ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ
2021 ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷା ସ୍ଥଗିତ
ପୋଷ୍ଟ କରାଯିବା ଦିନାଙ୍କ:
03 MAY 2021 7:20PM by PIB Bhubaneswar
କୋଭିଡ-19ର ଦ୍ବିତୀୟ ଲହରୀ କାରଣରୁ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ 2021 ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ ରଖିବା ଲାଗି ନିଷ୍ପତ୍ତି ଗ୍ରହଣ କରାଯାଇଛି।
କେନ୍ଦ୍ରୀୟ ଅନୁଦାନପ୍ରାପ୍ତ ସମସ୍ତ ଶିକ୍ଷାନୁଷ୍ଠାନର ମୁଖ୍ୟମାନଙ୍କୁ ଲେଖିଥିବା ଏକ ପତ୍ରରେ ଉଚ୍ଚ ଶିକ୍ଷା ସଚିବ ଶ୍ରୀ ଅମିତ ଖାରେ ମେ ମାସରେ ହେବାକୁ ଥିବା ସମସ୍ତ ଅଫଲାଇନ ପରୀକ୍ଷାକୁ ସ୍ଥଗିତ ରଖିବା ନିମନ୍ତେ ଅନୁରୋଧ କରାଯାଇଛି। ତେବେ ଅନଲାଇନ ପରୀକ୍ଷା ଆଦି ପୂର୍ବପରି ଜାରି ରହିବ।
2021 ଜୁନ ପ୍ରଥମ ସପ୍ତାହରେ ଏହି ନିଷ୍ପତ୍ତିର ପୁନଃ ସମୀକ୍ଷା କରାଯିବ ବୋଲି ଏହି ପତ୍ରରେ ଦର୍ଶାଯାଇଛି।
ଆହୁରି ଶିକ୍ଷାନୁଷ୍ଠାନଗୁଡ଼ିକୁ ଏହା ମଧ୍ୟ ସୁନିଶ୍ଚିତ କରିବା ଲାଗି ପରାମର୍ଶ ଦିଆଯାଇଛି ଯେ ଯଦି ଶିକ୍ଷାନୁଷ୍ଠାନରେ କେହି କୌଣସି ପ୍ରକାର ସହାୟତା ଆବଶ୍ୟକତା କରୁଥାନ୍ତି ତେବେ ତାଙ୍କୁ ବିନା ବିଳମ୍ବରେ ଯଥାସମ୍ଭବ ସହାୟତା ଯୋଗାଇ ଦିଆଯିବ ଯାହାଫଳରେ ସେ କୌଣସି ପ୍ରକାର ଚାପରୁ ମୁକ୍ତ ରହିବେ। ସମସ୍ତ ଶିକ୍ଷାନୁଷ୍ଠାନଗୁଡ଼ିକ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ ନିମନ୍ତେ ଉତ୍ସାହିତ କରିବେ ଏବଂ ସମସ୍ତେ ନିରାପଦ ରହିବା ଲାଗି କୋଭିଡ-19 ଉପଯୁକ୍ତ ବ୍ୟବହାର ପାଳନ ସୁନିଶ୍ଚିତ କରିବେ।
*********
P.S
(ରିଲିଜ ଆଡି: 1715768)
ପରିଦର୍ଶକ କାଉଣ୍ଟର : 331