ସ୍ୱାସ୍ଥ୍ୟ ଓ ପରିବାର ମନ୍ତ୍ରଣାଳୟ

ଭାରତରେ ପାଖାପାଖି ୧୫.୫ କୋଟି କୋଭିଡ଼-୧୯ଟିକାକରଣ ହୋଇଛି

ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଲକ୍ଷରୁ ଅଧିକ ଡୋଜ ଟିକା ଦିଆଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ପ୍ରାୟ ୩ ଲକ୍ଷ ସୁସ୍ଥ ହୋଇଥିବା ବେଳେ ମୋଟ ସୁସ୍ଥଙ୍କ ସଂଖ୍ୟା ୧.୫୬ କୋଟିକୁ ଟପି ଯାଇଛି

ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧୯.୪୫ ଲକ୍ଷ ଟେଷ୍ଟ କରାଯାଇଛି, ଯାହାକି ଏକ ରେକର୍ଡ

Posted On: 01 MAY 2021 11:26AM by PIB Bhubaneshwar

ଦେଶବ୍ୟାପୀ କୋଭିଡ-୧୯ ଟିକାକରଣ ଅଭିଯାନରେ ଭାରତରେ ମୋଟ ୧୫,୪୯,୮୯,୬୩୫ ଟିକା ଦିଆଯାଇଛି । ଗତ ୨୪ ଘଣ୍ଟା ମଧ୍ୟରେ ୨୭ ଲକ୍ଷ ଡୋଜରୁ ଅଧିକ ଟିକା ଦିଆଯାଇଛି ।

ଏହା ମଧ୍ୟରେ, ୯୪,୧୨,୧୪୦ ଜଣ ଏଚସିଡବ୍ଲୁଙ୍କୁ ପ୍ରଥମ ଡୋଜ୍ ଏବଂ ୬୨,୪୧,୯୧୫ ଜଣ ଏଚସିଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

୧,୨୫,୫୮,୦୬୯ ଜଣ ଏଫଏଲଡବ୍ଲୁଙ୍କୁ ପ୍ରଥମ ଡୋଜ୍‌, ୬୮,୧୫,୧୧୫ ଜଣ ଏଫଏଲଡବ୍ଲୁଙ୍କୁ ଦ୍ୱିତୀୟ ଡୋଜ୍‌, ୪୫ ରୁ ୬୦ବର୍ଷ ବୟସ ମଧ୍ୟରେ ୫,୨୭,୦୭,୯୨୧ ଜଣଙ୍କୁ ପ୍ରଥମ ଡୋଜ୍‌, ୩୭,୭୪,୯୩୦ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଏବଂ ୬୦ ବର୍ଷରୁ ଅଧିକ ବୟସର ୫,୨୩,୭୮,୬୧୬ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧,୧୧,୦୦,୯୨୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଅଯାଇଛି ।

ଦେଶରେ ହୋଇଥିବା ମୋଟ ଟିକାକରଣର ୬୭.୦% ଟିକା ଦିଆଯାଇଛି ୧୦ଟି ରାଜ୍ୟରେ ।

ଟିକାକରଣ ଅଭିଯାନର ୧୦୫ ତମ ଦିବସ (୩୦ ଏପ୍ରିଲ ୨୦୨୧)ରେ ୨୭,୪୪,୪୮୫ ଡୋଜ୍ ଟିକା ଦିଆଯାଇଛି ।

୨୩,୫୩୬ ସେସନରେ ୧୫,୬୯,୮୪୬ ଜଣଙ୍କୁ ପ୍ରଥମ ଡୋଜ୍ ଓ ୧୧,୭୪,୬୩୯ ଜଣଙ୍କୁ ଦ୍ୱିତୀୟ ଡୋଜ୍ ଦିଆଯାଇଛି ।

ଆଜି ଦେଶରେ ମୋଟ ସୁସ୍ଥଙ୍କ ସଂଖ୍ୟା ରହିଛି ୧,୫୬,୮୪,୪୦୬ ।

ଜାତୀୟ ସୁସ୍ଥତା ହାର ୮୧.୮୪% ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨,୯୯,୯୮୮ ଜଣ ସୁସ୍ଥ ହୋଇଛନ୍ତି ।

