ଗ୍ରାମ୍ୟ ଉନ୍ନୟନ ମନ୍ତ୍ରଣାଳୟ

ବୈଶ୍ୱିକ ମହାମାରୀ ସତ୍ତ୍ୱେ ଭାରତର ଗ୍ରାମାଞ୍ଚଳ ବିକାଶ କାର୍ଯ୍ୟକ୍ରମରେ ମାଇଲଷ୍ଟୋନ୍‍ ହାସଲ

● ୨୦୨୧ ଆର୍ଥିକ ବର୍ଷରେ, ୧.୮୫ କୋଟି ଲୋକଙ୍କୁ ମନରେଗା ଯୋଜନାରେ କର୍ମ ଯୋଗାଣ; ୨୦୧୯ ଆର୍ଥିକ ବର୍ଷ ତୁଳନାରେ ଏହା ୫୨% ଅଧିକ
● ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ୨୦୨୧ ଆର୍ଥିକ ବର୍ଷରେ ପ୍ରାୟ ୫୬ କୋଟି ଟଙ୍କା ପ୍ରଦାନ; ୨୦୨୦ର ଏହି ଅବଧି ମଧ୍ୟରେ ପ୍ରଦାନ କରାଯାଇଥିବା ରାଶିର ପ୍ରାୟ ଦୁଇଗୁଣ
● ଗତ ତିନିବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା ଅଧୀନରେ ସର୍ବାଧିକ ଦୈର୍ଘ୍ୟର ସଡ଼କ ନିର୍ମାଣ କରାଯାଇଛି
● ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଅଧୀନରେ ସର୍ବାଧିକ ପରିମାଣର ଅର୍ଥ ବ୍ୟୟ କରାଯାଇଛି ଯାହା କେବଳ ୨୦୨୧ରେ ୫୮୫୪ କୋଟି; ୨୦୨୦ ଆର୍ଥିକ ବର୍ଷ ତୁଳନାରେ ଏହା ଦୁଇଗୁଣ

Posted On: 17 MAY 2021 4:02PM by PIB Bhubaneshwar

ଭାରତର ଗ୍ରାମାଞ୍ଚଳ ଏବେ କରୋନା ବୈଶ୍ୱିକ ମହାମାରୀର ଦ୍ୱୀତୀୟ ଲହର ଦ୍ୱାରା ବ୍ୟାପକ ମାତ୍ରାରେ ପ୍ରଭାବିତ ହୋଇଥିବା ସତ୍ତ୍ୱେ, ଗ୍ରାମାଞ୍ଚଳ ବିକାଶ ମନ୍ତ୍ରଣାଳୟ ଦେଶର ଗ୍ରାମାଞ୍ଚଳରେ ବିକାଶ କାର୍ଯ୍ୟକ୍ରମ ଯେଭଳି ବ୍ୟାହତ ନହୁଏ ତାହା ସୁନିଶ୍ଚିତ କରିପାରିଛି । ଏହି ଅବଧି ମଧ୍ୟରେ ଦେଶର ଗ୍ରାମାଞ୍ଚଳରେ ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଉନ୍ନୟନମୂଳକ  ଯୋଜନାର ପ୍ରଗତି ବେଶ୍‍ ତ୍ୱରିତ ବେଗରେ ସଂପାଦିତ ହୋଇଥିବା ପରିଲକ୍ଷିତ ହୋଇଛି । ବିକାଶ କାର୍ଯ୍ୟକ୍ରମ ବ୍ୟତୀତ, ମନ୍ତ୍ରଣାଳୟ ପକ୍ଷରୁ ନୋଡ଼ାଲ ବ୍ୟକ୍ତିବିଶେଷଙ୍କୁ ପ୍ରତ୍ୟେକ ରାଜ୍ୟ, ଜିଲ୍ଲା ଏବଂ ବ୍ଲକ୍‍ ସ୍ତରରେ ତାଲିମ ପ୍ରଦାନ କରାଯାଇଛି ଯଦ୍ୱାରା ସେମାନେ ଗ୍ରାମାଞ୍ଚଳରେ କୋଭିଡ଼ ମହାମାରୀକୁ ସଫଳତାର ସହିତ ମୁକାବିଲା କରିପାରିବେ ।

