ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ

କୋଭିଡ ପରିସ୍ଥିତିର ରାଜ୍ୟ ଓ ଜିଲ୍ଲା ୱାରି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଯେଉଁ ରାଜ୍ୟରେ ସ୍ୱାସ୍ଥ୍ୟ ସେବା ଓ ଭିତ୍ତିଭୂମିର ଅଭାବ ଅଛି ତାହାର ସୁଧାର ପାଇଁ ସେମାନଙ୍କୁ ସାହାଯ୍ୟ ଓ ମାର୍ଗଦର୍ଶନ ଦେବାକୁ ପ୍ରଧାମନ୍ତ୍ରୀଙ୍କ ନିର୍ଦ୍ଦେଶ

ଔଷଧ ଉପଲବ୍ଧତା ଓ ଟିକାକରଣର ମଧ୍ୟ ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ

ଟିକାକରଣରେ ମନ୍ଥରତା ନ ଆଣିବାକୁ ସମ୍ବେଦନଶୀଳ ହେବା ପାଇଁ ରାଜ୍ୟଗୁଡିକୁ ପରାମର୍ଶ ଦେଲେ ପ୍ରଧାନମନ୍ତ୍ରୀ

ପୋଷ୍ଟ କରାଯିବା ଦିନାଙ୍କ: 06 MAY 2021 2:51PM by PIB Bhubaneswar

ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଦେଶରେ  କୋଭିଡ-୧୯ ପରିସ୍ଥିତିର ଆଜି ପୁଙ୍ଖାନୁପୁଙ୍ଖ ସମୀକ୍ଷା କରିଛନ୍ତି । ଦେଶରେ ବିଭିନ୍ନ ରାଜ୍ୟ ଓ ଜିଲ୍ଲା ୱାରୀ କୋଭିଡ ସଂକ୍ରମଣ ନେଇ ତାଙ୍କୁ ସବିଶେଷ ଅବଗତ କରାଯାଇଛି । ଯେଉଁ ୧୨ଟି ରାଜ୍ୟରେ ଏକଲକ୍ଷ ବା ତା’ଠାରୁ ଅଧିକ ମାମଲା ଅଛି ସେ ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଛି । ଯେଉଁ ଜିଲ୍ଳାଗୁଡିକରେ ସଂକ୍ରମଣ ଅଧିକ ହୋଇଛି ସେ ସମ୍ପର୍କରେ ମଧ୍ୟ ତାଙ୍କୁ ଅବଗତ କରାଯାଇଥିଲା ।

 

ବିଭିନ୍ନ ରାଜ୍ୟରେ ସ୍ୱାସ୍ଥ୍ୟଗତ ଭିତ୍ତିଭୂମିକୁ କିପରି ସଜଡା ଯାଇଛି ସେ ସମ୍ପର୍କରେ ମଧ୍ୟ ସୂଚନା ଦିଆଯାଇଥିଲା । ଯେଉଁ ରାଜ୍ୟରେ ଏହାର ଆବଶ୍ୟକତା ରହିଛି ସେ ରାଜ୍ୟଗୁଡିକୁ ସାହାଯ୍ୟ ଓ ମାର୍ଗଦର୍ଶନ  ଦେବା ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ ।

 

ଶୀଘ୍ର ଓ ସମ୍ପୂର୍ଣ୍ଣ ସଙ୍ଗରୋଧଜନିତ ପଦକ୍ଷେପର ଆବଶ୍ୟକତା ଉପରେ ମଧ୍ୟ ଆଲୋଚନା ହୋଇଥିଲା । ଯେଉଁ ଜିଲ୍ଲାଗୁଡିକରେ ସଂକ୍ରମଣ ପଜିଟିଭ ହାର ଶତକଡା ଦଶଭାଗ ବା ଶତକଡା ୬୦ଭାଗ ଅମ୍ଳଜାନ ସଂଯୋଗ ହୋଇଥିବା ଶଯ୍ୟା ବା ଆଇସିୟୁ ଅଧିକୃତ ହୋଇଥିବ ସେମାନଙ୍କୁ ଚିହ୍ନଟ କରିବାକୁ ରାଜ୍ୟଗୁଡିକୁ ମାର୍ଗଦର୍ଶିକା ପଠାଯାଇଥିବା ସମ୍ପର୍କରେ ପ୍ରଧାନମନ୍ତ୍ରୀଙ୍କୁ ଅବଗତ କରାଯାଇଥିଲା । ପ୍ରଧାନମନ୍ତ୍ରୀ ଔଷଧପତ୍ରର ଉପଲବ୍ଧତାର ମଧ୍ୟ ସମୀକ୍ଷା କରିଥିଲେ । ରେମଡେସିଭିର ସମେତ ଅନ୍ୟ ଔଷଧର ଆଶୁ ଉତ୍ପାଦନ ବୃଦ୍ଧି ସମ୍ପର୍କରେ ତାଙ୍କୁ ଅବଗତ କରାଯାଇଥିଲା ।

