ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁଟାନ ପ୍ରଧାନମନ୍ତ୍ରୀ ଡଃ ଲୋତେ ଶେରିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

प्रविष्टि तिथि: 11 MAY 2021 12:53PM by PIB Bhubaneshwar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନ ପ୍ରଧାନମନ୍ତ୍ରୀ ଲିଓନଚେନ ଡଃ ଲୋତେ ଶେରିଙ୍ଗଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି

କୋଭିଡ-19 ମହାମାରୀ ବିରୁଦ୍ଧରେ ମୁକାବିଲା ପାଇଁ ଭୁଟାନ ପ୍ରଧାନମନ୍ତ୍ରୀ ଭାରତ ସରକାର ଏବଂ ଦେଶବାସୀଙ୍କ ସହ ଐକ୍ୟବଦ୍ଧ ହୋଇ ରହିଥିବା ପ୍ରକାଶ କରିଛନ୍ତି ଭୁଟାନବାସୀ ଓ ସରକାରଙ୍କ ଶୁଭେଚ୍ଛା ତଥା ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଅଶେଷ  ଧନ୍ୟବାଦ ଜଣାଇଛନ୍ତି

ମହାମହିମ ରାଜାଙ୍କ ନେତୃତ୍ଵ ଏବଂ ପରିଚାଳନାରେ ମହାମାରୀ ବିରୋଧରେ ଭୁଟାନର ସଂଗ୍ରାମକୁ ମଧ୍ୟ ସେ ପ୍ରଶଂସା କରିଥିଲେ ଏବଂ ଜାରି ରହିଥିବା ଉଦ୍ୟମ ପାଇଁ ଲିଓନଚେନଙ୍କୁ ଶୁଭେଚ୍ଛା ଜଣାଇଥିଲେ

ଉଭୟ ନେତା ଉଲ୍ଲେଖ କରିଥିଲେ ଯେ, ବର୍ତ୍ତମାନର ସଙ୍କଟ ଭାରତ ଏବଂ ଭୁଟାନ ମଧ୍ୟରେ ବିଶେଷ ବନ୍ଧୁତାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ସମ୍ମାନ, ସାଂସ୍କୃତିକ ଐତିହ୍ୟର ଆଦାନ ପ୍ରଦାନ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଛି

 

**********

TRP/

 


(रिलीज़ आईडी: 1717687) आगंतुक पटल : 295
इस विज्ञप्ति को इन भाषाओं में पढ़ें: English , Urdu , Marathi , हिन्दी , Manipuri , Assamese , Bengali , Punjabi , Gujarati , Tamil , Telugu , Kannada , Malayalam