କରୋନା ମହାମାରୀ ସତ୍ତ୍ୱେ, ୨୦୨୧ ମସିହା ମେ ମାସ ସୁଦ୍ଧା ଦେଶର ଗ୍ରାମାଞ୍ଚଳରେ ୧.୮୫ କୋଟି ଲୋକଙ୍କୁ ମହାତ୍ମା ଗାନ୍ଦୀ ଜାତୀୟ ଗ୍ରାମୀଣ କର୍ମନିଯୁକ୍ତି ଗ୍ୟାରେଣ୍ଟି ଆଇନ (ମନରେଗା) ଅଧୀନରେ କାମ ଯୋଗାଇ ଦିଆଯାଇଛି । ଏହି କାର୍ଯ୍ୟର ମାତ୍ରା ୨୦୧୯ ମସିହା ମେ ମାସ ସୁଦ୍ଧା ଯୋଗାଇ ଦିଆଯାଇଥିବା କାର୍ଯ୍ୟ ତୁଳନାରେ ୫୨% ଅଧିକ । ୨୦୧୯ ମସିହାରେ ଏହି ଅବଧିରେ ୧.୨୨ କୋଟି ଲୋକଙ୍କୁ ଦୈନିକ କର୍ମସଂସ୍ଥାନ ଯୋଗାଯାଇଥିଲା । ୨୦୨୧-୨୨ ଆର୍ଥିକ ବର୍ଷରେ ୨୦୨୧ ମସିହା ମେ ୧୩ ତାରିଖ ସୁଦ୍ଧା ୨.୯୫ କୋଟି ଲୋକଙ୍କୁ କର୍ମସଂସ୍ଥାନ ଯୋଗାଯାଇଛି ଯାହାକି ୫.୯୮ ଲକ୍ଷ ସମ୍ପଦ ସୃଷ୍ଟି କରିଛି ଏବଂ ୩୪.୫୬ ମାନବ ଦିବସ ସୃଷ୍ଟି କରିଛି । ଏହି ସଫଳତା  ଛାମୁଆ ସ୍ତର ସହିତ ସକଳ ସ୍ତରରେ କାର୍ଯ୍ୟରତ କର୍ମଚାରୀ କରୋନା ମହାମାରୀରେ ଆକ୍ରାନ୍ତ ହେବା କିମ୍ବା ସେଥିରେ ସେମାନଙ୍କର ମୃତ୍ୟୁ ଘଟିବା ସତ୍ତ୍ୱେ ହାସଲ କରାଯାଇପାରିଛି ।

