ଅର୍ଥ ମନ୍ତ୍ରଣାଳୟ

ଓଡ଼ିଶା ପାଇଁ ୩୩୩.୮ କୋଟି ଟଙ୍କାର ସହାୟତା ମଞ୍ଜୁର କଲା କେନ୍ଦ୍ର

କୋଭିଡ-୧୯ ମହାମାରୀ ସ୍ଥିତିରେ ୨୫ ରାଜ୍ୟର ପଞ୍ଚାୟତ ପାଇଁ ୮୯୨୩.୮ କୋଟି ଟଙ୍କା ମଞ୍ଜୁର

Posted On: 09 MAY 2021 10:35AM by PIB Bhubaneshwar

୨୫ଟି ରାଜ୍ୟର ସ୍ଥାନୀୟ ସ୍ୱାୟତ୍ତ ସଂସ୍ଥା ଗୁଡ଼ିକ ପାଇଁ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ଗତକାଲି ୮୯୨୩.୮ କୋଟି ଟଙ୍କା ମଂଜୁର କରିଛି । ତ୍ରିସ୍ତରୀୟ ପଞ୍ଚାୟତିରାଜ ସଂସ୍ଥା- ଗ୍ରାମ, ବ୍ଲକ ଏବଂ ଜିଲ୍ଲା ଗୁଡ଼ିକ ପାଇଁ ଏହି ସହାୟତା ଉଦ୍ଦିଷ୍ଟ ।

ଶନିବାର ମଞ୍ଜୁର ହୋଇଥିବା ଏହି ଅନୁଦାନ ୨୦୨୧-୨୨ ମସିହାର ପ୍ରଥମ କିସ୍ତି । ଏହି କ୍ରମରେ ଓଡ଼ିଶା ପାଇଁ ୩୩୩.୮ କୋଟି ଟଙ୍କା ମଂଜୁର ହୋଇଛି । କୋଭିଡ-୧୯ ମହାମାରୀ ମୁକାବିଲାରେ ଗ୍ରାମ୍ୟ ସ୍ୱାୟତ୍ତ ସଂସ୍ଥା ଗୁଡ଼ିକରେ ଏହି ଅର୍ଥ ଖର୍ଚ୍ଚ କରି ବିଭିନ୍ନ ପଦକ୍ଷେପ ନିଆଯିବ ।

ପଞ୍ଚଦଶ ଅର୍ଥ କମିଶନର ସୁପାରିଶ କ୍ରମେ ଏହି କେନ୍ଦ୍ରୀୟ ଅନୁଦାନର ପ୍ରଥମ କିସ୍ତି ୨୦୨୧ ଜୁନ ମାସରେ ମଞ୍ଜୁର ହେବା କଥା । ତେବେ କୋଭିଡ-୧୯ ମହାମାରୀ ସ୍ଥିତିରେ ପଞ୍ଚାୟତିରାଜ ମନ୍ତ୍ରାଳୟର ସୁପାରିଶ କ୍ରମେ ଅର୍ଥ ମନ୍ତ୍ରାଳୟ ଧାର୍ଯ୍ୟ ସମୟ ପୂର୍ବରୁ ଆଗୁଆ ଏହି ଅର୍ଥ ମଞ୍ଜୁର କରିଛି ।

 

State-wise details of 1st installment of Rural Local Bodies untied grants released for the year 2021-22

S. No.

Name of State

Amount (Rs. in crore)

1

Andhra Pradesh

387.8

2

Arunachal Pradesh

34

3

Assam

237.2

4

Bihar

741.8

5

Chhattisgarh

215

6

Gujarat

472.4

7

Haryana

187

8

Himachal Pradesh

63.4

9

Jharkhand

249.8

10

Karnataka

475.4

11

Kerala

240.6

12

Madhya Pradesh

588.8

13

Maharashtra

861.4

14

Manipur

26.2

15

Mizoram

13.8

16

Odisha

333.8

17

Punjab

205.2

18

Rajasthan

570.8

19

Sikkim

6.2

20

Tamil Nadu

533.2

21

Telangana

273

22

Tripura

28.2

23

Uttar Pradesh

1441.6

24

Uttarakhand

85

25

West Bengal

652.2

 

Total

8923.8

 

 

*****

SR

 

 



(Release ID: 1717244) Visitor Counter : 227