ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

୨୬ ଦିନ ପରେ ଦୈନିକ ନୂଆ କୋଭିଡ ମାମଲା ୩ ଲକ୍ଷରୁ କମ ରହିଛି

ଗତ ୨୪ ଘଣ୍ଟାରେ ୧୫.୭୩ ଲକ୍ଷରୁ ଅଧିକ ପରୀକ୍ଷଣ ହୋଇଥିବା ବେଳେ ସାପ୍ତାହିକ ପଜିଟିଭ ହାର ୧୮.୧୭କୁ ହ୍ରାସ ପାଇଛି

Posted On: 17 MAY 2021 12:08PM by PIB Bhubaneshwar

ଏକ ଉତ୍ସାହପ୍ରଦ ଘଟଣାକ୍ରମରେ ଭାରତରେ ପଞ୍ଜିକୃତ ନୂଆ କୋଭିଡ ମାମଲା ୨୬ ଦିନ ପରେ ଏବେ ୩ ଲକ୍ଷରୁ କମ ରହିଛି ।

ଗତ ୨୪ ଘଣ୍ଟାରେ ୨,୮୧,୩୮୬ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ନିମ୍ନ ଗ୍ରାଫରେ ମଇ ୯,୨୦୨୧ ଠାରୁ ଦୈନିକ ସଂକ୍ରମଣରେ ପରିଲକ୍ଷିତ ହାରାହାରି ହ୍ରାସ ପ୍ରଦର୍ଶିତ ହୋଇଛି ।

https://static.pib.gov.in/WriteReadData/userfiles/image/image001SCQA.jpg

 

ସାପ୍ତାହିକ ପଜିଟିଭ ହାରରେ ହ୍ରାସ ପରିଲକ୍ଷିତ ହୋଇ ଆଜି ୧୮.୧୭ ପ୍ରତିଶତ ରହିଥିବା ପ୍ରଦର୍ଶିତ ହୋଇଛି । ଗତ ୨୪ ଘଣ୍ଟାରେ  ୧୫,୭୩,୫୧୫ ଦୈନିକ ପରୀକ୍ଷଣ ଓ ସମୁଦାୟ ୩୧,୬୪,୨୩,୬୫୮ ପରୀକ୍ଷଣ ହୋଇଛି ।  

https://static.pib.gov.in/WriteReadData/userfiles/image/image0026YGN.jpg

ଅଧିକ ପଜିଟିଭ ହାରଥିବା ରାଜ୍ୟଓ୍ୱାରି ଜିଲ୍ଲା ନିମ୍ନରେ ପ୍ରଦର୍ଶିତ ହୋଇଛି । ଏଥିରେ ୨୦ ପ୍ରତିଶତରୁ ଅଧିକ ପଜିଟିଭ ହାରଥିବା କର୍ଣ୍ଣାଟକର ସର୍ବାଧିକ (୨୭) ଜିଲ୍ଲା ଓ ୧୦ ପ୍ରତିଶତରୁ ଅଧିକ ପଜିଟିଭ ହାର ଥିବା ମଧ୍ୟପ୍ରଦେଶର ସର୍ବାଧିକ (୩୮) ଜିଲ୍ଲା ପ୍ରଦର୍ଶିତ ହୋଇଛି ।      

https://static.pib.gov.in/WriteReadData/userfiles/image/image003WIRL.jpg

ଭାରତର ସମୁଦାୟ ସୁସ୍ଥ ସଂଖ୍ୟା ଆଜି ୨,୧୧,୭୪,୦୭୬ରେ ପହଞ୍ଚିଛି । ଜାତୀୟ ଆରୋଗ୍ୟ ହାର ୮୪.୮୧ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୩,୭୮,୭୪୧ ସୁସ୍ଥ ହୋଇଥିବା ପଞ୍ଜିକୃତ ହୋଇଛି ।