କୋଭିଡ଼ ୧୯ ବିରୋଧରେ ଗ୍ରାମାଞ୍ଚଳରେ ସଂଗ୍ରାମ ନିମନ୍ତେ, ତାଲିମଦାତାମାନଙ୍କୁ କୋଭିଡ଼ ସଂକ୍ରମଣ ଓ ଲକ୍ଷଣ ମୁକାବିଲା, ଟିକାକରଣ ଏବଂ ଟିକା ନେବାକୁ ଲୋକମାନଙ୍କୁ ପ୍ରବର୍ତ୍ତାଇବା ଓ ସେମାନଙ୍କୁ ଉତ୍ତମ ସ୍ୱାସ୍ଥ୍ୟରକ୍ଷା ଆଚରଣ ଅବଲମ୍ବନ ଓ ରୋଗ ପ୍ରତିରୋଧ ଶକ୍ତି ବୃଦ୍ଧି ଭଳି ଆଚରଣ ଆପଣାଇବାକୁ ପ୍ରୋତ୍ସାହିତ କରିବା ନିମନ୍ତେ ତାଲିମ ପ୍ରଦାନ କରାଯାଇଛି । ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା – ଜାତୀୟ ଗ୍ରାମୀଣ ଜୀବନଜୀବିକା ମିଲନ (ଡେ- ଏନଆରଏଲଏମ) ଅଧୀନରେ ୨୦୨୧ ମସିହା ଏପ୍ରିଲ ୮ରୁ ୧୨ ତାରିଖ ପର୍ଯ୍ୟନ୍ତ ଏହି ତାଲିମ ପ୍ରଦାନ କରାଯାଇଛି । ଏହି ପ୍ରାୟାସ ଅଧୀନରେ, ୧୩,୯୫୮ଟି ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରୀୟ ନୋଡାଲ ବ୍ୟକ୍ତିଙ୍କୁ ମାଷ୍ଟର ଟ୍ରେନର ଭାବେ ୩୪ଟି ଏସଆରଏଲଏମଙ୍କୁ ତାଲିମ ଦିଆଯାଇଥିବାବେଳେ  ୧,୧୪,୫୦୦ ଗୋଷ୍ଠୀ ସମ୍ପଦ ବ୍ୟକ୍ତି (ସିଆରପି) ଭାବେ ମାଷ୍ଟର ଟ୍ରେନରମାନଙ୍କ ଠାରୁ ତାଲିମ ପ୍ରଦାନ କରିଛନ୍ତି । ସେହିଭଳି ସିଆରପିମାନଙ୍କ ଦ୍ୱାରା ଦେଶର ଗ୍ରାମାଞ୍ଚଳର ୨.୫ କୋଟି ମହିଳା ଏସଏଚଜି ସଦସ୍ୟଙ୍କୁ ତାଲିମ ପ୍ରଦାନ କରାଯାଇଛି । ରାଜ୍ୟ ଓ ଜିଲ୍ଲା ସ୍ତରୀୟ ନୋଡ଼ାଲ ବ୍ୟକ୍ତିମାନଙ୍କୁ ତାଲିମ ଦିଆଯାଇ ସେମାନଙ୍କର ଦକ୍ଷତା ବୃଦ୍ଧି କରାଯାଇଛି ଏବଂ ‘ଡେ- ଏନଆରଏଲଏମ’ ଅଧୀନରେ କୋଭିଡ଼ ପରିଚାଳନା ନିମନ୍ତେ ସାମାଜିକ ବିକାଶ ବ୍ୟବସ୍ଥାକୁ ସୁଦୃଢ଼ କରାଯାଇଛି ।

ଲୋକମାନଙ୍କ ଦୁଃଖଦୁର୍ଦ୍ଦଶାର ବିମୋଚନ କରିବା ଏବଂ ସେମାନଙ୍କ ପାଇଁ କର୍ମନିଯୁକ୍ତିର ସୁଯୋଗ ସୃଷ୍ଟି କରିବା ନିମନ୍ତେ ପ୍ରାୟ ୫୬ କୋଟି ଟଙ୍କାର ‘ରିଲିଫ ପାଣ୍ଠି ଏବଂ ଗୋଷ୍ଠୀ ନିବେଶ ପାଣ୍ଠି’ ୨୦୨୧ ଆର୍ଥିକ ବର୍ଷରେ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କ ନିମନ୍ତେ ମଞ୍ଜୁର କରାଯାଇଛି । ୨୦୨୦ ଆର୍ଥିକ ବର୍ଷର ଏହି ଅବଧିରେ ଏହାର ଆନୁମାନିକ ପରିମାଣ ୩୨ କୋଟି ଟଙ୍କା ଥିଲା । କୃଷି ଏବଂ ଅଣ କୃଷି ଭିତ୍ତିକ ଜୀବନ ଜୀବିକା ସହିତ ସଂପୃକ୍ତ କର୍ମଚାରୀ ଏବଂ ଗୋଷ୍ଠୀ କ୍ୟାଡରମାନଙ୍କୁ ଅନଲାଇନ ତାଲିମ ପ୍ରଦାନ ଜାରି ରହିଛି ଏବଂ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ସେମାନଙ୍କ ଘରବାରିରେ କୃଷି-ପୁଷ୍ଟି ଉଦ୍ୟାନ ନିମନ୍ତେ ମଧ୍ୟ ସକଳ ପ୍ରକାର ପ୍ରୋତ୍ସାହନ ଯୋଗାଇ ଦିଆଯାଉଛି ।

