ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

ଭୁଟାନ ପ୍ରଧାନମନ୍ତ୍ରୀ ଡଃ ଲୋତେ ଶେରିଙ୍ଗଙ୍କ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଟେଲିଫୋନ ବାର୍ତ୍ତାଳାପ

ପୋଷ୍ଟ କରାଯିବା ଦିନାଙ୍କ: 11 MAY 2021 12:53PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଆଜି ଭୁଟାନ ପ୍ରଧାନମନ୍ତ୍ରୀ ଲିଓନଚେନ ଡଃ ଲୋତେ ଶେରିଙ୍ଗଙ୍କ ସହ ଟେଲିଫୋନ ଯୋଗେ ବାର୍ତ୍ତାଳାପ କରିଛନ୍ତି ।

କୋଭିଡ-19 ମହାମାରୀ ବିରୁଦ୍ଧରେ ମୁକାବିଲା ପାଇଁ ଭୁଟାନ ପ୍ରଧାନମନ୍ତ୍ରୀ ଭାରତ ସରକାର ଏବଂ ଦେଶବାସୀଙ୍କ ସହ ଐକ୍ୟବଦ୍ଧ ହୋଇ ରହିଥିବା ପ୍ରକାଶ କରିଛନ୍ତି । ଭୁଟାନବାସୀ ଓ ସରକାରଙ୍କ ଶୁଭେଚ୍ଛା ତଥା ସମର୍ଥନ ପାଇଁ ପ୍ରଧାନମନ୍ତ୍ରୀ ଅଶେଷ  ଧନ୍ୟବାଦ ଜଣାଇଛନ୍ତି ।

ମହାମହିମ ରାଜାଙ୍କ ନେତୃତ୍ଵ ଏବଂ ପରିଚାଳନାରେ ମହାମାରୀ ବିରୋଧରେ ଭୁଟାନର ସଂଗ୍ରାମକୁ ମଧ୍ୟ ସେ ପ୍ରଶଂସା କରିଥିଲେ ଏବଂ ଜାରି ରହିଥିବା ଉଦ୍ୟମ ପାଇଁ ଲିଓନଚେନଙ୍କୁ ଶୁଭେଚ୍ଛା ଜଣାଇଥିଲେ ।

ଉଭୟ ନେତା ଉଲ୍ଲେଖ କରିଥିଲେ ଯେ, ବର୍ତ୍ତମାନର ସଙ୍କଟ ଭାରତ ଏବଂ ଭୁଟାନ ମଧ୍ୟରେ ବିଶେଷ ବନ୍ଧୁତାକୁ ଆହୁରି ସୁଦୃଢ଼ କରିବାରେ ସହାୟକ ହୋଇଛି ଏବଂ ଦୁଇ ଦେଶ ମଧ୍ୟରେ ପାରସ୍ପରିକ ବୁଝାମଣା ଓ ସମ୍ମାନ, ସାଂସ୍କୃତିକ ଐତିହ୍ୟର ଆଦାନ ପ୍ରଦାନ ଓ ଲୋକଙ୍କ ମଧ୍ୟରେ ସମନ୍ୱୟ ବୃଦ୍ଧି ପାଇଛି ।

 

**********

TRP/

 


(ରିଲିଜ ଆଡି: 1717687) ପରିଦର୍ଶକ କାଉଣ୍ଟର : 324