ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଗତ ୨୪ ଘଣ୍ଟା ମଧ୍ୟରେ ୩ ଲକ୍ଷରୁ ଅଧିକ ସୁସ୍ଥ ହୋଇଛନ୍ତି

ଦ୍ରୁତ ଗତିରେ ଅଧିକ ସଂକ୍ରମିତ ଆରୋଗ୍ୟ ହେଉଛନ୍ତି

ଦେଶବ୍ୟାପୀ ୨୯.୧୬ କୋଟିରୁ ଅଧିକ କୋଭିଡ ଟେଷ୍ଟ କରାଯାଇଛି

Posted On: 03 MAY 2021 11:08AM by PIB Bhubaneshwar

ଦେଶବ୍ୟାପୀ ହୋଇଥିବା କୋଭିଡ ଟେଷ୍ଟର ସଂଖ୍ୟା ଆଜି ୨୯.୧୬ କୋଟିକୁ ଅତିକ୍ରମ କରିଯାଇଛି । ଆଜି ପର୍ଯ୍ୟନ୍ତ ମୋଟ ୨୯,୧୬,୪୭,୦୩୭ କୋଭିଡ ଟେଷ୍ଟ ହୋଇଛି । ଭାରତରେ ଏ ପର୍ଯ୍ୟନ୍ତ କରୋନାରୁ ୧,୬୨,୯୩,୦୦୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୦୦,୭୩୨ ଜଣ ସୁସ୍ଥ ହୋଇଥିବା ବେଳେ ଜାତୀୟ ସୁସ୍ଥତା ହାର ୮୧.୭୭% ରହିଛି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୩.୪୯% ସୁସ୍ଥ ଆସିଛନ୍ତି ଦଶଟି ରାଜ୍ୟରୁ ।

ନିମ୍ନରେ ଭାରତର ସକ୍ରିୟ ମାମଲାର ଗ୍ରାଫ ଉଲ୍ଲେଖ କରାଯାଇଛି । ଦୈନିକ ପଜିଟିଭିଟି ହାର ଏବେ ୨୧.୧୯% ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୬୮,୧୪୭ ନୂଆ ମାମଲା ଚିହ୍ନଟ ହୋଇଛି ।

ନୂଆ ମାମଲାରୁ ୭୩.୭୮% ମାମଲା ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ରପ୍ରଦେଶ, ରାଜସ୍ଥାନ ଏବଂ ବିହାର ଆଦି ଦଶଟି ରାଜ୍ୟରୁ ଆସିଛି ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୫୬,୬୪୭ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ କର୍ଣ୍ଣାଟକରେ ୩୭,୭୩୩ ଏବଂ କେରଳରେ ୩୧,୯୫୯ ମାମଲା ଚିହ୍ନଟ ହୋଇଛି ।

ଭାରତରେ ଏବେ ମୋଟ ସକ୍ରିୟ କରୋନା ମାମଲା ଏବେ ୩୪,୧୩,୬୪୨ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୭.୧୩% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ସକ୍ରିୟ କରୋନା ମାମଲାରେ ସିଧାସଳଖ ୬୩,୯୯୮ ମାମଲା ବୃଦ୍ଧି ଘଟିଛି ।

ଦେଶରେ ଥିବା ସକ୍ରିୟ ମାମଲାର ୮୧.୪୬% ମାମଲା ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ, ରାଜସ୍ଥାନ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ବିହାର ଏବଂ ହରିଆନା ଆଦି ୧୨ଟି ରାଜ୍ୟରୁ ଆସିଛି ।

ଜାତୀୟ ମୃତ୍ୟୁହାର କ୍ରମେ ହ୍ରାସ ପାଇଚାଲିଛି ଏବଂ ଏବେ ୧.୧୦%ରେ ରହିଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩,୪୧୭ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଏହି ମୃତ୍ୟୁରୁ ୭୪.୫୪% ମୃତ୍ୟୁ ହୋଇଛି ଦଶଟି ରାଜ୍ୟରେ । ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୬୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୪୦୭ ଏବଂ ଉତ୍ତର ପ୍ରଦେଶରେ ୨୮୮ ଜଣଙ୍କର ମୃତ୍ୟୁ ହୋଇଛି ।

ତିନୋଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ ଗତ ୨୪ ଘଣ୍ଟା ମଧ୍ୟରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ଓ ନଗର ହାବେଲି, ଲାକ୍ଷାଦ୍ୱୀପ ଏବଂ ଅରୁଣାଚଳ ପ୍ରଦେଶ ।

*****

SR



(Release ID: 1715712) Visitor Counter : 226