ୍ସାବ୍ୟାନ

 

ଉତ୍ପାଦନ ବୃଦ୍ଧି କରିବା ଏବଂ ମେ 2021 ପାଇଁ ବର୍ତ୍ତମାନର ଷ୍ଟକ, କ୍ଷମତା, ଆନୁମାନିକ ଉତ୍ପାଦନ ଆଦି ସମ୍ପର୍କରେ ଉତ୍ପାଦନକାରୀଙ୍କ ସହିତ ସିଡିଏସିଓ ଏବଂ ଏନପିପିଏ ନିୟମିତ ସମନ୍ବୟ ସ୍ଥାପନ କରୁଛନ୍ତି।

  1. ରେମଡିସିଭିର :
  • ରେମଡିସିଭିର ଉତ୍ପାଦନ କରୁଥିବା ପ୍ଲାଣ୍ଟଗୁଡ଼ିକର ସଂଖ୍ୟା 20ରୁ 60କୁ ବୃଦ୍ଧି କରାଯାଇଛି ଯାହାଫଳରେ ମାତ୍ର 25 ଦିନ ମଧ୍ୟରେ ତିନି ଗୁଣା ଅଧିକ ଔଷଧ ଉପଲବ୍ଧ ହୋଇପାରିଛି।
  • ଏପ୍ରିଲ 21ରେ 10 ଲକ୍ଷ ଶିଶି ଉତ୍ପାଦିତ ହେଉଥିବା ବେଳେ ମେ 21ରେ ଏହାର 10 ଗୁଣା ଅଧିକ ଅର୍ଥାତ 1 କୋଟି ଶିଶି ଉତ୍ପାଦନ କରାଯାଉଛି।
  1. ତୋସିଲିଜୁମାବ ଇଞ୍ଜେକ୍ସନ :
  • ସାଧାରଣ ଦିନଗୁଡ଼ିକ ଅପେକ୍ଷା 20 ଗୁଣା ଅଧିକ ଆମଦାନୀ କରାଯାଇ ଦେଶରେ ଏହାର ଉପଲବ୍ଧତା ବୃଦ୍ଧି କରାଯାଇଛି।
  1. ଡେକ୍ସାମିଥାସୋନ 0.5 ଏମଜି ଟାବ୍ଲେଟ:
  • ଗୋଟିଏ ମାସ ମଧ୍ୟରେ ଉତ୍ପାଦନକୁ 6-8 ଗୁଣ ଅଧିକ ବୃଦ୍ଧି କରାଯାଇଛି।
  1. ଡେକ୍ସାମିଥାସୋନ ଇଞ୍ଜେକ୍ସନ ଉତ୍ପାଦନକୁ ପାଖାପାଖି 2 ଗୁଣା ବୃଦ୍ଧି କରାଯାଇଛି।
  2. ଏନୋକ୍ସାପାରିନ ଇଞ୍ଜେକ୍ସନ ଉତ୍ପାଦନ ଗୋଟିଏ ମାସ ମଧ୍ୟରେ 4 ଗୁଣା ଅଧିକ ହୋଇପାରିଛି।
  3. ମିଥାଇଲ ପ୍ରେଡନିସୋଲୋନ ଇଞ୍ଜେକ୍ସନ :
  • ଉତ୍ପାଦନ ଗୋଟିଏ ମାସ ମଧ୍ୟରେ ତିନି ଗୁଣା ଅଧିକ ହୋଇଛି।

 

  1. ଆଇଭରମେକ୍ଟିନ 12 ଏମଜି ଟାବଲେଟ ଉତ୍ପାଦନ ଦେଶରେ ଗୋଟିଏ ମାସ ମଧ୍ୟରେ 5 ଗୁଣା ବୃଦ୍ଧି ପାଇଛି। ଏହାର ଉତ୍ପାଦନ ପରିମାଣ ଏପ୍ରିଲରେ 150 ଲକ୍ଷ ଥିବା ବେଳେ ମେ 2021ରେ 770 ଲକ୍ଷରେ ପହଞ୍ଚିଛି।

 

  1. ଫାଭିପିରାଭିର :
  • ଏହା ଏକ ଅଣ ପ୍ରୋଟୋକଲ ଔଷଧ କିନ୍ତୁ ଏହା ଭାଇରସ ଲୋଡକୁ ହ୍ରାସ କରିବା ଲାଗି ବ୍ୟବହାର କରାଯାଇଥାଏ।
  • ଗୋଟିଏ ମାସ ମଧ୍ୟରେ ଏହାର ଉତ୍ପାଦନ ଚାରି ଗୁଣ ଅଧିକ ବୃଦ୍ଧି ପାଇଛି। ଏପ୍ରିଲ 2021ରେ ଏହାର ଉତ୍ପାଦନ ପରିମାଣ 326.5 ଲକ୍ଷ ଥିବା ବେଳେ ମେ 2021ରେ ଏହା ବୃଦ୍ଧି ପାଇ 1644 ଲକ୍ଷରେ ପହଞ୍ଚିଛି।

 

ଆମ୍ଫୋଟେରିସିନ ବି ଇଞ୍ଜେକ୍ସନ :

· ଗୋଟିଏ ମାସରେ ଉତ୍ପାଦନ ତିନି ଗୁଣା ବୃଦ୍ଧି କରାଯାଇଛି।

· 3.80 ଲକ୍ଷ ଶିଶି ଉତ୍ପାଦନ ଏବଂ

· 3 ଲକ୍ଷ ଶିଶି ଆମଦାନୀ କରାଯାଇଛି।

· ଦେଶରେ ମୋଟ 6.80 ଲକ୍ଷ ଶିଶି ଉପଲବ୍ଧ ରହିଛି।

 

*******

 

P.S.

 



(Release ID: 1719949) Visitor Counter : 230