ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ
ବ୍ୟକ୍ତିଗତ ବ୍ୟବହାର ଲାଗି ଉଦ୍ଦିଷ୍ଟ ଅକ୍ସିଜେନ କନସେଣ୍ଟ୍ରେଟର ଆମଦାନୀ ଉପରେ ରିହାତି
प्रविष्टि तिथि:
01 MAY 2021 1:00PM by PIB Bhubaneshwar
ଡାକ, କୋରିଅର କିମ୍ବା ଇ-କମର୍ସ ପୋର୍ଟାଲଗୁଡ଼ିକ ଜରିଆରେ ବ୍ୟକ୍ତିଗତ ବ୍ୟବହାର ଲାଗି ଆମଦାନୀ କରାଯାଉଥିବା ଅକ୍ସିଜେନ କନସେଣ୍ଟ୍ରେଟରକୁ ସରକାର ରିହାତି ବର୍ଗରେ ସାମିଲ କରିଛନ୍ତି। ସୀମାଶୁଳ୍କ ମଞ୍ଜୁରି ପାଇଁ “ଉପହାର” ଭାବେ ଦର୍ଶାଯାଉଥିବା ଏହି ସାମଗ୍ରୀ ଉପରେ ଶୁଳ୍କ ଛାଡ଼ ନିମନ୍ତେ ନିଷ୍ପତ୍ତି ନିଆଯାଇଛି। ଏହି ଛାଡ଼ ସୁବିଧା 31 ଜୁଲାଇ 2021 ପର୍ଯ୍ୟନ୍ତ ଉପଲବ୍ଧ ହେବ। ଏହି ରିହାତି ଦେବା ଉଦ୍ଦେଶ୍ୟରେ ବୈଦେଶିକ ବାଣିଜ୍ୟ ନୀତି, 2015-20ର ପାରା 2.25ରେ ସଂଶୋଧନ ଅଣାଯାଇଛି। ଏ ସଂକ୍ରାନ୍ତରେ ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରଣାଳୟ ଅଧୀନ ବୈଦେଶିକ ବାଣିଜ୍ୟ ମହାନିର୍ଦ୍ଦେଶାଳୟ ପକ୍ଷରୁ 30 ଏପ୍ରିଲ 2021ରେ ଏକ ବିଜ୍ଞପ୍ତି ଜାରି କରାଯାଇଛି।

**********
P.S
(रिलीज़ आईडी: 1715333)
आगंतुक पटल : 336