ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ମେ 14ରେ ପିଏମ-କିଷାନ ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ପ୍ରଦାନ କରିବେ ପ୍ରଧାନମନ୍ତ୍ରୀ

Posted On: 13 MAY 2021 1:15PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମେ’ 14 ତାରିଖ ଦିନ 11ଟା ସମୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନ ମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ଆର୍ଥିକ ଲାଭର ଅଷ୍ଟମ କିସ୍ତି ପ୍ରଦାନ କରିବେ । ଏହାଦ୍ଵାରା 9.5 କୋଟିରୁ ଅଧିକ ହିତାଧିକାରୀ କୃଷକ ପରିବାରକୁ 19 ହଜାର କୋଟିରୁ ଅଧିକ ଟଙ୍କା ହସ୍ତାନ୍ତର କରାଯିବ । ଏହି କାର୍ଯ୍ୟକ୍ରମରେ ହିତାଧିକାରୀ କୃଷକମାନଙ୍କ ସହିତ ପ୍ରଧାନମନ୍ତ୍ରୀ ମତ ବିନିମୟ ମଧ୍ୟ କରିବେ । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିବେ ।

ପିଏମ-କିଷାନ ବିଷୟରେ

ପିଏମ-କିଷାନ ଯୋଜନା ଅଧୀନରେ ବାର୍ଷିକ 6 ହଜାର ଟଙ୍କାର ଆର୍ଥିକ ସହାୟତା ପ୍ରତ୍ୟେକ ଯୋଗ୍ୟ ହିତାଧିକାରୀ କୃଷକ ପରିବାରକୁ ତିନୋଟି ସମାନ କିସ୍ତି ଅର୍ଥାତ ପ୍ରତି 4 ମାସରେ 2 ହଜାର ଟଙ୍କା ଲେଖାଏଁ ପ୍ରଦାନ କରାଯାଇଥାଏ ଏହି ଅର୍ଥ ହିତାଧିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସିଧାସଳଖ ସ୍ଥାନାନ୍ତରିତ କରାଯାଏ ଏହି ଯୋଜନା ମାଧ୍ୟମରେ ଆଜିସୁଦ୍ଧା 1.15 ଲକ୍ଷ କୋଟି ଟଙ୍କାରୁ ଅଧିକ ରାଶି ହସ୍ତାନ୍ତର କରାଯାଇଛି

 

**********

TRP/

 



(Release ID: 1718355) Visitor Counter : 232