ଏହାସହିତ, ୨୪ ଘଣ୍ଟାରେ ସୁସ୍ଥ ସଂଖ୍ୟା ଗତ ସାତ ଦିନରେ ଷଷ୍ଠ ଥର ପାଇଁ ଓ ଲଗାତର ଚାରି ଦିନ ଧରି ନୂଆ କୋଭିଡ ମାମଲା ଠାରୁ ଅଧିକ ରହିଛି ।

https://static.pib.gov.in/WriteReadData/userfiles/image/image0048HFE.jpg

ଦଶଟି ରାଜ୍ୟରେ ୭୧.୩୫ ପ୍ରତିଶତ ନୂଆ ରୋଗୀ ସୁସ୍ଥ ହୋଇଛନ୍ତି ।

https://static.pib.gov.in/WriteReadData/userfiles/image/image005TPG9.jpg

ଅନ୍ୟ ପକ୍ଷରେ ଭାରତର ସମୁଦାୟ ସକ୍ରିୟ ମାମଲା ସଂଖ୍ୟା ଆଜି ୩୫,୧୬,୯୯୭କୁ ହ୍ରାସ ପାଇଛି । ଏହା ଦେଶର ସମୁଦାୟ ପଜିଟିଭ ମାମଲାର ୧୪.୦୯ ପ୍ରତିଶତ

ଗତ ୨୪ ଘଣ୍ଟାରେ ସକ୍ରିୟ ମାମଲା ସଂଖ୍ୟାରେ ୧,୦୧,୪୬୧ ହ୍ରାସ ପଞ୍ଜିକୃତ ହୋଇଛି ।

ଭାରତର ସକ୍ରିୟ ସମୁଦାୟ ମାମଲାର ୭୫.୦୪ ପ୍ରତିଶତ ୧୦ଟି ରାଜ୍ୟରେ ପଞ୍ଜିକୃତ ହୋଇଛି ।

https://static.pib.gov.in/WriteReadData/userfiles/image/image0066EJ5.jpg

ଦେଶବ୍ୟାପି ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଅନ୍ତର୍ଗତ ଦେଶରେ ଆଜି ସୁଦ୍ଧା ପ୍ରାୟ ୧୮.୩୦କୋଟି କୋଭିଡ- ୧୯ ଟିକା ଡୋଜ ପ୍ରଦାନ କରାଯାଇଛି ।

ଆଜି ସକାଳ ୭ଟା ସୁଦ୍ଧା ମିଳିଥିବା ଅସ୍ଥାୟୀ ରିପୋର୍ଟ ଅନୁଯାୟୀ ୨୬,୬୮,୮୯୫ ସେସନରେ ସମୁଦାୟ ୧୮,୨୯,୨୬,୪୬୦ ଟିକା ଡୋଜ ପ୍ରଦାନ କରାଯାଇଛି । ଏଥିରେ ୯୬,୪୫,୬୯୫ ଏଚସିଡବ୍ଲୁ ପ୍ରଥମ ଡୋଜ ଓ ୬୬,୪୩,୬୬୧ ଏଚସିଡବ୍ଲୁ ଦ୍ୱିତୀୟ ଡୋଜ, ୧,୪୪,୪୪, ୦୯୬ ଏଫଏଲଡବ୍ଲୁ (ପ୍ରଥମ ଡୋଜ), ୮୧,୯୬,୦୫୩ ଏଫଏଲଡବ୍ଲୁ (ଦ୍ୱିତୀୟ ଡୋଜ), ୧୮-୪୪ ବୟସ ବର୍ଗର ୫୨,୬୪,୦୭୩ ହିତାଧିକାରୀ (ପ୍ରଥମ ଡୋଜ), ୫,୭୨,୭୮,୫୫୪ (ପ୍ରଥମ ଡୋଜ) ଓ ୪୫ରୁ ୬୦ ବୟସ ବର୍ଗର ୯୧,୦୭, ୩୧୧ ଦ୍ୱିତୀୟ ଡୋଜ ହିତାଧିକାରୀ ସାମିଲ ଅଛନ୍ତି । ୬୦ରୁ ଅଧିକ ବର୍ଷ ବୟସର ୫,୪୫,୧୫,୩୫୨ ପ୍ରଥମ ଡୋଜ ହିତାଧିକାରୀ ଓ ୧,୭୮,୦୧,୮୯୧ ଦ୍ୱିତୀୟ ଡୋଜ ହିତାଧିକାରୀ ରହିଛନ୍ତି । 