ନୂଆ ସୁସ୍ଥଙ୍କ ମଧ୍ୟରୁ ୭୬.୦୯% ଆସିଛନ୍ତି ଦଶଟି ରାଜ୍ୟରୁ ।

ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟରେ ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୧୯,୪୫,୨୯୯ କୋଭିଡ-୧୯ ଟେଷ୍ଟ କରାଯାଇଛି । ଭାରତରେ ଦୈନିକ ପଜିଟିଭିଟି ଏବେ ୨୦.୬୬% ରହିଛି ।

ଦେଶରେ ଗତ ୨୪ ଘଣ୍ଟାରେ ୪,୦୧,୯୯୩ କରୋନା ମାମଲା ଚିହ୍ନଟ ହୋଇଛି ।

ଏହି ନୂଆ ମାମଲାରୁ ୭୩.୭୧% ଆସିଛି ମହାରାଷ୍ଟ୍ର, କର୍ଣ୍ଣାଟକ, କେରଳ, ଉତ୍ତର ପ୍ରଦେଶ, ଦିଲ୍ଲୀ, ତାମିଲନାଡ଼ୁ, ପଶ୍ଚିମବଙ୍ଗ, ଆନ୍ଧ୍ର ପ୍ରଦେଶ, ରାଜସ୍ଥାନ ଏବଂ ବିହାର ଆଦି ୧୦ଟି ରାଜ୍ୟରୁ ।

ମହାରାଷ୍ଟ୍ରରେ ଗୋଟିଏ ଦିନରେ ସର୍ବାଧିକ ୬୨,୯୧୯ ମାମଲା ଚିହ୍ନଟ ହୋଇଛି । ଏହା ପଛକୁ କର୍ଣ୍ଣାଟକରେ ୪୮,୨୯୬ ଏବଂ କେରଳରେ ୩୭,୧୯୯ ମାମଲା ଆସିଛି ।

ଭାରତରେ ମୋଟ ସକ୍ରିୟ ମାମଲା ୩୨,୬୮,୭୧୦ରେ ପହଞ୍ଚିଛି । ଏହା ଦେଶର ମୋଟ ପଜିଟିଭ୍ ମାମଲାର ୧୭.୦୬% । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ମୋଟ ସକ୍ରିୟ ମାମଲାରେ ସିଧାସଳଖ ୯୮,୪୮୨ ବୃଦ୍ଧି ହୋଇଛି ।

ଦେଶର ମୋଟ ସକ୍ରିୟ ମାମଲାର ୭୮.୨୨% ମାମଲା ରହିଛି ମହାରାଷ୍ଟ୍ର, କର୍ଣ୍ଣାଟକ, ଉତ୍ତର ପ୍ରଦେଶ, କେରଳ, ରାଜସ୍ଥାନ, ଗୁଜରାଟ, ଆନ୍ଧ୍ର ପ୍ରଦେଶ, ଛତିଶଗଡ଼, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଏବଂ ବିହାର ଆଦି ୧୧ଟି ରାଜ୍ୟରୁ ।

ଜାତୀୟ ମୃତ୍ୟୁହାର ହ୍ରାସ ପାଇ ଏବେ ୧.୧୧% ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୩୫୨୩ ଜଣଙ୍କର କରୋନାରେ ମୃତ୍ୟୁ ହୋଇଛି ।

ଏହି ମୃତ୍ୟୁରୁ ୭୬.୭୫% ମୃତ୍ୟୁ ହୋଇଛି ଦଶ ରାଜ୍ୟରୁ । ମହାରାଷ୍ଟ୍ରରେ ସର୍ବାଧିକ ଗୋଟିଏ ଦିନରେ ୮୨୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଦିଲ୍ଲୀରେ ୩୭୫ ଏବଂ ଉତ୍ତର ପ୍ରଦେଶରେ ୩୩୨ ଜଣଙ୍କ ମୃତ୍ୟୁ ହୋଇଛି ।

ଗତ ୨୪ ଘଣ୍ଟା ମଧ୍ୟରେ ଚାରି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳରେ କୌଣସି କରୋନା ମୃତ୍ୟୁ ହୋଇନାହିଁ । ଏସବୁ ହେଲା ଦାମନ ଓ ଡିଉ ଏବଂ ଦାଦ୍ରା ନଗର ହାବେଲି, ଲାକ୍ଷାଦ୍ୱୀପ, ଅରୁଣାଚଳ ପ୍ରଦେଶ ଏବଂ ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ ।

*****

SR



(Release ID: 1715335) Visitor Counter : 273