ଦେଶର ପ୍ରାୟ ୨୦ଟି ରାଜ୍ୟ ଓ କେନ୍ଦ୍ରଶାସିତ କ୍ଷେତ୍ରରେ ଲକ୍‍ ଡାଉନ୍‍ ଏବଂ ତଦ୍‍ଜନିତ ଅସୁବିଧା ସତ୍ତ୍ୱେ ମାନବ, ଯନ୍ତ୍ରପାତି ଏବଂ ଉପକରଣ ଯୋଗାଣ ଓ ଉବଲବ୍ଧତା ଅବ୍ୟାହତ ରହିଛି । ଚଳିତ ବର୍ଷ ସର୍ବାଧିକ ଦୈର୍ଘ୍ୟର ସଡ଼କ ନିର୍ମାଣ କରାଯାଇଛି ଯାହାକି ଗତ ତିନିବର୍ଷ ସହିତ ତୁଳନା କଲେ ସର୍ବାଧିକ ବୋଲି ଜଣାପଡ଼ିଛି । ପୁନଃପୌନିକ ବାସ୍ତବ ପ୍ରଗତି ଏବଂ ପୁନଃପୌନିକ ବ୍ୟୟ ଯାହାକି ପ୍ରଧାନମନ୍ତ୍ରୀ ଗ୍ରାମ ସଡ଼କ ଯୋଜନା (ପିଏମଜିଏସୱାଇ) ଅଧୀନରେ କାର୍ଯ୍ୟକାରୀ କରାଯାଉଛି ତାହା ୨୦୨୧ ମସିହା ଏପ୍ରିଲ ୧ ଠାରୁ ମେ ୧୨ ତାରିଖ ପର୍ଯ୍ୟନ୍ତ ଯଥାକ୍ରମେ ୧୭୯୫ କିଲୋମିଟର ଏବଂ ୧୬୯୩.୮ କିଲୋମିଟର ଥିଲା ଏବଂ ଗତବର୍ଷର ଏହି ଅବଧି ତୁଳନାରେ ଯଥେଷ୍ଟ ଅଧିକ ।

ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଯୋଜନା ଅନ୍ୟ ଯେକୌଣସି ଗ୍ରାମାଞ୍ଚଳ ବିକାଶ ଯୋଜନାମାନଙ୍କ ଭଳି କୋଭିଡ଼ ୧୯ ମହାମାରୀ ଯୋଗୁ ବ୍ୟାପକ ଭାବେ ପ୍ରଭାବିତ ହୋଇଥିଲା । କିନ୍ତୁ ମହାମାରୀ ସତ୍ତ୍ୱେ ମନ୍ତ୍ରଣାଳୟ ପକ୍ଷରୁ କର୍ମଶକ୍ତିର ପ୍ରବାହ ଜାରି ରଖାଯିବା ଯେଗୁ ଚଳିତ ଆର୍ଥିକ ବର୍ଷରେ ୫୮୫୪ କୋଟି ଟଙ୍କାର ବ୍ୟୟ ସମ୍ଭବପର ହୋଇପାରିଛି ଯାହାକି ୨୦୨୦-୨୧ ଆର୍ଥିକ ବର୍ଷର ଏହି ଅବଧି ମଧ୍ୟରେ ୨୫୧୨ କୋଟି ଟଙ୍କା ଥିଲା ଏବଂ ୨୦୧୯-୨୦ ଆର୍ଥିକ ବର୍ଷରେ ଏହା ଥିଲା ୧୪୧୧ କୋଟି ଟଙ୍କା । ବିଗତ ଦୁଇବର୍ଷର ବ୍ୟୟ ସହ ୨୦୨୧-୨୨ ଆର୍ଥିକ ବର୍ଷର ବ୍ୟୟକୁ ତୁଳନା କଲେ ଏହା ଯଥାକ୍ରମେ ୪୩% ଏବଂ ୨୪% ଅଧିକ ବୋଲି ଜଣାପଡ଼ିଛି ।

 

*****

SS



(Release ID: 1719421) Visitor Counter : 233