ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତ ସରକାର ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଏପର୍ଯ୍ୟନ୍ତ ୧୭.୪୯ କୋଟିରୁ ଅଧିକ ଟିକା ଡୋଜ ବିନାମୂଲ୍ୟରେ ପ୍ରଦାନ କରିଛନ୍ତି

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୮୪ ଲକ୍ଷରୁ ଅଧିକ ଡୋଜ ଟିକାକରଣ ପାଇଁ ଉପଲବ୍ଧ ଅଛି

ଆଗାମୀ ତିନି ଦିନରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ୫୩ ଲକ୍ଷରୁ ଅଧିକ ଡୋଜ ଅତିରିକ୍ତ ଟିକା ପ୍ରଦାନ କରାଯିବ

Posted On: 08 MAY 2021 10:45AM by PIB Bhubaneshwar

ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ସହାୟତାରେ ଭାରତ ସରକାର ‘ସର୍ବାଙ୍ଗୀନ ସରକାର’ ଆଭିମୁଖ୍ୟ ନେଇ କୋଭିଡ-୧୯ ମହାମାରୀ ବିରୋଧୀ ଲଢେଇରେ ନେତୃତ୍ୱ ନେଉଛନ୍ତି । ପରୀକ୍ଷଣ, ଟ୍ରେସିଂ, ଚିକିତ୍ସା ଓ କୋଭିଡ ନିୟମାବଳୀ ପାଳନ ଆଦି ସହ ଟିକାକରଣ ମହାମାରୀ ନିୟନ୍ତ୍ରଣ ଓ ପ୍ରବନ୍ଧନ ପାଇଁ ଭାରତ ସରକାରଙ୍କ ପଂଚ ସୂତ୍ରୀ ରଣନୀତିର ଅଭିନ୍ନ ଅଙ୍ଗ ।

କୋଭିଡ-୧୯ ଟୀକାକରଣର ଉଦାର ଓ ତ୍ୱରିତ ତୃତୀୟ ପର୍ଯ୍ୟାୟ ରଣନୀତି ମଇ ୧,୨୦୨୧ରୁ ଆରମ୍ଭ ହୋଇଛି । ନୂତନ ଯୋଗ୍ୟ ଜନସଂଖ୍ୟା ସମୂହ ପାଇଁ ଟିକାକରଣ ପଞ୍ଜିକରଣ ଏପ୍ରିଲ ୨୮ରୁ ଆରମ୍ଭ ହୋଇଛି । ସମ୍ଭାବ୍ୟ ହିତାଧିକାରୀମାନେ ସିଧାସଳଖ କୋୱିନ ପୋର୍ଟାଲ (cowin.gov.in) କିମ୍ବା ଆରୋଗ୍ୟ ସେତୁ ଆପ୍‌ରେ ପଞ୍ଜିକରଣ କରିପାରିବେ ।

ଭାରତ ସରକାର ଏପର୍ଯ୍ୟନ୍ତ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ବିନାମୂଲ୍ୟରେ ୧୭.୪୯ କୋଟିରୁ ଅଧିକ (୧୭,୪୯,୫୭,୭୭୦) ଟିକା ଡୋଜ ପ୍ରଦାନ କରି ସାରିଲେଣି । ଆଜି ସକାଳ ୮ଟା ପର୍ଯ୍ୟନ୍ତ ହସ୍ତଗତ ତଥ୍ୟ ଅନୁଯାୟୀ ଏଥିରୁ ସମୁଦାୟ ୧୬,୬୫,୪୯,୫୮୩ ଡୋଜ (ଏଥିରେ ନଷ୍ଟ ହୋଇଥିବା ଡୋଜ ମଧ୍ୟ ସାମିଲ ଅଛି) ପ୍ରଦାନ କରାଯାଇଛି ।

ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକ ନିକଟରେ ୮୪ ଲକ୍ଷରୁ ଅଧିକ (୮୪,୦୮,୧୮୭) ଡୋଜ ଟିକାକରଣ ପାଇଁ ଉପଲବ୍ଧ ଅଛି । କିଛି ରାଜ୍ୟ ଯୋଗାଣ ତୁଳନାରେ ଅଧିକ ଟୀକା ଉପଯୋଗ (ନଷ୍ଟ ହୋଇଥିବା ଡୋଜ ସମେତ) ହୋଇଥିବା ଦର୍ଶାଇଛନ୍ତି । ତେବେ ସେମାନେ ସଶସ୍ତ୍ର ସେନାକୁ ଯୋଗାଇ ଦିଆଯାଇଥିବା ଟିକା ହିସାବକୁ ନେଇ ନାହାନ୍ତି ।

ଏହାସହିତ, ଆଗାମୀ ତିନ ଦିନ ମଧ୍ୟରେ ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକୁ ଅତିରିକ୍ତ ୫୩ ଲକ୍ଷ (୫୩,୨୫,୦୦୦) ଟିକା ଡୋଜ ପ୍ରଦାନ କରାଯିବ । 

https://static.pib.gov.in/WriteReadData/userfiles/image/image001KWQM.jpg

https://static.pib.gov.in/WriteReadData/userfiles/image/image0028G28.jpg

https://static.pib.gov.in/WriteReadData/userfiles/image/image003PIO9.jpg

https://static.pib.gov.in/WriteReadData/userfiles/image/image004ZUX4.jpg

*****

SR

 



(Release ID: 1717038) Visitor Counter : 210