HCWs

1st Dose

96,45,695

2nd Dose

66,43,661

FLWs

1st Dose

1,44,44,096

2nd Dose

81,96,053

Age Group 18-44 years

1st Dose

52,64,073

Age Group 45 to 60 years

1st Dose

5,72,78,554

2nd Dose

91,07,311

Over 60 years

1st Dose

5,45,15,352

2nd Dose

1,78,31,665

 

Total

18,29,26,460

ସମୁଦାୟ ଟିକା ଡୋଜର ୬୬.୭୩ ପ୍ରତିଶତ ୧୦ଟି ରାଜ୍ୟରେ ପ୍ରଦାନ କରାଯାଇଛି ।

https://static.pib.gov.in/WriteReadData/userfiles/image/image0074FL7.jpg

ଗତ ୨୪ ଘଣ୍ଟାରେ ୧୮- ୪୪ ବୟସ ବର୍ଗର ୪,୩୫,୧୩୮ ହିତାଧିକାରୀ ପ୍ରଥମ ଡୋଜ କୋଭିଡ ଟିକା ନେଇଛନ୍ତି  ଓ ଟିକାକରଣ ଅଭିଯାନର ତୃତୀୟ ପର୍ଯ୍ୟାୟ ଆରମ୍ଭ ହେବା ପରଠାରୁ ୩୨ ରାଜ୍ୟ/ କେନ୍ଦ୍ରଶାସିତ ଅଞ୍ଚଳରେ ସମୁଦାୟ ୫୨,୬୪,୦୭୩ ଟିକା ଦିଆଯାଇଛି । ନିମ୍ନ ଟେବଲରେ ଏପର୍ଯ୍ୟନ୍ତ ୧୮- ୪୪ ବୟସ ବର୍ଗଙ୍କୁ ପ୍ରଦାନ କରାଯାଇଥିବା ସମୁଦାୟ ଟିକା ଡୋଜ ପ୍ରଦର୍ଶିତ ହୋଇଛି ।

S. No.

States

Total

1

A & N Islands

1,181

2

Andhra Pradesh

3,443

3

Assam

2,29,233

4

Bihar

7,36,144

5

Chandigarh

2,078

6

Chhattisgarh

1,028

7

Dadra & Nagar Haveli

4,291

8

Daman & Diu

4,703

9

Delhi

6,39,929

10

Goa

7,929

11

Gujarat

5,12,290

12

Haryana

4,55,205

13

Himachal Pradesh

14

14

Jammu & Kashmir

31,204

15

Jharkhand

1,09,245

16

Karnataka

1,14,539

17

Kerala

2,398

18

Ladakh

570

19

Madhya Pradesh

1,81,735

20

Maharashtra

6,52,119

21

Meghalaya

5,712

22

Nagaland

4

23

Odisha

1,40,558

24

Puducherry

3

25

Punjab

6,959

26

Rajasthan

8,16,241

27

Sikkim

350

28

Tamil Nadu

32,645

29

Telangana

500

30

Tripura

2

31

Uttar Pradesh

4,15,179

32

Uttarakhand

1,22,916

33

West Bengal

33,726

Total

52,64,073

ଗତ ୨୪ ଘଣ୍ଟାରେ ପ୍ରାୟ ୭ ଲକ୍ଷ ଟିକା ଡୋଜ ପ୍ରଦାନ କରାଯାଇଛି । ଟିକାକରଣ ଅଭିଯାନର ୧୨୧ ଦିନ ସୁଦ୍ଧା (ମଇ ୧୬, ୨୦୨୧) ୬,୯୧,୨୧୧ ଟିକା ଡୋଜ ପ୍ରଦାନ କରାଯାଇଛି । ୬,୦୬୮ ସେସନରେ ୬,୧୪,୨୮୬ ହିତାଧିକାରୀ ପ୍ରଥମ ଡୋଜ ଓ ୭୬,୯୨୫ ହିତାଧିକାରୀ ଦ୍ୱିତୀୟ ଡୋଜ ଟିକା ନେଇଛନ୍ତି ।

