ରସାୟନ ଓ ସାର ମନ୍ତ୍ରଣାଳୟ

ମ୍ୟୁକୋମାୟୋସିସ ମୁକାବିଲା ପାଇଁ ଆମ୍ଫୋଟେରିସିନ-ବି ଉତ୍ପାଦନ ବଢାଇବା ନିମନ୍ତେ ସରକାରଙ୍କ ପଦକ୍ଷେପ

Posted On: 12 MAY 2021 12:10PM by PIB Bhubaneshwar

କୋଭିଡ ପରବର୍ତ୍ତୀ ଜଟିଳତା ମ୍ୟୁକୋମାୟୋସିସ ପୀଡିତଙ୍କୁ ଡାକ୍ତରମାନେ ଆମ୍ଫୋଟେରିସିନ-ବି ଔଷଧ ଖାଇବାକୁ ପରାମର୍ଶ ଦେଉଥିବାରୁ କିଛି ରାଜ୍ୟରେ ଏହାର ଆବଶ୍ୟକତା ସୃଷ୍ଟି ହୋଇଛି । ତେଣୁ ଏହି ଔଷଧର ଉତ୍ପାଦନ ବଢାଇବା ପାଇଁ ଭାରତ ସରକାର ଉତ୍ପାଦକମାନଙ୍କ ସହ ଆଲୋଚନା ଜାରି ରଖିଛନ୍ତି । ଅଧିକ ଆମଦାନୀ ହେବା ସହ ଦେଶରେ ଏହି ଔଷଧର ଉତ୍ପାଦନ ବଢିଲେ ଯୋଗାଣ ସ୍ଥିତି ସୁଧୁରିବ ।

ଉତ୍ପାଦକ/ଆମଦାନୀକାରୀଙ୍କ ସହ ଷ୍ଟକ ସ୍ଥିତିର ସମୀକ୍ଷା କରି ମଇ ୧୧, ୨୦୨୧ରେ ସମ୍ଭାବ୍ୟ ଆବଶ୍ୟକତା ଆଧାରରେ ଆମ୍ଫୋଟେରିସିନ-ବି ଔଷଧ ବିଭାଗ ଦ୍ୱାରା ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ଆବଣ୍ଟିତ କରାଯାଉଛି । ଯାହା ମଇ ୧୦ରୁ ମଇ ୩୧, ୨୦୨୧ ମଧ୍ୟରେ ଉପଲବ୍ଧ ହେବ । ସରକାରୀ, ବେସରକାରୀ ଡାକ୍ତରଖାନା ଓ ସ୍ୱାସ୍ଥ୍ୟ ସେବା ସଂସ୍ଥାନଗୁଡିକ ମଧ୍ୟରେ ଏହି ଔଷଧର ସୁଷମ ବଣ୍ଟନ ବ୍ୟବସ୍ଥା କରିବାକୁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ଆବଣ୍ଟିତ ଔଷଧ ସଂଗ୍ରହ ପାଇଁ ସରକାରୀ ଓ ବେସରକାରୀ ଡାକ୍ତରଖାନାଗୁଡିକୁ ଯୋଗାଯୋଗ ବିନ୍ଦୁ ସମ୍ପର୍କରେ ଜଣାଇବାକୁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ସେହିପରି ଯୋଗାଇ ଦିଆଯାଇଥିବା ଓ ଆବଣ୍ଟିତ ହୋଇଥିବା ଷ୍ଟକର ସୁଚିନ୍ତିତ ବ୍ୟବହାର ପାଇଁ ରାଜ୍ୟଗୁଡିକୁ ଅନୁରୋଧ କରାଯାଇଛି । ଜାତୀୟ ଔଷଧ ମୂଲ୍ୟ ନିର୍ଦ୍ଧାରଣ ପ୍ରାଧିକରଣ (ଏନପିପିଏ) ଯୋଗାଣ ବ୍ୟବସ୍ଥାର ନୀରିକ୍ଷଣ କରିବେ ।

ଦେଶ ମହାମାରୀର ତୀବ୍ର ଲହରର ସାମ୍ନା କରୁଛି ଓ ଦେଶର ବିଭିନ୍ନ ଅଞ୍ଚଳ ପ୍ରଭାବିତ ହୋଇଛି । ଅତ୍ୟାବଶ୍ୟକ କୋଭିଡ ଔଷଧର ଯୋଗାଣ ବଢାଇବା ତଥା ରାଜ୍ୟ ସରକାର ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡିକୁ ସୁଷମ ଓ ପାରଦର୍ଶୀ ବଣ୍ଟନ ପାଇଁ ଭାରତ ସରକାର ନିରନ୍ତର ଉଦ୍ୟମ ଜାରି ରଖିଛନ୍ତି ।

 

SR



(Release ID: 1717967) Visitor Counter : 237