 

ଟିକାକରଣର ସ୍ଥିତି ନେଇ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିବା ସହ ଆଗାମୀ କିଛି ମାସ ମଧ୍ୟରେ କିପରି ଟିକା ମାତ୍ରା ଉତ୍ପାଦନ ବୃଦ୍ଧି କରାଯିବ ସେ ସମ୍ପର୍କରେ ମଧ୍ୟ ବୁଝିଥିଲେ । ଏପର୍ଯ୍ୟନ୍ତ ୧୭.୭କୋଟି ଟିକା ବିଭିନ୍ନ ରାଜ୍ୟକୁ ପଠାଯାଇଥିବା ତାଙ୍କୁ ସୂଚନା ଦିଆଯାଇଥିଲା । ରାଜ୍ୟୱାରୀ ଟିକା ନଷ୍ଟ ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ସମୀକ୍ଷା କରିଥିଲେ । ଦେଶରେ ଶତକଡା ୩୧ଭାଗ ୪୫ବର୍ଷରୁ ଅଧିକ ହିତାଧିକାରୀଙ୍କୁ ଅନୂନ୍ୟ ଗୋଟିଏ ମାତ୍ରା ଦିଆଯାଇଥିବା ତାଙ୍କୁ ଅବଗତ କରାଯାଇଥିଲା । ଯେପରି ରାଜ୍ୟଗୁଡିକରେ ଟିକାକାରଣ କାର୍ଯ୍ୟକ୍ରମରେ  ଶିଥିଳତା ନ ଆସେ ସେ ସମ୍ପର୍କରେ ରାଜ୍ୟଗୁଡିକୁ ସମ୍ବେଦନଶୀଳ କରିବା ଉପରେ ପ୍ରଧାନମନ୍ତ୍ରୀ ଗୁରୁତ୍ୱାଆରୋପ କରିଥିଲେ । ଲକ୍‌ଡାଉନ ସତ୍ୱେ ଜନସାଧାରଣଙ୍କ ଟିକାଦାନ ପ୍ରକ୍ରିୟା ବନ୍ଦ ନ ହେବା ତଥା ଏଥିରେ ନିୟୋଜିତ ସ୍ୱାସ୍ଥ୍ୟକର୍ମୀମାନଙ୍କୁ ଅନ୍ୟ କାର୍ଯ୍ୟରେ ନ ଲଗାଇବା ଉଚିତ ବୋଲି ପ୍ରଧାନମନ୍ତ୍ରୀ କହିଥିଲେ ।

 

ଅନ୍ୟମାନଙ୍କ ମଧ୍ୟରେ ମନ୍ତ୍ରୀ ସର୍ବଶ୍ରୀ ରାଜନାଥ ସିଂ, ଅମିତ ଶାହା, ଡକ୍ଟର ହର୍ଷବର୍ଦ୍ଧନ, ପୀୟୂଷ ଗୋଏଲ, ମନସୁଖ ମାଣ୍ଡଭିୟା ଓ ଶ୍ରୀମତୀ ନିର୍ମଳା ସୀତାରମଣ ଓ ଅନ୍ୟାନ୍ୟ ମନ୍ତ୍ରୀ ଓ ଉଚ୍ଚପଦସ୍ଥ ଅଧିକାରୀଗଣ  ସମୀକ୍ଷା ବୈଠକରେ ଉପସ୍ଥିତ ଥିଲେ ।

*****

SM/SLP


(ରିଲିଜ ଆଡି: 1716666) ପରିଦର୍ଶକ କାଉଣ୍ଟର : 326