Date: 16thMay, 2021 (Day-121)

HCWs

1stDose

3,270

2ndDose

2,395

FLWs

1stDose

18,168

2nd Dose

9,077

18-44 years

1st Dose

4,35,138

45 to 60 years

1stDose

1,13,616

2nd Dose

37,979

Over 60 years

1stDose

44,094

2nd Dose

27,474

Total Achievement

1stDose

6,14,286

2ndDose

76,925

ଗତ ୨୪ ଘଣ୍ଟାରେ ଦଶଟି ରାଜ୍ୟରେ ୭୫.୯୫ ପ୍ରତିଶତ ନୂଆ ମାମଲା ପଞ୍ଜିକୃତ ହୋଇଛି ।

ମହାରାଷ୍ଟ୍ରରେ ସର୍ବାଧିକ ୩୪,୩୮୯ ନୂଆ ମାମଲା ପଞ୍ଜିକୃତ ହୋଇଥିବା ବେଳେ ତାମିଲନାଡୁରେ ୩୩,୧୮୧ ନୂଆ ମାମଲା ପଞ୍ଜିକୃତ ହୋଇଛି ।

https://static.pib.gov.in/WriteReadData/userfiles/image/image008838S.jpg

ଜାତୀୟ ମୃତ୍ୟୁ ହାର ୧.୧୦ ପ୍ରତିଶତ ରହିଛି ।

ଗତ ୨୪ ଘଣ୍ଟାରେ ୪,୧୦୬ ମୃତ୍ୟୁ ପଞ୍ଜିକୃତ ହୋଇଛି ।

୧୦ଟି ରାଜ୍ୟରେ ୭୫.୩୮ ପ୍ରତିଶତ ନୂଆ ମୃତ୍ୟୁ ହୋଇଛି । ମହାରାଷ୍ଟ୍ରରେ ସର୍ବାଧିକ ୯୭୪ ମୃତ୍ୟୁ ହୋଇଥିବା ବେଳେ କର୍ଣ୍ଣାଟକରେ ଦୈନିକ ୪୦୩ ମୃତ୍ୟୁ ହୋଇଛି ।

https://static.pib.gov.in/WriteReadData/userfiles/image/image0094F9X.jpg

ଏହାସହିତ ମିଳୁଥିବା ଅନ୍ତର୍ଜାତିକ ରିଲିଫ ସହାୟତା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ କୋଭିଡ ମୁକାବିଲା ପାଇଁ ତୁରନ୍ତ ଆବଣ୍ଟିତ କରାଯାଉଛି । ଏପର୍ଯ୍ୟନ୍ତ ୧୧,୦୫୮ ଅକ୍ସିଜେନ କନସେଣ୍ଟଟ୍ରେଟର, ୧୩,୪୯୬ ଅକ୍ସିଜେନ ସିଲିଣ୍ଡର, ୧୯ ଅକ୍ସିଜେନ ଜେନେରେସନ ପ୍ଳାଣ୍ଟ, ୭,୩୬୫ ଭେଣ୍ଟିଲେଟର/ ବିଆଇ ପିଏପି, ପ୍ରାୟ ୫.୩ ଲକ୍ଷ ଭାଏଲ ରେମଡେସିଭିର ଇଞ୍ଜେକ୍ସନ ସଡକ ଓ ଆକାଶ ମାର୍ଗରେ ବିତରଣ କରାଯାଇଛି/ପଠାଯାଇଛି ।

 

SR



(Release ID: 1719412) Visitor Counter : 216