ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ
400ତମ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ପ୍ରଣିପାତ କଲେ ପ୍ରଧାନମନ୍ତ୍ରୀ
ଗୁରୁଦ୍ଵାର ସିସ ଗଞ୍ଜ ସାହିବଠାରେ ପ୍ରଧାନମନ୍ତ୍ରୀଙ୍କ ପ୍ରାର୍ଥନା
प्रविष्टि तिथि:
01 MAY 2021 8:49AM by PIB Bhubaneshwar
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ 400ତମ ପ୍ରକାଶ ପର୍ବ ଅବସରରେ ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ପ୍ରଣାମ କରିଛନ୍ତି ।
ଏକ ଟ୍ଵିଟ୍ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି:
“400ତମ ପ୍ରକାଶ ପର୍ବର ସ୍ଵତନ୍ତ୍ର ଅବସରରେ, ଶ୍ରୀ ଗୁରୁ ତେଗ ବାହାଦୂର ଜୀଙ୍କୁ ନତମସ୍ତକ ହୋଇ ମୁଁ ପ୍ରଣାମ କରୁଛି । ତାଙ୍କର ସାହସ ଏବଂ ନିଷ୍ପେସିତଙ୍କ ସେବା ଯୋଗୁଁ ସେ ବିଶ୍ଵ ସ୍ତରରେ ବହୁଳ ଭାବେ ସମ୍ମାନିତ ହୋଇଛନ୍ତି । ଅତ୍ୟାଚାର ଏବଂ ଅନ୍ୟାୟକୁ ସେ ବରଦାସ୍ତ କରୁନଥିଲେ । ତାଙ୍କର ସର୍ବୋଚ୍ଚ ବଳିଦାନ ଅନେକଙ୍କୁ ଶକ୍ତି ଏବଂ ପ୍ରେରଣା ଯୋଗାଉ ।
**********
TRP/
(रिलीज़ आईडी: 1715329)
आगंतुक पटल : 318
इस विज्ञप्ति को इन भाषाओं में पढ़ें:
Assamese
,
English
,
Urdu
,
हिन्दी
,
Marathi
,
Manipuri
,
Bengali
,
Punjabi
,
Gujarati
,
Tamil
,
Telugu
,
Kannada
,
Malayalam